ETV Bharat / entertainment

କଫି ୱିଥ୍ କରଣ ଶୋ'ରେ ନଜର ଆସିବେ ବରୁଣ-ସିଦ୍ଧାର୍ଥ, ଅଭିନେତା କରଣଙ୍କୁ ଦେଲେ ନୂଆ ନାଁ

author img

By ETV Bharat Odisha Team

Published : Nov 20, 2023, 2:17 PM IST

କରଣଙ୍କ ଚାଟ୍‌ ଶୋ' ସିଜନ 8ର ଆଗାମୀ ଏପିସୋଡର ଲାଟେଷ୍ଟ ପ୍ରମୋ ରିଲିଜ ହୋଇଛି । ଏହି ଶୋ'ରେ ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର ତାରକା ବରୁଣ ଧୱନ ଏବଂ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ । ଏହି ସମୟରେ ଅଭିନେତା କରଣଙ୍କୁ ଏକ ନୂଆ ନାଁର ଟ୍ୟାଗ ଦେଇଛନ୍ତି । ଜାଣନ୍ତୁ କଣ?

କଫି ୱିଥ୍ କରଣ ଶୋ'ରେ ନଜର ଆସିବେ ବରୁଣ-ସିଦ୍ଧାର୍ଥ, ଅଭିନେତା କରଣଙ୍କୁ ଦେଲେ ନୂଆ ନାଁ
କଫି ୱିଥ୍ କରଣ ଶୋ'ରେ ନଜର ଆସିବେ ବରୁଣ-ସିଦ୍ଧାର୍ଥ, ଅଭିନେତା କରଣଙ୍କୁ ଦେଲେ ନୂଆ ନାଁ

ହାଇଦ୍ରାବାଦ: କରଣ ଜୋହରଙ୍କ ଲୋକପ୍ରିୟ ଚାଟ୍ ଶୋ' କଫି ୱିଥ କରଣ ଆଜିକାଲି ଶିରୋନାମାରେ ରହିଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ବଲିଉଡ ତାରକା ଏହି ଶୋ'ରେ ଅତିଥି ଭାବରେ ନଜର ଆସିଛନ୍ତି । ଏହି ସମୟରେ ଶୋ'ର ଏକ ନୂଆ ପ୍ରୋମୋ ରିଲିଜ ହୋଇଛି । ଏହି ପ୍ରୋମୋରେ, ଦୁଇ ସୁପରଷ୍ଟାର କରଣ ଜୋହରଙ୍କ ସହ ୧୧ବର୍ଷ ପରେ ଏକାଠି ନଜର ଆସିବେ । ଶୋ'ର ଲାଟେଷ୍ଟ ଏପିସୋଡରେ ଷ୍ଟାର ଅଫ୍ ଦ ଇୟର ତାରକା ବରୁଣ ଧୱନ ଏବଂ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ ।

ଇନ୍‌ଷ୍ଟାଗ୍ରାମ୍‌ରେ କରଣ ଜୋହର ବରୁଣ ଏବଂ ସିଦ୍ଧାର୍ଥଙ୍କ ଆଗାମୀ ଏପିସୋଡର ପ୍ରମୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'The Boys Are Back ।' ଶୋ’ରେ କରଣ ଜୋହରଙ୍କ ସହ ଉଭୟ ତାରକା ମଜା କରୁଥିବା ଏବଂ ଅନେକ ଖୁଲାସା କରୁଥିବା ନଜର ଆସିଛନ୍ତି । ଏହି ସମୟରେ, ଭିଡିଓରୁ ବରୁଣ ଧୱନଙ୍କ ଏକ ବିବୃତ୍ତି ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କରଣ ଜୋହରଙ୍କୁ ଘର ଭାଙ୍ଗିବା ବାଲା ବୋଲି କହିଛନ୍ତି ।

  • " class="align-text-top noRightClick twitterSection" data="">

ଏଥିସହ କରଣ ଜୋହର ବରୁଣ ଏବଂ ସିଦ୍ଧାର୍ଥଙ୍କ ବିଷୟରେ ଏକ ରୋଚକ ଖୁଲାସା କରିଛନ୍ତି । ପ୍ରଥମେ କରଣ ବରୁଣ ଏବଂ ସିଦ୍ଧାର୍ଥଙ୍କୁ ଦୁନିଆର ଆଦର୍ଶ ସ୍ୱାମୀ ବୋଲି କହିଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ସେମାନଙ୍କ ବିଷୟରେ ଖୁଲାସା କରିଛନ୍ତି । କରଣ କହିଛନ୍ତି ଯେ ମାଇ ନେମ ଇଜ ଖାନ ଫିଲ୍ମର ସୁଟିଂ ସମୟରେ ବରୁଣ ଏବଂ ସିଦ୍ଧାର୍ଥ ଝିଅମାନଙ୍କର ଫଟୋ ଉଠାଉଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ଲସ୍ ଆଞ୍ଜେଲସରେ ହୋଇଥିଲା । ଏଥିସହିତ ବରୁଣ କହିଛନ୍ତି ଯେ ସିଦ୍ଧାର୍ଥ ମଧ୍ୟ ଫଟୋ ନେଉଥିଲେ । ଏହାପରେ ସିଦ୍ଧାର୍ଥ କହିଛନ୍ତି ଯେ ବରୁଣ ସେଠାରେ ଥିବା ଝିଅମାନଙ୍କୁ ଶାହାରୁଖ ଖାନଙ୍କ ଫଟୋ ବିକ୍ରି କରୁଥିଲେ ।

ଏହା ମଧ୍ୟ ପଢନ୍ତୁ: କଫି ୱିଥ କରନ ସିଜନ ୮: ଦୀର୍ଘ ଦିନ ପରେ କାଉଚ୍‌କୁ ଫେରିଲେ ବରୁଣ-ସିଦ୍ଧାର୍ଥ

ନଭେମ୍ବର ୨୩ ରେ ବରୁଣ ଏବଂ ସିଦ୍ଧାର୍ଥଙ୍କ ସହ ଏହି ଲାଟେଷ୍ଟ ଏପିସୋଡ୍ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହେବାକୁ ଯାଉଛି । ପୂର୍ବରୁ ରଣଭୀର ସିଂ, ଦୀପିକା ପାଦୁକୋନ, ସନ୍ନି ଦେଓଲ, ବବି ଦେଓଲ, କରୀନା କପୁର ଖାନ୍‌, ଆଲିଆ ଭଟ୍ଟ ନଜର ଆସିଥିଲେ । ତେବେ ଆଗାମୀ ଏପିସୋଡ୍‌ଗୁଡିକରେ ଜାହ୍ନବୀ କପୁର, କାଜୋଲ, ରାନୀ ମୁଖାର୍ଜୀ, ଅଜୟ ଦେବଗନ୍, ରୋହିତ ଶେଟ୍ଟୀ, ଏବଂ ବିକି କୌଶଲ ନଜର ଆସିବେ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.