ଦିଶା ସାଲିଆନଙ୍କ ମୃତ୍ୟୁ ଏକ ଦୁର୍ଘଟଣା, କହିଲା CBI

author img

By

Published : Nov 24, 2022, 8:58 AM IST

ଦିଶା ସାଲିଆନଙ୍କ ମୃତ୍ୟୁ ଏକ ଦୁର୍ଘଟଣା, କହିଲା CBI

ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା । ସୂଚନା ଦେଲା ସିବିଆଇ । ଅଧିକ ପଢନ୍ତୁ

ମୁମ୍ବାଇ: ଦିବଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ସମ୍ପର୍କରେ ବଡ ସୂଚନା ଦେଇଛି CBI । ଏହି ମାମଲାର ଯାଞ୍ଚ କରୁଥିବା ସିବିଆଇ କହିଛି ଯେ, ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ଥିଲା(Disha Salian's death was an accident) । ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଭାରସାମ୍ୟ ହରାଇ ଫ୍ଲାଟରୁ ଖସି ପଡିଥିଲେ । କହିରଖୁଛୁ କି, ୨୦୨୦ ଜୁନ ୮ ତାରିଖ ବିଳମ୍ବିତ ରାତିରେ ମୁମ୍ବାଇ ମଲାଡ ସ୍ଥିତ ଗ୍ୟାଲେକ୍ସି ରିଜେଣ୍ଟ ବିଲ୍ଡିଂର ୧୪ ମହଲାରୁ ଖସି ପଡି ଦିଶା ପ୍ରାଣ ହରାଇଥିଲେ । ଏହାର ୬ ଦିନ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ତେଣୁ ଉଭୟଙ୍କ ମୃତ୍ୟୁରେ ଲିଙ୍କ୍ ଥିବା ଚର୍ଚ୍ଚା ହୋଇଥିଲା ।

CBI ପକ୍ଷରୁ କୁହାଯାଇଛି, ଦିଶା ନିଜ ଜନ୍ମଦିନରେ ଘରେ ଏକ ଛୋଟ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସେ ଅଧିକ ମଦ୍ୟପାନ କରିଥିଲେ । ତେଣୁ ନିଶାଗ୍ରସ୍ତ ଅବସ୍ଥାରେ ସନ୍ତୁଳନ ହରାଇ ଫ୍ଲାଟରୁ ତଳକୁ ଖସି ପଡିଥିବା ତଦନ୍ତରୁ ଜଣାପଡିଛି । ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁରେ ସମ୍ବନ୍ଧ ଥିବା ନେଇ ବିଜେପି ନେତା ନିତିଶ ରାଣେଙ୍କ ଅଭିଯୋଗରେ କୌଣସି ପ୍ରମାଣ ମିଳିନଥିବା ସିବିଆଇ ଅଧିକାରୀ ଜଣାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବଲିଉଡ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

କହିରଖୁଛୁ କି, ୨୦୨୦ରେ ଯେତେବେଳେ ଦିଶା ସାଲିଆନଙ୍କ ମୃତ୍ୟୁ(Disha Salian death Case) ହେଲା ସେତେବେଳେ ଅନେକ କଥା ସାମ୍ନାକୁ ଆସିଥିଲା । ସେ ଅନେକ ସେଲିବ୍ରିଟିଙ୍କ ମ୍ୟାନେଜର ଭାବେ କାମ କରିଥିଲେ । ଯାହାଙ୍କ ମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଅନ୍ୟତମ ଥିଲେ । ଦିଶାଙ୍କ ମୃତ୍ୟୁର ସପ୍ତାହେ ନପୂରୁଣୁ ସୁଶାନ୍ତଙ୍କ ଦେହାନ୍ତ ହୋଇଥିଲା । ଯଦିଓ ଦିଶାଙ୍କ ମୃତ୍ୟୁ ନେଇ ଅଲଗା ଭାବେ କୌଣସି FIR ରୁଜୁ ହୋଇନଥିଲା, ମାତ୍ର ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ବନ୍ଧ ଥିବା ଚର୍ଚ୍ଚା ହେବା ପରେ ସିବିଆଇ ଏହି ମାମଲାର ଯାଞ୍ଚ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.