ETV Bharat / entertainment

Cannes Film Festival ୨୦୨୨: ସତ୍ୟଜିତ୍ ରାୟଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରତିଦ୍ବନ୍ଦ୍ବୀ ହେବ ସ୍କ୍ରିନିଂ

author img

By

Published : May 5, 2022, 3:20 PM IST

ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ଆନୁଷ୍ଠାନିକ ଭାବେ ଅଂଶଗ୍ରହଣ କରିବ । ଉକ୍ତ କାର୍ଯ୍ୟକ୍ରମ ମେ ୧୭ ରୁ ୨୮ ମଧ୍ୟରେ ଆୟୋଜିତ ହେବ । ଅଧିକ ପଢନ୍ତୁ

ସତ୍ୟଜିତ୍ ରାୟଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରତିଦ୍ବନ୍ଦ୍ବୀ ହେବ ସ୍କ୍ରିନିଂ
ସତ୍ୟଜିତ୍ ରାୟଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ପ୍ରତିଦ୍ବନ୍ଦ୍ବୀ ହେବ ସ୍କ୍ରିନିଂ

ମୁମ୍ବାଇ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା 'କାନ୍‌ସ ଫିଲ୍ମ ଫେଷ୍ଟିଭାଲ'ରେ ଭାରତ ଅଂଶଗ୍ରହଣ କରିବ । ଏହି କାର୍ଯ୍ୟକ୍ରମ ମେ' ୧୭ରୁ ୨୮ ମଧ୍ୟରେ ଆୟୋଜିତ ହେବ । କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ।

ଏଥିପାଇଁ ଭାରତକୁ 'କଣ୍ଟ୍ରୀ ଅଫ ଅନର' ରୂପେ ନିମନ୍ତ୍ରଣ କରାଯାଇଛି । ଏହି ଫିଲ୍ମ ଫେଷ୍ଟିଭାଲରେ ଭାରତକୁ 'କଣ୍ଟେଣ୍ଟ ହବ ଅଫ ଦି ୱାର୍ଲ୍ଡ' ରୂପେ ପ୍ରସ୍ତୁତ କରାଯିବ । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଭାରତର ଅଂଶଗ୍ରହଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଠାକୁର କହିଛନ୍ତି ଯେ, ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ରକୁ ବିଧିବଦ୍ଧ ଭାବେ ସମ୍ମାନିତ କରାଯିବାର ପରମ୍ପରା ଆରମ୍ଭ ହୋଇଛି ।

ପରବର୍ତ୍ତୀ ସଂସ୍କରଣଗୁଡ଼ିକରେ ଭିନ୍ନ ଭିନ୍ନ ରାଷ୍ଟ୍ରକୁ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଆହୁରି କହିଛନ୍ତି ଯେ, କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୭୫ତମ ଉତ୍ସବ ପାଳନ କରାଯିବ । ଅନ୍ୟପଟେ ଭାରତ ମଧ୍ୟ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତରେ ଯାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌ଙ୍କୁ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତକୁ ସମ୍ମାନିତ ସଦସ୍ୟ ଭାବେ ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ କରାଯିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

୭୫ତମ କାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ଆର୍‌. ମାଧବନଙ୍କ ପ୍ରଯୋଜିତ 'ରକେଟ୍ରି'ର ଓ୍ବାର୍ଲ୍ଡ ପ୍ରିମିୟର ଅନୁଷ୍ଠିତ ହେବ । ୧୯ ମେ ୨୦୨୨ରେ ଏହି ଚଳଚ୍ଚିତ୍ରକୁ ପାଲାଏସ ଡେସ୍ ମହୋତ୍ସବରେ ପ୍ରଦର୍ଶିତ କରାଯିବ । ମୁକ୍ତିଲାଭ କରି ନ ଥିବା ଭାରତୀୟ ଚଳଚ୍ଚିତ୍ରର ସ୍କ୍ରିନିଂ ପାଇଁ ୨୨ ମେ ୨୦୨୨ରେ ଅଲିମ୍ପିଆ ସ୍କ୍ରିନ ନାମକ ଏକ ସିନେମା ହଲ ସ୍ବତନ୍ତ୍ର ଭାବେ କେବଳ ଭାରତ ପାଇଁ ବ୍ୟବସ୍ଥା କରାଯାଇଛି । ସିନେମା ଡି ଲା ପ୍ଲେଗ୍‌ଠାରେ କାନ୍ସ କ୍ଲାସିକ୍ ବର୍ଗରେ ସତ୍ୟଜିତ୍ ରାୟଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'ପ୍ରତିଦ୍ବନ୍ଦ୍ବୀ'ର ସ୍କ୍ରିନିଂ କରାଯିବ । ସତ୍ୟଜିତ୍ ରାୟଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ମୁଖ୍ୟ ମଞ୍ଚରେ ଭାରତ ପାଇଁ ଏକ ସ୍ବତନ୍ତ୍ର ଇଣ୍ଡିଆ ଫୋରମ୍ ନାମକ ଏକଘଣ୍ଟିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ମନୋରଞ୍ଜନ ଜଗତର ନେତୃବର୍ଗ ଅଂଶଗ୍ରହଣ କରିବେ। 'ଭାରତ ବିଶ୍ବର ବିଷୟବସ୍ତୁ କେନ୍ଦ୍ର' (କଣ୍ଟେଣ୍ଟ ହବ୍) ବିଷୟବସ୍ତକୁ ନେଇ ଏହି ଅବସରରେ ଆଲୋଚନା ହେବ । ଇଣ୍ଡିଆ ଫୋରମ୍‌ରେ ବହୁସଂଖ୍ୟାରେ ଅତିଥିମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ଅନ୍‌ଲାଇନରେ ପ୍ରସାରଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.