ETV Bharat / entertainment

ପିଏମଙ୍କ 'ମନ କି ବାତ'ରେ ମନର କଥା କହିଲେ ଅକ୍ଷୟ, କହିଲେ-'ଫ୍ଲିଟର ନୁହଁ ଫିଟର ଲାଇଫ୍ ଜିଅନ୍ତୁ'

author img

By ETV Bharat Odisha Team

Published : Dec 31, 2023, 3:09 PM IST

Akshay Kumar In Mann Ki Baat: ୨୦୨୩ ବର୍ଷର ଶେଷ 'ମନ କି ବାତ' କାର୍ଯ୍ୟକ୍ରମରେ ଫିଟନେସ ଉପରେ ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ଏହି ସମୟରେ ଅକ୍ଷୟ କୁମାର ମଧ୍ୟ ଫିଟନେସ ମନ୍ତ୍ର ଦେଇଛନ୍ତି । ଅଧିକ ପଢନ୍ତୁ,

Etv Bharat
Etv Bharat

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ରେଡିଓ ଶୋ' 'ମନ୍‌ କି ବାତ୍‌' ଆଜି ବର୍ଷର ଶେଷ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଏହି ସମୟରେ ପିଏମ ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି ସଚେତନ କରାଇବା ସହ ଫିଟ୍‌ନେସ୍‌ ଉପରେ ଲୋକଙ୍କୁ ପ୍ରେରଣା ଦେଇଛନ୍ତି । ଏହି ସମୟରେ ଫିଟ୍‌ନେସ୍‌ ତାରକା ଭାବେ ପରିଚିତ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମଧ୍ୟ ଫିଟନେସ୍‌ ମନ୍ତ୍ର ଦେଇଛନ୍ତି । ସେ ଲୋକଙ୍କୁ ପ୍ରାକୃତିକ ଉପାୟ ଆପଣାଇ ଫିଟ୍‌ ରହିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ଫ୍ୟାନ୍ସି ଜିମ୍‌ର ନକରାତ୍ମକ ପ୍ରଭାବ ଉପରେ ମଧ୍ୟ ଆଲୋକପତା କରିଛନ୍ତି ।

ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର
ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର

କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ସୁଇମିଂ, ବ୍ୟାଡମିଣ୍ଟନ ଖେଳିବା, ସିଢ଼ି ଚଢିବା ଭଳି ବ୍ୟାୟାମ ସାମିଲ କରିବା ଦୈନିକ ଫିଟନେସ୍‌ର ଅଙ୍ଗ ଅଟେ । ମୋ ମତରେ ଶୁଦ୍ଧ ଘିଅ ଯଦି ସମାନ ମାତ୍ରାରେ ଖାଇବା ଦ୍ବାରା ଏହା ଲାଭଦାୟକ ହୋଇଥାଏ । ଅକ୍ଷୟ କୁମାର ଯୁବ ପୀଢିମାନଙ୍କ ଭୁଲ ଧାରଣାକୁ ନେଇ ମଧ୍ୟ କହିଛନ୍ତି ଯେ, ଅନେକ ଓଜନ ବଢାଇବା ଡରରେ ଘିଅ ଖାଉନାହାନ୍ତି । କିନ୍ତୁ ଏହା ସେମାନଙ୍କ ଭୁଲ ଧାରଣା । ଏହା ବହୁତ ଜରୁରୀ ଅଟେ ଯେ, ଆମ ଫିଟନେସ୍ ପାଇଁ କେଉଁ ଖାଦ୍ୟ ଭଲ କେଉଁ ଖାଦ୍ୟ ଖରାପ ଆମେ ବୁଝିବା ଦରକାର ।

ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର
ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର

ଅକ୍ଷୟ ଫିଲ୍ମି ତାରକାଙ୍କୁ ଫଲୋ ନକରି ଡାକ୍ତରଙ୍କଠାରୁ ପରାମର୍ଶ ନେଇ ଫିଟନେସ ବିଷୟରେ ଭାବି ଚିନ୍ତି ନିର୍ଣ୍ଣୟ ନେବାକୁ ପରାମର୍ଶ ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ତାରକାମାନେ ସେମିତି ନୁହଁନ୍ତି ଯେମିତି ସେ ସ୍କ୍ରିନ୍‌ରେ ଦେଖାଯାଆନ୍ତି । ଅନେକ ପ୍ରକାରର ଫ୍ଲିଟର ଏବଂ ସ୍ପେଶାଲ ଅଫେକ୍ଟର ବ୍ୟବହାର କରାଯାଇଥାଏ । ଏବେ ତାଙ୍କୁ ଦେଖିବା ପରେ ଆମେ ନିଜ ଶରୀରରେ ପରିବର୍ତ୍ତନ କରିବାକୁ ଭୁଲ ଏବଂ ସହଜ ଉପାୟ ଆପଣାଇବା ଆରମ୍ଭ କରିଦିଅନ୍ତି । ସେ ଆହୁରି କହିଛନ୍ତି, 'ସିକ୍ସ ପ୍ୟାକ୍‌ ବା ଏଇଟ୍‌-ପ୍ୟାକ୍‌' ଏବ୍ସ ପାଇବା ପାଇଁ ଷ୍ଟେରଏଡର ଉପଯୋଗ କରିଥାନ୍ତି । ହେଲେ ଏଥିରେ ଶତ ପ୍ରତିଶତ ରେଜଲ୍ଟ ମିଳିପାରିବ ହେଲେ ଠିକ ଫିଟନେସ ମିଳିପାରିବ ନାହିଁ ।

ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର
ଅକ୍ଷୟ କୁମାରଙ୍କ ଫିଟନେସ ମନ୍ତ୍ର

ଏହା ମଧ୍ୟ ପଢନ୍ତୁ: ଫଟୋ ସେୟାର କରି ନିଜ ଫିଟନେସର ରାଜ କହିଲେ ଖିଲାଡି କୁମାର

ଅକ୍ଷୟ କୁମାର ଚେତାବନୀ ଦେଇ କିଛନ୍ତି ଯେ, ସାଙ୍ଗମାନେ ଏପରି ସହଜ ଉପାୟ ଶରୀର ବାହାରକୁ ନିୟନ୍ତ୍ରଣ କରିଦିଏ ହେଲେ ଭିତରେ ପମ୍ପା କରିଦିଏ । ମନେ ରଖନ୍ତୁ କି, ସହଜ ଉପାୟ ଆପଣଙ୍କ ଜୀବନକୁ ଛୋଟ କରିପାରେ ଏହାର ଅର୍ଥ ଏପରି ସହଜ ଉପାୟ ଆପଣାଇବା ଦ୍ବାରା ଆପଣଘଙ୍କ ଆୟୁ କମ ହୋଇପାରେ । ଏବେ ଠାରୁ ଏକ ଫ୍ଲିଟର ଜୀବନ ନୁହଁ ବରଂ ଫିଟର ଜୀବନ ଜିଇଁବା ଶିଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.