ETV Bharat / entertainment

ଅଭିନେତ୍ରୀ ବନାମ ଅଭିନେତ୍ରୀ, ଜ୍ୟାକଲିନଙ୍କ ବିରୁଦ୍ଧରେ ନୋରାଙ୍କ ମାନହାନି ମକଦ୍ଦମା

author img

By

Published : Dec 12, 2022, 7:02 PM IST

Nora Fatehi files defamation case against fellow actress Jacqueline Fernandez
ଅଭିନେତ୍ରୀ ବନାମ ଅଭିନେତ୍ରୀ, ଜ୍ୟାକଲିନଙ୍କ ବିରୁଦ୍ଧରେ ନୋରାଙ୍କ ମାନହାନି ମକଦ୍ଦମା

ପୁଣି ବିବାଦରେ ସିଂହଳ ସୁନ୍ଦରୀ ଜ୍ୟାକଲିନ(Jacqueline Fernandez) । ଜ୍ୟାକଲିନଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ରୁଜୁ କଲେ ଅଭିନେତ୍ରୀ ନୋରା ଫତେହି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତଥା ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପିଛା ଛାଡୁନି ବିବାଦ (Jacqueline Fernandez) । କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୦୦ କୋଟି ଟଙ୍କା ଠକେଇ ମାମଲା (Conman Sukesh Chandrasekhar Money laundering case)ରେ ଫସିଥିବା ଅଭିନେତ୍ରୀ ଜ୍ୟାକଲିନଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା ଆଣିଛନ୍ତି ନୋରା ଫତେହି (Nora Fatehi files defamation case) । ନୋରା ଜ୍ୟାକଲିନଙ୍କ ବିରୁଦ୍ଧରେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି । ଜ୍ୟାକଲିନ ନିଜ ଫାଇଦା ଲାଗି ତାଙ୍କ ବିରୁଦ୍ଧରେ ମିଥ୍ୟା ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଣିଛନ୍ତି ନୋରା ।

ସୁକେଶଙ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ନୋରା ଫତେହିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଜେରା କରିଛି । ବର୍ତ୍ତମାନ ଏହି ମାମଲାରେ ଉଭୟ ବଲିଉଡ ଅଭିନେତ୍ରୀ ମୁହାଁମୁହିଁ ହୋଇଛନ୍ତି । ମାନହାନି ମାମଲାରେ ନୋରା ଅଭିଯୋଗ କରିଛନ୍ତି ଯେ, ତାଙ୍କ ନାମକୁ ଜୋରଜବରଦସ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଡା ଯାଇଛି । ସେ କହିଛନ୍ତି ଯେ ସୁକେଶଙ୍କ ସହ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ, ବରଂ ସେ ତାଙ୍କ ପତ୍ନୀ ଲୀନାଙ୍କ ମାଧ୍ୟମରେ ତାଙ୍କୁ ଜାଣିଥିଲେ। ନୋରା ସୁକେଶଙ୍କ କୌଣସି ଉପହାର ଗ୍ରହଣ କରିନଥିବା ମଧ୍ୟ କହିଛନ୍ତି ।

ଜ୍ୟାକଲିନ-ନୋରା ମୁହାଁମୁହିଁ

କୋର୍ଟରେ ଦାଖଲ ହୋଇଥିବା ଏହି ମାନହାନି ମାମଲାରେ ନୋରା କହିଛନ୍ତି ଯେ, ଏହି ମାମଲାରେ ତାଙ୍କ ନାଁ ଯୋଡ଼ା ଯାଇଥିବାରୁ ସେ ସମ୍ମାନ ହରାଇଛନ୍ତି । ଏଥିଲାଗି ତାଙ୍କ ହାତରୁ ଅନେକ କାମ ମଧ୍ୟ ଯାଇଛି । ଏଥିପାଇଁ ସେ ଜ୍ୟାକଲିନଙ୍କ ମିଥ୍ୟା ମନ୍ତବ୍ୟ ଏବଂ ଗଣମାଧ୍ୟମକୁ ଦାୟୀ କରିଛନ୍ତି । ଏ ନେଇ ସେ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ମାନହାନି ମକଦ୍ଦମା ଦାଖଲ କରିଥିବା ବେଳେ ଆସନ୍ତା ୧୯ରେ ପଟିଆଲା ହାଉସ କୋର୍ଟ ଏହି ମାମଲାର ଶୁଣାଣି କରିବେ ।

ସୂଚନା ଥାଉ କି ବିଭିନ୍ନ ବ୍ୟବସାୟୀଙ୍କଠାରୁ ୨୦୦ କୋଟି ଟଙ୍କା ଠକେଇ କରିଥିବା କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖର ସହ ବଲିଉଡ ଅଭିନେତ୍ରୀ ଜ୍ୟାକଲିନଙ୍କ ଲିଙ୍କ୍ ଥିବା ନେଇ ଇଡି ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିଲା । ଗତବର୍ଷ ଅଗଷ୍ଟ ୩୦ ଓ ଅକ୍ଟୋବରରେ ଜ୍ୟାକଲିନଙ୍କ ବୟାନ ରେକର୍ଡ କରିଥିଲା ଇଡି । ସେ ସୁକେଶ ଚନ୍ଦ୍ରଶେଖରଠୁ ଉପହାର ଗ୍ରହଣ କରିଥିହା ସ୍ବୀକାର କରିଥିଲେ । ଅଗଷ୍ଟ ୨୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କ ପାଖରୁ ୭.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା । ଏଥିସହିତ ଏହି ମାମଲାରେ ଜ୍ୟାକଲିନ PMLAର ନ୍ୟାୟ ଅଧିକାରୀଙ୍କ ନିକଟରେ ବୟାନ ରେକର୍ଡ କରିଥିଲେ ।

ଅଭିନେତ୍ରୀ ବୟାନରେ ସଫେଇ ଦେଇ କହିଥିଲେ "ମୋ ସମ୍ପତ୍ତି ମୋ ଅର୍ଜିତ ଧନ । ସୁକେଶଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ।" ସୁକେଶ ଚନ୍ଦ୍ରଶେଖରକୁ ଦିଲ୍ଲୀ ପୋଲିସ ଆଦିତି ସିଂହ ଓ ଫାର୍ମାସ୍ୟୁଟିକଲ କମ୍ପାନୀ ରେନବ୍ୟାକ୍ସିର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂହଙ୍କ ଠାରୁ ୨୧୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଗିରଫ କରିଥିଲା । ଏହି ମାମଲାରେ ଇଡି ଚନ୍ଦ୍ରଶେଖରଙ୍କ ସମେତ ତାଙ୍କ ପତ୍ନୀ ଲୀନା ମାରିଆ ପଲ୍‌, ପିଙ୍କି ଇରାନୀ ସମେତ ୮ ଜଣ ଗିରଫ ହୋଇଛନ୍ତି । ସୁକେଶଠାରୁ ନୋରା ଓ ଜ୍ୟାକଲିନ କୋଟିଏ ଟଙ୍କାର ଉପହାର ନେଇଥିଲେ ବୋଲି କୁହାଯାଇଥିଲା । ମାତ୍ର ଏହାକୁ ନୋରା ମିଥ୍ୟା ବୋଲି କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.