ETV Bharat / entertainment

Leo Hindi Poster: 'ଲିଓ'ର ଧମାକାଦର ହିନ୍ଦୀ ପୋଷ୍ଟର ରିଲିଜ୍‌, ନଜର ଆସିବ ସଞ୍ଜୟ-ବିଜୟଙ୍କ ଯୋଡି

author img

By ETV Bharat Odisha Team

Published : Sep 22, 2023, 8:21 AM IST

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଚଳଚ୍ଚିତ୍ର ‘ଲିଓ’ର ହିନ୍ଦୀ ପୋଷ୍ଟର ରିଲିଜ ହୋଇଛି । ସଞ୍ଜୟ ଦତ୍ତ ଏହି ଚଳଚ୍ଚିତ୍ର ସହିତ ତାମିଲରେ ଡେବ୍ୟୁ କରିବାକୁ ଯାଉଛନ୍ତି । ପୋଷ୍ଟରରେ ସଞ୍ଜୟ ଏବଂ ଥାଲାପତି ବିଜୟଙ୍କ ଉଗ୍ର ରୂପ ଦେଖିବାକୁ ମିଳିଛି । ଏହି ପୋଷ୍ଟରକୁ ଉଭୟ କଳାକାରଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଧିକ ପଢନ୍ତୁ

ଲିଓର ଧମାକାଦର ହିନ୍ଦୀ ପୋଷ୍ଟର
ଲିଓର ଧମାକାଦର ହିନ୍ଦୀ ପୋଷ୍ଟର

ହାଇଦ୍ରାବାଦ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କର ଦମଦାର ଅଭିନୟ ପାଇଁ ଜଣାଶୁଣା । ଏହି ଅଭିନେତା ଖୁବଶୀଘ୍ର ଫିଲ୍ମ 'ଲିଓ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଲୋକେଶ କନଗରାଜ । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି ।

ଏହି ପୋଷ୍ଟରରେ ଥାଲାପତି ବିଜୟ ଏବଂ ସଞ୍ଜୟ ଦତ୍ତ ମୁହାଁମୁହିଁ ହେଉଥିବାର ଦେଖିବାକୁ ମିଳିଛି । ତେବେ ଫିଲ୍ମ ରିଲିଜ୍ ପାଇଁ ମାତ୍ର ଗୋଟିଏ ମାସ ବାକି ଅଛି । ଏଭଳି ସ୍ଥିତିରେ ଚଳଚ୍ଚିତ୍ର ନିର୍ମାତାମାନେ ଫିଲ୍ମର ଜୋରସୋରରେ ପ୍ରମୋସନ ଆରମ୍ଭ କରିଛନ୍ତି ।

ସଞ୍ଜୟ ଦତ୍ତ ଏହି ଚଳଚ୍ଚିତ୍ର ମାଧ୍ୟମରେ ତାମିଲ ଡେବ୍ୟୁ କରିବାକୁ ଯାଉଛନ୍ତି । 'ଲିଓ'ର ପ୍ରଥମ ପୋଷ୍ଟରକୁ ସଞ୍ଜୟ ଦତ୍ତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଥାଲାପତି ବିଜୟ ଏବଂ ସଞ୍ଜୟ ଦତ୍ତଙ୍କୁ ଉଗ୍ର ରୂପରେ ଦେଖିବାକୁ ମିଳିଛି । ପୋଷ୍ଟରରେ ବିଜୟ ସଞ୍ଜୟ ଦତ୍ତଙ୍କ ବେକକୁ ଧରି ଆକ୍ରମଣ କରୁଥିବା ନଜର ଆସିଛନ୍ତି ।

ଏହା ପୂର୍ବରୁ ସଞ୍ଜୟ ଦତ୍ତ ଏହି ଫିଲ୍ମରେ ଆଣ୍ଟୋନି ଦାସ ଭୂମିକାରେ ଅଭିନୟ କରିବେ ବୋଲି ଖବର ଆସିଥିଲା । ଏହା ମଧ୍ୟ କୁହାଯାଇଛି ଯେ ସେ ଏହି ଫିଲ୍ମରେ ବିଜୟଙ୍କ ପିତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ବର୍ତ୍ତମାନ ଏହି ପୋଷ୍ଟର ଦେଖିବା ପରେ ବାପା ଏବଂ ପୁଅ ଯୋଡି ଫିଲ୍ମରେ କେଉଁ ସମ୍ପର୍କ ନିଭାଇବାକୁ ଯାଉଛନ୍ତି ତାହା ଦେଖିବା ଅତ୍ୟନ୍ତ ମଜାଦାର ହେବ ।

ଏହା ମଧ୍ୟ ପଢନ୍ତୁ: LEO: ଥାଲାପତି ବିଜୟଙ୍କ ଆକ୍ସନ୍ ଫିଲ୍ମ 'ଲିଓ'ରେ ଅନୁରାଗ କଶ୍ୟପଙ୍କ ଏଣ୍ଟ୍ରି, ଜାଣନ୍ତୁ କ'ଣ ରହିବ ଭୂମିକା

ପୋଷ୍ଟରରେ ୟୁଜର୍ସଙ୍କ ପ୍ରତିକ୍ରିୟା

ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଏହାର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ମନ୍ତବ୍ୟ ଦେଇ ଲେଖିଛନ୍ତି, ' ହିନ୍ଦୀର ବଡ ଅଭିନେତା ସଞ୍ଜୟ ଦତ୍ତ ବନାମ ଦକ୍ଷିଣର ବଡ ଅଭିନେତା ଥାଲାପତି ବିଜୟ। 'ଲିଓ' ସବୁଠୁ ବଡ ବ୍ଲକବଷ୍ଟର ହେବ । ଅନ୍ୟ ଜଣେ ଲେଖିଛନ୍ତି, 'ଚଳଚ୍ଚିତ୍ର ପାଇଁ ଅପେକ୍ଷା କରିପାରିବି ନାହିଁ' । ତୃତୀୟ ୟୁଜର ମନ୍ତବ୍ୟରେ ଲେଖିଛନ୍ତି, 'ଥାଲା ଏବଂ ସଞ୍ଜୟ ଦତ୍ତଙ୍କ କମ୍ବୋକୁ ଅପେକ୍ଷା'।

କେବେ ରିଲିଜ ହେବ ଫିଲ୍ମ

ସଞ୍ଜୟ ଦତ୍ତ ଏବଂ ଥାଲାପତି ବିଜୟଙ୍କ ଏହି ଚଳଚ୍ଚିତ୍ର ଅକ୍ଟୋବର 19 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଥାଲାପତି ବିଜୟ ଏବଂ ସଞ୍ଜୟଙ୍କ ବ୍ୟତୀତ ତ୍ରିଶା, ଅର୍ଜୁନ, ଗୌତମ ବାସୁଦେବ ମେନନ୍, ପ୍ରିୟା ଆନନ୍ଦ, ମିସସ୍କିନ୍ ଭଳି ଅନେକ କଳାକାରଙ୍କୁ 'ଲିଓ'ରେ ଦେଖିବାକୁ ମିଳିବ । ଏହା ସହିତ ଅନୁରାଗ କାଶ୍ୟପ ଏହି ଚଳଚ୍ଚିତ୍ରରେ ଏକ କ୍ୟାମିଓ ଭୂମିକାରେ ଅଭିନୟ କରିବେ ବୋଲି ମଧ୍ୟ କୁହାଯାଉଛି । ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ମାଲାୟାଲମରେ 'ଲିଓ' ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.