ETV Bharat / entertainment

ଏପରି ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ବଲିଉଡ-ଓଲିଉଡ ତାରକା, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Dec 25, 2023, 2:07 PM IST

Celebs Wished Merry Christmas To Fans: ଆଜି ସାରା ବିଶ୍ବରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବେଶ ଧୁମଧାମର ସହ ପାଳନ କରାଯାଉଛି । ଏହି ସମୟରେ ବଲିଉଡ୍‌ରୁ ଓଲିଉଡ୍‌ ତାରକା ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଏପରି ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ବଲିଉଡରୁ ଓଲିଉଡ ତାରକା, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା
ଏପରି ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ବଲିଉଡରୁ ଓଲିଉଡ ତାରକା, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ'କୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । ସାରା ବିଶ୍ୱରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବେଶ ଧୁମଧାମର ସହ ପାଳନ କରାଯାଉଛି । ଏହି ସମୟରେ ବଲିଉଡ୍‌ରୁ ଓଲିଉଡ ତାରକା ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଛନ୍ତି । ଓଲିଉଡ୍‌ ତାରକା ରିୟା ଦେ', ଲିପ୍‌ସା ମିଶ୍ର, ବଲିଉଡ୍‌ ତାରକା ଆଲିଆ ଭଟ୍ଟ, କିଆରା ଆଡଭାନୀ, ଅନନ୍ୟା ପାଣ୍ଡେ ସମେତ ଅନେକ ସେଲିବ୍ରିଟି ଏହି ପର୍ବକୁ ଉତ୍ସାହର ସହ ପାଳନ କରିଛନ୍ତି । ଏବଂ ସୋସିଆଲ ମିଡିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି ।

ଓଲିଉଡ୍‌ ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ' ନିଜ ସ୍ବାମୀ ସୁନୀଲଙ୍କ ଖ୍ରୀଷ୍ଟାମାସ ପାଳନ କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଅଭିନେତ୍ରୀ ଏହି ସେଲିବ୍ରେସନ୍‌ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ଲିପ୍‌ସା ମିଶ୍ର ମଧ୍ୟ ସ୍ବାମୀ ଆକାଶ ଆଚାର୍ଯ୍ୟଙ୍କ ସହ ଖ୍ରୀଷ୍ଟାମାସ ପାଳନ କରିଛନ୍ତି । ଲିପ୍‌ସା ବର୍ତ୍ତମାନ ଇଟାଲିରେ ଖ୍ରୀଷ୍ଟାମାସ ପାଳନ କରିଛନ୍ତି । ଯାହାର ଝଲକର ଭିଡିଓ ସେ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଉଭୟଙ୍କ ଏହି ପୋଷ୍ଟ ସେୟାର ହେବା ମାତ୍ରେ ଫ୍ୟାନ୍ସ ମଧ୍ୟ ଅଭିନେତ୍ରୀଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଏହି ପର୍ବକୁ ଉତ୍ସାହର ସହ ପାଳନ କରିଛନ୍ତି । ଇନ୍‌ଷ୍ଟାଗ୍ରାମରେ ଆଲିଆ ଭଟ୍ଟ ଖ୍ରୀଷ୍ଟମାସ ଉତ୍ସବର ଝଲକ ଦେଖାଇଛନ୍ତି । ପୁରା ପରିବାର ସହ ଆଲିଆ ଏହି ପର୍ବ ପାଳନ କରିଛନ୍ତି । ଏହି ସମୟରେ ସ୍ବାମୀ ରଣବୀର ଆଲିଆଙ୍କୁ କିସ୍‌ କରୁଥିବା ନଜର ଆସିଛନ୍ତି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, 'ଏହି ସମୟ ପାଇଁ ବହୁତ ବହୁତ କୃତଜ୍ଞତା, ମେରୀ ଖ୍ରୀଷ୍ଟମାସ ଏବଂ ସର୍ବଦା ଖୁସିରେ ରୁହନ୍ତୁ ।' ଏଥିସହ ଏହି ସେଲିବ୍ରେସନରେ ତାଙ୍କ ମା' ସୋନି ରାଜଦାନ, ଭଉଣୀ ଶାହିନ ଭଟ୍ଟ ଏବଂ ଆୟାନ ମୁଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୨୦୨୩ରେ ଏହି ସେଲିବ୍ରିଟି ହେଲେ ପିତାମାତା, ଘରକୁ ଆସିଲେ ନୂଆ କୁନି ଅତିଥି

ସେହିପରି ଅନ୍ୟ ଏକ ସୁନ୍ଦର ଷ୍ଟାର୍‌ ଦମ୍ପତି, କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ମଧ୍ୟ ଫ୍ୟାନ୍ସଙ୍କୁ ଖ୍ରୀଷ୍ଟମାସ ଶୁଭେଚ୍ଛା ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଏହି ସେଲିବ୍ରେସନର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପରସ୍ପର ହଗ୍ କରୁଥିବା ଦେଖିବାକୁ ମିଳିଛି । ଫଟୋ ସେୟାର କରି କିଆରା ଲେଖିଛନ୍ତି, "ମେରୀ ଖ୍ରୀଷ୍ଟମାସ" । ସେପଟେ ଅନନ୍ୟା ପାଣ୍ଡେ ମଧ୍ୟ ନିଜ ପରିବାର ସହ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି । ଅନନ୍ୟା ଖ୍ରୀଷ୍ଟମାସ ଟ୍ରି'ଠାରୁ ଆରମ୍ଭ କରି ଫୁଲ ସଜାଯାଇଥିବା ଡାଇନିଂ ଟେବୁଲ, କେକ୍ ଏବଂ ଅନ୍ୟାନ୍ୟ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୋ ଘରେ ପ୍ରଥମ ଖ୍ରୀଷ୍ଟମାସ । ମୋର ପୁରାତନ ବନ୍ଧୁଙ୍କ ସହ ଖାଦ୍ୟର ମଜା ଏବଂ ଢେର ସାରା ଖୁସି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.