ETV Bharat / entertainment

ମଉକା ଦେଖି ଚଉକା ମାରୁଛି କିଙ୍ଗ୍‌ ଖାନଙ୍କ 'ଜବାନ୍', ୱିକେଣ୍ଡ ଓ ଫେଷ୍ଟିଭାଲର ମିଳୁଛି ଫାଇଦା

author img

By ETV Bharat Odisha Team

Published : Sep 30, 2023, 9:53 AM IST

ଶାହରୁଖ ଖାନଙ୍କ ଫିଲ୍ମ ରିଲିଜ ହେବାର 23 ଦିନ ବିତିଗଲାଣି, କିନ୍ତୁ ଫିଲ୍ମ ଏବେ ବି ଭଲ ରୋଜଗାର କରୁଛି । ଜବାନ୍ ରୋଜଗାର ଦୃଷ୍ଟିରୁ ପଠାନ୍ ଏବଂ ସନ୍ନି ଦେଓଲଙ୍କ ଗଦର 2କୁ ମଧ୍ୟ ପଛରେ ପକାଇଦେଇଛି । ଏପର୍ଯ୍ୟନ୍ତ କେତେ କୋଟି ରୋଜଗାର କରିଛି ଜାଣନ୍ତୁ ।

ଜବାନ୍
ଜବାନ୍

ହାଇଦ୍ରାବାଦ: ଫିଲ୍ମ 'ଜବାନ' ସହିତ ଶାହାରୁଖ ଖାନ ବକ୍ସ ଅଫିସର ‘ବାଦଶାହା’ ହୋଇସାରିଛନ୍ତି । ପ୍ରଶଂସକଙ୍କ ହୃଦୟରେ ଆଜି ବି କିଙ୍ଗ ଖାନଙ୍କ ଯାଦୁ ଚାଲିଛି । ଜବାନ ରିଲିଜ ହେବାର ତିନି ସପ୍ତାହ ବିତିଗଲାଣି ଏବଂ ରୋଜଗାରର ଗତି ଏବେ ମଧ୍ୟ ଭଲ ଅଛି । କେତେବେଳେ ୱିକେଣ୍ଡ ତ କେତେବେଳେ ଫେଷ୍ଟିଭାଲର ଭରପୂର ଫାଇଦା ଉଠାଉଛି ଫିଲ୍ମ ଜବାନ । କହିବାକୁ ଗଲେ, ନିର୍ଦ୍ଦେଶକ ଅଟଲୀଙ୍କ ଜବାନ ମଉକା ଦେଖି ଚଉକା ମାରୁଛି । ବର୍ତ୍ତମାନ ଚତୁର୍ଥ ସପ୍ତାହ ଶେଷରେ ଫିଲ୍ମର ରୋଜଗାର ପୁଣି ଥରେ ବଢିପାରେ ।

ସେପ୍ଟେମ୍ବର 7ରେ ମୁକ୍ତିଲାଭ କରିଥିବା ଜବାନ ଓ୍ୱିକେଣ୍ଡ ସହିତ କୃଷ୍ଣ ଜନ୍ମାଷ୍ଟମୀଙ୍କ ଫାଇଦା ମିଳିଲା । ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ସମସ୍ତ ରୋଜଗାର ରେକର୍ଡ ଭାଙ୍ଗିଥିଲା । ଏହା ପରେ ଗଣେଶ ଚତୁର୍ଥୀ ଛୁଟି ଏବଂ ଇଦ୍‌ର ସମ୍ପୂର୍ଣ୍ଣ ଫାଇଦା ଉଠାଇଥିଲା । 23 ତମ ଦିନରେ ମଧ୍ୟ ଜବାନ 5.25 କୋଟି ଟଙ୍କା ରୋଜଗାର କରିଛି । ସପ୍ତାହ ଶେଷରେ ଫିଲ୍ମର କଲେକ୍ସନ ଆହୁରି ବୃଦ୍ଧି ପାଇପାରେ ।

23 ଦିନରେ ଜବାନ କେତେ କୋଟି ରୋଜଗାର କଲା ?

1 ଦିନ- 75 କୋଟି ଟଙ୍କା ରୋଜଗାର

2 ଦିନ- 53.23 କୋଟି ଟଙ୍କା ରୋଜଗାର

3 ଦିନ- 77.83 କୋଟି ଟଙ୍କା ରୋଜଗାର

4 ଦିନ- 80.1 କୋଟି ଟଙ୍କା ରୋଜଗାର

5 ଦିନ- 32.92 କୋଟି ଟଙ୍କା ରୋଜଗାର

6 ଦିନ- 26 କୋଟି ଟଙ୍କା ରୋଜଗାର

7 ଦିନ- 23.2 କୋଟି ଟଙ୍କା ରୋଜଗାର

8 ଦିନ- 21.6 କୋଟି ଟଙ୍କା ରୋଜଗାର

ଏହା ମଧ୍ୟ ପଢନ୍ତୁ: Jawan Box Office Collection Day 21: ଜାରି ରହିଛି 'ଜବାନ୍'ର ଜଲୱା, 600 କୋଟିରୁ କିଛି ପାଦ ଦୂରରେ

ପ୍ରଥମ ସପ୍ତାହରେ ଜବାନର ମୋଟ କଲେକ୍ସନ ଥିଲା 389.88 କୋଟି ଟଙ୍କା

9 ଦିନ - 19.1 କୋଟି ଟଙ୍କା ରୋଜଗାର

10 ଦିନ- 31.8 କୋଟି ଟଙ୍କା ରୋଜଗାର

11 ଦିନ - 36.85 କୋଟି ଟଙ୍କା ରୋଜଗାର

12 ଦିନ - 16.25 କୋଟି ଟଙ୍କା ରୋଜଗାର

13 ଦିନ - 14.4 କୋଟି ଟଙ୍କା ରୋଜଗାର

14 ଦିନ- 9.6 କୋଟି ଟଙ୍କା ରୋଜଗାର

15 ଦିନ - 8.1 କୋଟି ଟଙ୍କା ରୋଜଗାର

ଦ୍ୱିତୀୟ ସପ୍ତାହ ଶେଷରେ ଜବାନର ମୋଟ କଲେକ୍ସନ ଥିଲା 136.1 କୋଟି

16 ଦିନ - 7.6 କୋଟି ଟଙ୍କା ରୋଜଗାର

17 ଦିନ - 12.25 କୋଟି ଟଙ୍କା ରୋଜଗାର

18 ଦିନ - 14.95 କୋଟି ଟଙ୍କା ରୋଜଗାର

19 ଦିନ - 5.4 କୋଟି ଟଙ୍କା ରୋଜଗାର

20 ଦିନ - 4.9 କୋଟି ଟଙ୍କା ରୋଜଗାର

21 ଦିନ - 4.85 କୋଟି ଟଙ୍କା ରୋଜଗାର

22 ଦିନ - 5.97 କୋଟି ଟଙ୍କା ରୋଜଗାର

ତୃତୀୟ ସପ୍ତାହ ଶେଷରେ ଜବାନର ମୋଟ କଲେକ୍ସନ ଥିଲା 55.92 କୋଟି

23 ଦିନ - 5.25 କୋଟି ଟଙ୍କା ରୋଜଗାର

ଏହିପରି, ଜବାନ ମୋଟ କଲେକ୍ସନ 587.15 କୋଟିରେ ପହଞ୍ଚିଛି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.