ETV Bharat / entertainment

Manish Malhotra: କପଡା ସହ ଏବେ ଫିଲ୍ମ ବି କରିବେ ଫ୍ୟାଶନ ଡିଜାଇନର, ପ୍ରଡକ୍ସନ ହାଉସ ଲଞ୍ଚ୍‌

author img

By ETV Bharat Odisha Team

Published : Sep 1, 2023, 7:38 PM IST

ବଲିଉଡ ଜଣାଶୁଣା ସେଲିବ୍ରିଟି ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା ବର୍ତ୍ତମାନ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେଲିବ୍ରିଟିମାନଙ୍କ ପାଇଁ ପୋଷାକ ତିଆରି କରିବା ସହ ସେ ସେମାନଙ୍କ ସହ ଫିଲ୍ମ ମଧ୍ୟ କରିବେ । ସେ ନିଜ ପ୍ରଡକ୍ସନ ହାଉସ ଲଞ୍ଚ କରିଛନ୍ତି। ଅଧିକ ପଢନ୍ତୁ,

କପଡା ସହ ଏବେ ଫିଲ୍ମ ବି କରିବେ ଫ୍ୟାଶନ ଡିଜାଇନର, ପ୍ରଡକ୍ସନ ହାଉସ କଲେ ଲଞ୍ଚ
କପଡା ସହ ଏବେ ଫିଲ୍ମ ବି କରିବେ ଫ୍ୟାଶନ ଡିଜାଇନର, ପ୍ରଡକ୍ସନ ହାଉସ କଲେ ଲଞ୍ଚ

ହାଇଦ୍ରାବାଦ: ବଲିଉଡର ସେଲିବ୍ରିଟି ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର୍ ମନୀଷ ମାଲହୋତ୍ରା ପୋଷାକ ତିଆରି କରିବା ସହ ଚଳଚ୍ଚିତ୍ର ନିର୍ମାଣ ଜଗତରେ ମଧ୍ୟ ପାଦ ଦେଇଛନ୍ତି । ମନୀଷ ମଲହୋତ୍ରା ଭାରତ ତଥା ବିଦେଶର ଜଣେ ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍ । ଏବେ ମନୀଷ ଫିଲ୍ମ ନିର୍ମାତା ଭାବେ ବି-ଟାଉନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଆଜି ସେ ତାଙ୍କ ଫିଲ୍ମ ପ୍ରଡକ୍ସନ୍ ହାଉସ୍ ଘୋଷଣା କରିଛନ୍ତି । ଗତ 30 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ମନୀଷ ମାଲହୋତ୍ରାଙ୍କ ଫିଲ୍ମ ପ୍ରଡକ୍ସନ୍ ହାଉସର ନାମ ହେଉଛି ଷ୍ଟେଜ୍ 5 ପ୍ରଡକ୍ସନ୍ସ । ବର୍ତ୍ତମାନ ତାଙ୍କର ବିଶେଷ ବନ୍ଧୁ ତଥା ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମେତ ଅନେକ ସେଲିବ୍ରିଟି ମନୀଷଙ୍କୁ ଏନେଇ ଅଭିନନ୍ଦନ ଜଣାଇଛନ୍ତି ।

ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ନୂଆ ପ୍ରଡକ୍ସନ ହାଉସ ଲଞ୍ଚ ସୂଚନା କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ପିଲାଦିନରୁ ମୋ ମନରେ ପୋଷାକ, ରଙ୍ଗ ଏବଂ ଚଳଚ୍ଚିତ୍ର ପ୍ରତି ରୁଚି ରହିଛି । ମୁଁ କପଡ଼ା ଡିଜାଇନ କରିବା ଏବଂ ସଙ୍ଗୀତ ପ୍ରତି ବେଶ ଆକର୍ଶିତ ହୋଇଛି । ଭାରତୀୟ ସିନେମାର ଏକ ପାର୍ଟ ହେବା ଲାଳସାରେ ମୁଁ ସବୁଦିନ ଫିଲ୍ମ ଦେଖୁଥିଲି । ଫ୍ୟସନ ସହ ମୋର ଆକର୍ଷଣ ମୋତେ ଫ୍ୟାଶନ ଡିଜାଇନର୍ କରାଇଲା ଏବଂ ତା’ପରେ ବହୁ ବର୍ଷ ପରେ ମୋର ନିଜ ଲେବଲ୍ ଆରମ୍ଭ କରିବାକୁ ଲାଗିଲା । ଚଳଚ୍ଚିତ୍ରରେ 3 ଦଶନ୍ଧି ପରେ, ଆଜି ମୁଁ ଆପଣଙ୍କ ପାଇଁ 'ଷ୍ଟେଜ୍ 5 ପ୍ରଡକ୍ସନ୍' ଉପସ୍ଥାପନ କରୁଛି ।

ଏହା ମଧ୍ୟ ପଢନ୍ତୁ: କ୍ରିତି ସାନନ ହେବେ ମୀନା କୁମାରୀ, ବାୟୋପିକର ନିର୍ଦ୍ଦେଶନା ଦେବେ ମନୀଷ ମାଲହୋତ୍ରା !

ଏହି ପୋଷ୍ଟ ସେୟାର ହେବା ପରେ ମନୀଷଙ୍କୁ ସମସ୍ତ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି । ମନୀଷ ମାଲହୋତ୍ରାଙ୍କୁ ଅଭିନନ୍ଦନ ଜଣାଇ କରଣ ଜୋହର ଲେଖିଛନ୍ତି, ଏହା ପ୍ରକୃତରେ ବହୁତ ରୋମାଞ୍ଚକର ଏବଂ ଖୁସିର ନୂଆ ଯାତ୍ରା । କରଣ ଜୋହରଙ୍କ ବ୍ୟତୀତ କ୍ରିତି ସାନନ, ବରୁଣ ଧୱନ, କାଜୋଲ, ମଲାଇକା ଆରୋରା, ଶମିତା ଶେଟ୍ଟୀ, ଅଭିଷେକ ବଚ୍ଚନ, ବାଣୀ କପୁର ଏବଂ ଶିଳ୍ପା ଶେଟ୍ଟୀଙ୍କ ସମେତ ଅନେକ ତାରକା ମନୀଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଏହା ପୂର୍ବରୁ ମନୀଷ ମଲହୋତ୍ରା ଏହା ମଧ୍ୟ ଘୋଷଣା କରିଥିଲେ ଯେ ସେ ସ୍ୱର୍ଗତଃ ଭେଟେରାନ ହିନ୍ଦୀ ସିନେମା ଅଭିନେତ୍ରୀ ମୀନା କୁମାରୀଙ୍କ ବାୟୋପିକ ସହ ଫିଲ୍ମ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ସେ କ୍ରିତି ସାନନ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.