ETV Bharat / entertainment

KBC 15: ନୂଆ ଢାଞ୍ଚାରେ ଆସିବ କେବିସି 15, ବଦଳିବ ଲାଇଫ୍‌ଲାଇନ୍ ବଦଳିବ ଅମିତାଭଙ୍କ ଲୁକ୍

author img

By

Published : Aug 11, 2023, 6:22 PM IST

ଅମିତାଭ ବଚ୍ଚନଙ୍କ ଦ୍ୱାରା ଉପସ୍ଥାପିତ ରିଆଲିଟି ଶୋ 'କୌନ ବନେଗା କରୋଡପତି'ର ସିଜନ 15 ଅଗଷ୍ଟ 14 ରେ ସୋନି ଟିଭିରେ ପ୍ରିମିୟର ହେବ । ନୂଆ ଢାଞ୍ଚାରେ ଆସିବ କେବିସି 15 । ତେବେ ଜାଣନ୍ତୁ, ଏଥର ଶୋ’ରେ କ’ଣ ନୂଆ ହେବ।

KBC 15: ନୂଆ ଢାଞ୍ଚାରେ ଆସିବ କେବିସି 15, ବଦଳିବ ଲାଇଫ୍ ଲାଇନ୍ ବଦଳିବ ଅମିତାଭଙ୍କ ଲୁକ୍
KBC 15: ନୂଆ ଢାଞ୍ଚାରେ ଆସିବ କେବିସି 15, ବଦଳିବ ଲାଇଫ୍ ଲାଇନ୍ ବଦଳିବ ଅମିତାଭଙ୍କ ଲୁକ୍

ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ଅଗଷ୍ଟ 14ରେ 'କୌନ ବନେଗା କରୋଡପତି' ସିଜନ 15 ସହ କମ୍‌ବ୍ୟାକ୍‌ କରିବାକୁ ଯାଉଛନ୍ତି । ଅନେକ କିଛି ପରିବର୍ତ୍ତନ ସହ ଏଥର ସିଜନ ଆସିବାକୁ ଯାଉଛି । ଅଭିନେତାଙ୍କ ଲୁକ୍‌ଠାରୁ ଆରମ୍ଭ କରି ସେଟ୍ ର ନୂତନ ଡିଜାଇନ୍ ଏବଂ ପ୍ରତିଯୋଗୀଙ୍କ ଲାଇଫଲାଇନ ଭଳି ଆହୁରି ଅନେକ କିଛି ପରିବର୍ତ୍ତନ ହୋଇ ନୂଆ ଢାଞ୍ଚାରେ ଏହି ଶୋ' ସୋନି ଟିଭିରେ ରାତି 9ଟାରେ ପ୍ରସାରିତ ହେବ ।

ପ୍ରଶଂସକଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କେବିସି ନିର୍ମାତାମାନେ ସେଟ୍‌କୁ ଏକ ନୂଆ ଲୁକ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଶଂସକମାନେ 'X' ଆକାରରେ ଏହାର ସେଟ୍ ଦେଖିବାକୁ ପାଇବେ । ଏଥିସହ ପ୍ରତିଯୋଗୀମାନେ ଏହି ସିଜନରେ ଏକ ନୂତନ ଲାଇଫ୍‌ଲାଇନ୍ ପାଇବେ। ବିଗ୍ ବି ଦ୍ୱାରା 'ଡୁଗଡୁଗି ଜୀ' ନାମକ ଟାଇମରକୁ ମଧ୍ୟ ପରିବର୍ତ୍ତନ କରାଯିବ । ଏହି ସିଜନରେ ଅମିତାଭଙ୍କ ଲୁକ ପରିବର୍ତ୍ତନ ବିଷୟରେ ଅମିତାଭ ବଚ୍ଚନଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ କହିଛନ୍ତି ଯେ “କୌନ ବନେଗା କରୋଡପତିର 15ତମ ସିଜିନ ପାଇଁ ଲୁକକୁ 'ନୂଆ' ଏବଂ 'ସତେଜ' ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରିୟା ପାଟିଲ କହିଛନ୍ତି ଯେ କ୍ଲାସିକ୍ ଲୁକ୍ ବଜାୟ ରଖିବାବେଳେ ଆମେ ଗୋଟିଏ ପାଦ ଆଗକୁ ଯାଇ ଏଥିରେ ନୂତନ ଉପାଦାନ ଯୋଡ଼ିଛୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମିତାଭ ସାର୍‌ଙ୍କୁ ଏକ ଭିନ୍ନ ରୂପ ଦେବା ପାଇଁ ଆମେ କ୍ଲାସିକ୍ ଯୋଧପୁରୀ ଉପରେ ଏକ ଶାଲ୍ ମଧ୍ୟ ଅନ୍ତର୍ଭୁକ୍ତ କରିଛୁ ।

ସୂଚନା ଥାଉ କି, ପୂର୍ବରୁ ବଲିଉଡ୍‌ ମେଗାଷ୍ଟାର ଅମିତାଭ ଶୋ'ର ନୂଆ ପ୍ରମୋ ରିଲିଜ କରିଥିଲେ। ଏବଂ ସେ କହିଥିଲେ ଯେ, 5GB ସ୍ପିଡକୁ ଅପଗ୍ରେଡ କରିବାର ନୂତନ ଆଭିମୁଖ୍ୟ ସହ ଏହି ନୂତନ ଯୁଗରେ ତୁମ ସମସ୍ତଙ୍କୁ ବହୁତ ସ୍ୱାଗତ। ଏହି ପୋଷ୍ଟରର କ୍ୟାପସନରେ ସେ ଲେଖାଥିଲେ ଯେ, ଜ୍ଞାନଦାର, ଧନଦାର ଏବଂ ସାନଦାର ସହ କୌନ ବନେଗା କରୋଡପତି ଆପଣଙ୍କ ପାଖକୁ ଏକ ନୂଆ ରୂପରେ ଆସୁଛି।

ରିପୋର୍ଟ ଅନୁଯାୟୀ, କେବିସି ପାଇଁ ଶୋ'ର ହୋଷ୍ଟ ଅମିତାଭ ବଚ୍ଚନ ଅଧିକ ଟଙ୍କା ଚାର୍ଜ କରନ୍ତି । 2000ରୁ କେବିସି ଆରମ୍ଭ ହୋଇଥିଲା । ଏହି ସମୟରେ ଅମିତାଭ ବଚ୍ଚନ ଏପିସୋଡ୍ ପାଇଁ 25 ଲକ୍ଷ ଟଙ୍କା ନେଇଥିଲେ । ପ୍ରଥମ ସିଜନ ହିଟ୍‌ ପରେ ଅମିତାଭ ତାଙ୍କ ଫିକୁ ବୃଦ୍ଧି କରି 1 କୋଟି କରିଥିଲେ । ସିଜନ 6 ଏବଂ 7 ରେ ସେ 1.5 ରୁ 2 କୋଟି ଟଙ୍କା ଚାର୍ଜ କରିଥିଲେ । ଅଷ୍ଟମ ସିଜନରେ ତାଙ୍କର ଫି 2 କୋଟି ଥିଲା । 9ମ ସିଜନରେ ଅମିତାଭ ବଚ୍ଚନ 2.6 କୋଟି ନେଇଥିଲେ । ଦଶମ ସିଜନରେ ଅମିତାଭ ବଚ୍ଚନ ଏପିସୋଡ ପାଇଁ 3 କୋଟି ଟଙ୍କା ଚାର୍ଜ କରିଥିବା ବେଳେ ଏକାଦଶ, ଦ୍ୱାଦଶ ଏବଂ 13 ତମ ସିଜନରେ ସେ 3.5 କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ପୁଣି ଆରମ୍ଭ ହେବ ବିଗ୍‌ ବି'ଙ୍କ କୌନ ବନେଗା କରୋଡପତି 15, ଘୋଷଣା ହେଲା ତାରିଖ

ଅମିତାଭ ବଚ୍ଚନଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ ସେ ଖୁବ୍‌ଶୀଘ୍ର ଆକ୍ସନ ଥ୍ରୀଲର ଫିଲ୍ମ ‘ଗଣପତ୍‌ ପାର୍ଟ-1’ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନଙ୍କ ସହ ଅମିତାଭ ସ୍କ୍ରିନ ସେୟାର କରିବେ । ଏହି ଫିଲ୍ମ ଅକ୍ଟୋବର 20ରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ଅମିତାଭ, ପ୍ରଭାସ, ଦୀପିକା ପାଦୁକୋନ ଏବଂ କମଲ ହାସନ ଷ୍ଟାରର୍‌ 'କଲ୍‌କି 2898 AD'ରେ ମଧ୍ୟ ନଜର ଆସିବେ । ଏହା 12 ଜାନୁଆରୀ 2024ରେ ରିଲିଜ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.