ETV Bharat / entertainment

Complaints against Varsha: ବର୍ଷାଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର କଲେ ମହିଳା

author img

By

Published : Feb 22, 2023, 7:14 AM IST

ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାକୁ ପ୍ରତ୍ୟାହାର କଲେ ଆବେଦନକାରୀ ଉଷା ନାୟକ । ଆଗକୁ ଏପରି ନକରିବାକୁ ଚେତାବନୀ ଦେଲେ କୋର୍ଟ । ଅଧିକ ପଢନ୍ତୁ

Complaints against Varsha Priyadarshini withdraws from HC
Complaints against Varsha Priyadarshini withdraws from HC

Complaints against Varsha Priyadarshini withdraws from HC

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗରେ ହାଇକୋର୍ଟରେ ରୁଜୁ କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରିଛନ୍ତି ଆବେଦନକାରୀ ଉଷା ନାୟକ । ମିଥ୍ୟା ଏତଲା ଦେଇଥିବା ନେଇ କୋର୍ଟ ଅନୁଭବ କରିବା ପରେ ଆବେଦନକାରୀଙ୍କୁ ମଙ୍ଗଳବାର କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ଦିଆଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରେଜିଷ୍ଟ୍ରାରଙ୍କ ପକ୍ଷରୁ ନୋଟିସ ହୋଇଥିଲା । ଏନେଇ ଗତକାଲି(ମଙ୍ଗଳବାର) ହାଇକୋର୍ଟରେ ହାଜର ହୋଇଥିଲେ ବର୍ଷାଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିବା ଉଷା ନାୟକ । ନିଜର ଭୁଲ ବୁଝାମଣା ଯୋଗୁଁ ସେ ଥାନାରେ ଏତଲା ଦେଇଥିଲେ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ।

ଏଥିସହ ଏବେ ସେ ଏହି ଘଟଣାରୁ ଓହରି ଯାଇଛନ୍ତି ଏବଂ କୋର୍ଟରେ କରିଥିବା ମାମଲାକୁ ସେ ପ୍ରତ୍ୟାହାର କରିନେଇଛନ୍ତି ବୋଲି କୋର୍ଟଙ୍କୁ ଜଣାଇଥିଲେ । ତେବେ ଆଗକୁ ଯେପରି ଏମିତି ଭୁଲ ନହୁଏ ସେନେଇ କୋର୍ଟ ତାଙ୍କୁ ଚେତାବନୀ ଦେଇଛନ୍ତି । ଏହି ମାମଲାର ଶୁଣାଣି ସମୟରେ କୋର୍ଟ ଆବେଦନକାରୀଙ୍କୁ ଅନେକ ପ୍ରଶ୍ନ କରିଥିଲେ । ବିଶେଷକରି ଏଥିପାଇଁ କିଏ ଆର୍ଥିକ ସହଯୋଗ କରି ମାମଲା ରୁଜୁ କରିବାକୁ ପ୍ରବର୍ତ୍ତାଇ ଥିଲେ କି ଏପରି ଅନେକ ଦିଗ ଉପରେ ପଚାରିଥିଲେ । ଏହାସହିତ ଗତକାଲି ଏହି ମାମଲା ଶୁଣାଣିର ଅନ୍ତ ଘଟାଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ବର୍ଷାଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ପରେ ପୋଲିସ କାହିଁକି ଏତଲା ପଞ୍ଜିକରଣ କରୁନାହିଁ ଦର୍ଶାଇ ଉଷା ନାୟକ ନାମକ ଜଣେ ମହିଳା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସର ନିଷ୍କ୍ରିୟତାକୁ ଚାଲେଞ୍ଜ କରି ମାମଲା ଦାୟର କରିଥିଲେ ଉଷା । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଦନାମ କରିବାକୁ କିଏ ଚକ୍ରାନ୍ତ ରଚୁଛି, କିଏ ଏବଂ କାହିଁକି ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦେଉଛି ତାହା ଜାଣିବାକୁ ଭୁବନେଶ୍ଵରର ବିଭିନ୍ନ ଥାନାରେ ହୋଇଥିବା ଏତଲା ପଛର କାରଣ ଖୋଜିବା ପାଇଁ କୋର୍ଟ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଚନ୍ଦ୍ରଶେଖରପୁର ଥାନାରେ ଦିଆଯାଇଥିବା ଏତଲା ମିଛ ଓ ଭିତ୍ତିହୀନ ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ । ଏହାସହ ଚନ୍ଦ୍ରଶେଖରପୁର ଥାନାରେ ମହିଳା ଜଣକ ଦେଇଥିବା ଏତଲାର ଆଉ ଅଗ୍ରଗତି ଚାହୁନାହାନ୍ତି ବୋଲି ଲିଖିତ ଭାବେ ପୋଲିସକୁ ଜଣାଇଥିଲେ । ତେବେ ସମାନ ଢଙ୍ଗରେ ସହିଦ ନଗର ଥାନାରେ ବର୍ଷାଙ୍କ ବିରୋଧରେ ଦିଆଯାଇଥିବା ଏତଲାର ସତ୍ୟତା ଖୋଜିବାକୁ ମଧ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏଭଳି ଭାବେ ଏତଲା ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୁବନେଶ୍ବର ଡିସିପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଚାରପତି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.