ETV Bharat / entertainment

ସୋସିଆଲ ମିଡିଆରେ ଅନୁଭବଙ୍କ ମନ୍ତବ୍ୟ ପ୍ରସଙ୍ଗ, ବର୍ଷାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

author img

By

Published : Mar 22, 2023, 1:02 PM IST

Updated : Mar 22, 2023, 7:19 PM IST

ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗ । ହାଇକୋର୍ଟରେ ବର୍ଷାଙ୍କ ଆବେଦନ ଖାରଜ । ଅଧିକ ପଢନ୍ତୁ

ବର୍ଷାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ
ବର୍ଷାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ବର୍ଷାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟଙ୍କ ଝଟକା । ସୋସିଆଲ ମିଡିଆରେ ଅନୁଭବ ମହାନ୍ତିଙ୍କ ମନ୍ତବ୍ୟ ପ୍ରସଙ୍ଗରେ ବର୍ଷାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଯେଉଁ ଆକ୍ଷେପ କରିଥିଲେ ତାହାକୁ ଚ୍ୟାଲେଞ୍ଜ କରି ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଏହି ମାମଲା ବିଚାରକୁ ନେଇ ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଆକ୍ଷେପ ନକରିବା ପାଇଁ କୋର୍ଟ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ଘଟଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା । ସୋସିଆଲ ମିଡିଆରେ ସ୍ବାମୀ ସାଂସଦ ଅନୁଭବ ମହାନ୍ତି ବାରମ୍ବାର ଆକ୍ଷେପ କରୁଥିବା ଅଭିଯୋଗରେ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ମାମଲାର ପ୍ରାରମ୍ଭିକ ଶୁଣାଣିରେ ପରସ୍ପର ବିରୋଧରେ କେହି ସୋସିଆଲ ମିଡିଆରେ ଆକ୍ଷେପ କରିବେ ନାହିଁ ବୋଲି ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ୨୦୨୨ ମେ' ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇପାରିବେ ନାହିଁ ବୋଲି କହିଥିଲେ ।

ମାମଲାର ବିବରଣୀରୁ ପ୍ରକାଶ ଯେ, ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବାବେଳେ ଏବେ ସୋସିଆଲ ମିଡିଆରେ ନାନା ପ୍ରକାର କଥା ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ତାଙ୍କ ନାଁରେ ବିଭିନ୍ନ ଚର୍ଚ୍ଚା ହେବା ଯୋଗୁଁ ମର୍ଯ୍ୟାଦାହାନି ହେଉଥିବା ଦର୍ଶାଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ବର୍ଷା ହାଇକୋର୍ଟରେ ଆବେଦନ କରିଥିଲେ ।

ଅନୁଭବ ମହାନ୍ତି ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ କଥା ଆକ୍ଷେପ କରି କହୁଛନ୍ତି । ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବାବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ । ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବାରୁ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । କୌଣସି ସତ୍ୟତା ନଥିବା ଓ ଭିତ୍ତିହୀନ କଥା ସବୁ ତାଙ୍କ ବିରୋଧରେ କୁହାଯାଉଛି । ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଥିଲା ।

ଇଟିଭି ଭାରତ, କଟକ

Last Updated :Mar 22, 2023, 7:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.