ETV Bharat / entertainment

Diwali 2023: ବଲିଉଡରୁ ଓଲିଉଡ ସବୁଠି ଦୀପାବଳିର ଧୁମ୍, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

author img

By ETV Bharat Odisha Team

Published : Nov 12, 2023, 2:19 PM IST

ଆଜି ଦିପାବଳୀ । ଗାଁ ଠୁ ସହର ସବୁଠି ଧୁମଧାମରେ ଏହି ପର୍ବ ପାଳନ କରାଯାଉଛି । ଏହି ଅବସରରେ ସେଲିବ୍ରିଟିମାନେ ମଧ୍ୟ ଉତ୍ସାହର ସହ ପାଳନ କରିଥିବା ବେଳେ ଫ୍ୟାନ୍ସଙ୍କୁ ଦିପାବଳୀର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ,

ବଲିଉଡରୁ ଓଲିଉଡ ସବୁଠି ଦୀପାବଳିର ଧୁମ୍, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ବଲିଉଡରୁ ଓଲିଉଡ ସବୁଠି ଦୀପାବଳିର ଧୁମ୍, ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ହାଇଦ୍ରାବାଦ: ଦୀପାବଳି ପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ଏହି ପରିପ୍ରେକ୍ଷୀରେ ବଲିଉଡରୁ ଓଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଧୁମଧାମରେ ଏହି ପର୍ବ ପାଳନ କରୁଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ମଧ୍ୟ ଫ୍ୟାନ୍ସଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ବଲିଉଡ୍‌ ନିର୍ମାତା କରଣ ଜୋହର, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଅନୁଷ୍କା ଶର୍ମା, ଓଲିଉଡ ଅଭିନେତ୍ରୀ ରିୟା ଦେ, ଏଲିନା ସାମନ୍ତାରାୟ ଏବଂ ଅନୁ ଚୌଧୁରୀଙ୍କ ସମେତ ଅନେକ ସେଲିବ୍ରିଟି ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଓଲିଉଡ ଅଭିନେତ୍ରୀ ରିୟା ଦେ ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଫଟୋରେ ରିୟା କ୍ରିମ ରଙ୍ଗର ଆଉଟଫିଟ୍‌ ସହ ପାରମ୍ପରିକ ଲୁକରେ ନଜର ଆସିଛନ୍ତି । ଏବଂ ସେ ଏକ ଦୀପ ଧରି ବସିଥିବାର ଦେଖିବାକୁ ମିଳେ । ଏହି ଫଟୋ ସେୟାର କରି ସେ ଲେଖିଛନ୍ତି, ସମସ୍ତଙ୍କୁ ଶୁଭ ଦିୱାଲୀ । ଏବଂ ସମସ୍ତେ ଏକ ନିରାପଦ, ଶବ୍ଦ ଏବଂ ପ୍ରଦୂଷଣ ମୁକ୍ତ ଦିୱାଲୀ ପାଳନ କରନ୍ତୁ । ସେହିପରି ଅନୁ ଚୌଧୁରୀଙ୍କ ସମେତ ଅନେକ ସେଲିବ୍ରିଟି ମଧ୍ୟ ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ ନିର୍ମାତା କରଣ ଜୋହର ନିଜ ଇନଷ୍ଟାଗ୍ରାମରେ ଦୀପାବଳିର ସେଲିବ୍ରେସନର କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି, ଦୀପାବଳି ଆପଣଙ୍କ ପାଇଁ ପ୍ରଚୁର ଆନନ୍ଦ, ମାନସିକ ଶାନ୍ତି ଏବଂ ଉତ୍ତମ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଆଣିଦେଉ । ହାପି ଦିୱାଲୀ । ସେହିପରି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟା ଷ୍ଟୋରୀରେ ମିଠା ଥାଳିର ଏକ ଭିଡିଓ ସେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦିୱାଲୀରେ ଭାଇଜାନଙ୍କ ଧମାକା, ଫିଲ୍ମକୁ ଫ୍ୟାନ୍ସଙ୍କ 'ଶ୍ରେଷ୍ଠ ଆକ୍ସନ ଫିଲ୍ମ'ର ଟ୍ୟାଗ

ସେହିପରି ୨ୟ ଥର ପାଇଁ ମା' ହେବାର ରୁମର ଖବର ମଧ୍ୟରେ ଦୀପାବଳୀ ସେଲିବ୍ରେସନ କରିଛନ୍ତି ଅନୁଷ୍କା ଶର୍ମା । ସେ ନିଜ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଅଭିନେତ୍ରୀ ରବିନା ଟଣ୍ଡନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସମୟରେ ରବୀନା ୟେଲୋ ସାଲୱାର ସୁଟରେ ନିଜ ଘରେ ପୂଜା ଥାଳି ଧରି ବସିଥିବାର ନଜର ଆସିଛନ୍ତି । ସେ କହିଛନ୍ତି, ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଦୀପାବଳୀର ଶୁଭକାମନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.