ETV Bharat / entertainment

ବିକିଙ୍କ ସହ ନୁହଁ ଏହି ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇଛନ୍ତି କ୍ୟାଟ୍ରିନା, କଲେ ଖୁଲାସା

author img

By

Published : Jul 12, 2023, 8:04 AM IST

ବିକି କୌଶଲଙ୍କ ବ୍ୟତୀତ ଏହି ବ୍ୟକ୍ତିଙ୍କ ସହ କ୍ୟାଟ୍ରିନା କୈଫ ଅଧିକ ସମୟ ବିତାଇଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ଖୁଲାସା କରିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ବିକିଙ୍କ ସହ ନୁହଁ ଏହି ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇଛନ୍ତି କ୍ୟାଟ୍ରିନା, ଫଟୋ ସେୟାର କରି କଲେ ଖୁଲାସା
ବିକିଙ୍କ ସହ ନୁହଁ ଏହି ବ୍ୟକ୍ତିଙ୍କ ସହ ଅଧିକ ସମୟ ବିତାଇଛନ୍ତି କ୍ୟାଟ୍ରିନା, ଫଟୋ ସେୟାର କରି କଲେ ଖୁଲାସା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ଅଭିନୟ ଏବଂ ଡ୍ୟାନ୍ସରେ ଦର୍ଶକଙ୍କୁ ଦିୱାନା କରିଥାନ୍ତି। କ୍ୟାଟ୍ରିନା ଚଳିତ ବର୍ଷ ଶେଷରେ ସଲମାନ ଖାନଙ୍କ ବିପକ୍ଷରେ ନଜର ଆସିବେ। ଏହାପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ପୋଷ୍ଟରେ କ୍ୟାଟ୍ରିନା ଜଣେ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରି କହିଛନ୍ତି ଯିଏ ଗତ 20ବର୍ଷ ଧରି ତାଙ୍କ ସହ ଅଛନ୍ତି । ତେବେ 20 ବର୍ଷ ଧରି କ୍ୟାଟ୍ରିନାଙ୍କ ଜୀବନ ସହିତ ଜଡ଼ିତ ଏହି ବ୍ୟକ୍ତି ଜଣକ କିଏ ? ଏବଂ କ୍ୟାଟ୍ରିନା ଏହି ବ୍ୟକ୍ତିଙ୍କୁ କାହିଁକି ପ୍ରଶଂସା କରିଛନ୍ତି ? ଜାଣନ୍ତୁ

ନିଜ ଇନ୍‌ଷ୍ଟାଗ୍ରାମରେ କ୍ୟାଟ୍ରିନା ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପର୍ସନାଲ ଆସିସାଣ୍ଟ(PA) ଅଶୋକ ଶର୍ମାଙ୍କ ସହ ନଜର ଆସିଛନ୍ତି । କ୍ୟାଟ୍ରିନା ଏବଂ ସେ 20 ବର୍ଷ ଧରି ଏକାଠି କାମ କରିଛନ୍ତି । କ୍ୟାଟ୍ରିନା ଏହି ଫଟୋ ସେୟାର କରି ତାଙ୍କ ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଆଜି ଅଶୋକ ଶର୍ମା 20 ବର୍ଷ ପୂରଣ କରିଛନ୍ତି । ଏହି ବ୍ୟକ୍ତି ଗତ 20 ବର୍ଷ ମଧ୍ୟରେ ମୋ ସହିତ ଅଧିକ ସମୟ ଅତିବାହିତ କରିଛନ୍ତି । ହସିବାଠାରୁ ଆରମ୍ଭ କରି ଝଗଡା, ମୋର ଯତ୍ନ ନେବା, ମୋତେ ପ୍ରେରିତ କରିବା ଭଳି ସବୁକିଛିରେ ମୋ ସହ ରହିଛନ୍ତି । ଏପରିକି ଯଦି କେହି ମୋତେ ସେଟ୍‌ରେ ହଇରାଣ କରନ୍ତି ତେବେ ଅଶୋକ କାନ୍ଦି ପକାନ୍ତି । ମୋ ଉପରେ ସବୁବେଳେ ନଜର ରଖିଥାନ୍ତି, ମୁଁ କଣ ଚାହେଁ ସେ ଆଗରୁ ଜାଣିପାରିଥାନ୍ତି । ମୋ ଜୀବନର ସମସ୍ତ କାର୍ଯ୍ୟରେ ମୋତେ ସହଯୋଗ କରିଛନ୍ତି । ଏହିପରି ଆଗାମୀ 20ବର୍ଷ ମଧ୍ୟ ବିତିଯାଉ ।

ଏହା ମଧ୍ୟ ପଢନ୍ତୁ: ବିକି-କ୍ୟାଟଙ୍କ ଘରକୁ ଆସିବେ ନୂଆ ଅତିଥି, ବେବି ପ୍ଲାନରେ ଅଛନ୍ତି ଦମ୍ପତି

କ୍ୟାଟ୍ରିନା କୈଫଙ୍କ ଏହି ପୋଷ୍ଟକୁ ଫ୍ୟାନ୍ସ ଏବଂ ତାରକା ଲାଇକ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା Best ଲେଖିଛନ୍ତି। କ୍ୟାଟ୍ରିନାଙ୍କ 5 ଲକ୍ଷରୁ ଅଧିକ ପ୍ରଶଂସକ ତାଙ୍କର ଏହି ପୋଷ୍ଟରେ ଲାଇକ୍ କରିଛନ୍ତି । ସେପଟେ କ୍ଯାଟ୍ରିନାଙ୍କ ୱାର୍ଟପ୍ରଣ୍ଟ କଥା କହିବାକୁ ଗଲେ, କ୍ୟାଟ୍ରିନା ଟାଇଗର-3ରେ ନଜର ଆସିବେ । ସେ ଏହି ଫିଲ୍ମରେ ପୁଣି ସଲମାନ ଖାନଙ୍କ ସହ ନଜର ଆସିବେ । ଏହି ଫିଲ୍ମ ଦିୱାଲୀ ଅବସରରେ ରିଲିଜ ହେବ । ସେ ଶ୍ରୀରାମ ରାଘବନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ମେରୀ ଖ୍ରୀଷ୍ଟମାସରେ ବିଜୟ ସେତୁପତିଙ୍କ ସହ ମଧ୍ୟ ନଜର ଆସିବେ । ଏଥିସହ ଫରହାନ ଅଖତରଙ୍କ ଆଗାମୀ ଚଳଚ୍ଚିତ୍ର ଜି ଲେ ଜରାରେ ବି ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.