ETV Bharat / entertainment

FIFA World Cup 2022: ଏଥର ବିଶ୍ୱକପ୍‌ରେ ନିଜର ଜଲଓ୍ବା ଦେଖାଇବେ ନୋରା ଫତେହି

author img

By

Published : Oct 7, 2022, 9:37 PM IST

Updated : Oct 29, 2022, 3:37 PM IST

ହଲିଉଡ ତାରକା ଜେନିଫର ଲୋପେଜ, ଶକିରାଙ୍କ ପରେ ବର୍ତ୍ତମାନ ଗ୍ଲୋବାଲ ଆଇକନ ନୋରା ଫତେହି ଫିଫା ବିଶ୍ୱକପ (FIFA World Cup 2022)ରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଏଥର ବିଶ୍ୱକପ୍‌ରେ ନିଜର ଜଲଓ୍ବା ଦେଖାଇବେ ନୋରା ଫତେହି
ଏଥର ବିଶ୍ୱକପ୍‌ରେ ନିଜର ଜଲଓ୍ବା ଦେଖାଇବେ ନୋରା ଫତେହି

ହାଇଦ୍ରାବାଦ: ନୋରା ଫତେହି ଜଣେ ଗ୍ଲୋବାନ ଆଇକନ୍ । ଦେଶ ତଥା ବିଶ୍ବରେ ନୋରାଙ୍କୁ ତାଙ୍କର ଷ୍ଟନିଂ ଡ୍ୟାନ୍ସ ମୁଭ୍‌ସ ପାଇଁ ଜଣାଯାଏ । ନିକଟରେ ନୋରା ପୁଣି ଥରେ ବିଶ୍ବ ମାନଚିତ୍ରରେ ଭାରତର ନାଁ ଟେକ ରଖିଛନ୍ତି । ହଲିଉଡ ତାରକା ଜେନିଫର ଲୋପେଜ, ଶକିରାଙ୍କ ପରେ ବର୍ତ୍ତମାନ ଗ୍ଲୋବାଲ ଆଇକନ୍‌ ନୋରା ଫତେହି ଫିଫା ବିଶ୍ୱକପ (FIFA World Cup 2022)ରେ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ଡିସେମ୍ବରରେ ସେ ଫିଫା ବିଶ୍ୱକପରେ ନୃତ୍ୟ ପରିବେଶଣ କରିବେ । ଏହାସହ ସେ ଏକମାତ୍ର ଅଭିନେତ୍ରୀ ଭାବରେ ଦକ୍ଷିଣ ପୂର୍ବ ଏସିଆକୁ ବିଶ୍ବ ମଞ୍ଚରେ ପ୍ରତିନିଧିତ୍ୱ କରିବେ।

ଶକିରା ଏବଂ ଜେନିଫର ମଧ୍ୟ କରିସାରିଛନ୍ତି ପରଫର୍ମ

ଏହା ପୂର୍ବରୁ ଶକିରା ଏବଂ ଜେନିଫର ଲୋପେଜ ମଧ୍ୟ ଫିଫା ବିଶ୍ୱକପରେ ଅଭିନୟ କରିଛନ୍ତି । ଫିଫା ମ୍ୟୁଜିକ୍ ଭିଡିଓରେ ସାମିଲ ହେଉଥିବା ପରବର୍ତ୍ତୀ କଳାକାର ହେଉଛନ୍ତି ନୋରା ଫତେହି । ଯିଏ ଚଳିତ ବର୍ଷର ଫିଫାରେ ନୃତ୍ୟ ପରିବେଷଣ କରୁଥିବା ନଜର ଆସିବେ । ଯେଉଁ ଗୀତରେ ନୋରା ପରଫର୍ମ କରିବେ, ତାହାକୁ ବିଶ୍ୱର ପ୍ରସିଦ୍ଧ ମ୍ୟୁଜିକ୍‌ ନିର୍ମାତା ରେଡଅନ୍ ରଚନା କରିଛନ୍ତି, ଯିଏ ଜଣାଶୁଣା ସଙ୍ଗୀତ ନିର୍ମାତାଙ୍କ ମଧ୍ୟରୁ ଜଣେ । ଅତୀତରେ, ରେଡଅନ୍ ଫିଫା ଗୀତରେ ମଧ୍ୟ କାମ କରିଛନ୍ତି ଯେପରିକି ଶକିରାର ୱାକା ୱାକା ଏବଂ ଲା ଲା ଲା ।

ନୋରା ଫିଫାର ଉଭୟ ଉଦଘାଟନ ଏବଂ ଉଦ୍‌ଯାପନୀ ସମାରୋହରେ ପ୍ରଦର୍ଶନ କରିବେ । ଏଥିପାଇଁ ତାଙ୍କ ସହ କଣ୍ଟ୍ରାକ୍ଟ କରିଛି ଫିଫା। ମିଡିଆ ରିପୋର୍ଟ ମୁତାବକ ଉଦ୍‌ଯାପନୀ ସମାରୋହରେ ନୋରା ଏକ ଲୋକପ୍ରିୟ ହିନ୍ଦୀ ଗୀତରେ ନାଚୁଥିବା ଦେଖିବାକୁ ମିଳିବ ।

ଝଲକ ଦିଖଲା ଜା ସୋ'

ନୋରା ବର୍ତ୍ତମାନ ଟିଭି ସୋ’ ଝଲକ ଦିଖଲା ଜା’ର ବିଚାରପତି ଭାବେ ନଜର ଆସୁଛନ୍ତି । ଏହା ବ୍ୟତୀତ ନୋରା ସିଦ୍ଧାର୍ଥ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ଥ୍ୟାଙ୍କ୍‌ ଗଡରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି ।

Last Updated :Oct 29, 2022, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.