ETV Bharat / entertainment

ମ୍ୟାଚ୍‌ରେ ପତ୍ନୀ ଅନୁଷ୍କାଙ୍କ ଗୀତରେ ଠୁମକା ଲଗାଇଲେ ବିରାଟ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Nov 6, 2023, 11:28 AM IST

୫ ନଭେମ୍ବର ବିରାଟଙ୍କ ଜନ୍ମଦିନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ନିଜ ଦିନିକିଆ କ୍ୟାରିଅରର 49ତମ ଶତକ ହାସଲ କରିଥିଲେ କୋହଲି । ଏହା ପରେ ଫିଲ୍ଡିଂ ବେଳେ ସେ ଅନୁଷ୍କାଙ୍କ ଗୀତ ଓ ଶାହାରୁଖଙ୍କ ଜବାନ ଫିଲ୍ମ ଗୀତରେ ଠୁମକା ଲଗାଉଥିବା ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

ମ୍ୟାଚ ସମୟରେ ପତ୍ନୀ ଅନୁଷ୍କାଙ୍କ ଗୀତରେ ଠୁମକା ଲଗାଇଲେ ବିରାଟ, ଭିଡିଓ ଭାଇରାଲ
ମ୍ୟାଚ ସମୟରେ ପତ୍ନୀ ଅନୁଷ୍କାଙ୍କ ଗୀତରେ ଠୁମକା ଲଗାଇଲେ ବିରାଟ, ଭିଡିଓ ଭାଇରାଲ

ହାଇଦ୍ରାବାଦ: 5 ନଭେମ୍ବରରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ ଦକ୍ଷିଣ ଆଫ୍ରିକା 243 ରନ୍‌ରେ ମାତ ଦେଇଛି ଭାରତ । ଏହି ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ବହନ କରିଥିଲେ । ସେ ଦିନିକିଆରେ 49ତମ ଶତକ ହାସଲ କରି ସଚିନଙ୍କ ସମକକ୍ଷ ହୋଇଥିଲେ । ବିରାଟ କୋହଲି ଶତକ ହାସଲ କରିଥିଲେ । ବଡ଼ କଥା ହେଉଛି ନିଜର 35ତମ ଜନ୍ମଦିନରେ ସେ ଏହି ଉପଲବ୍ଧି ହାସଲ କରିଥିଲେ । ତେବେ ମ୍ୟାଚ ସମୟରେ ମୈଦାନରେ କୋହଲିଙ୍କୁ ଅନୁଷ୍କାଙ୍କ ଗୀତରେ ଠୁକମା ଲଗାଉଥିବା ବି ଦେଖିବାକୁ ମିଳିଥିଲା । ଅନୁଷ୍କା ଶର୍ମାଙ୍କ Ainvayi Ainvayi ଗୀତରେ ଡ୍ୟାନ୍ସ କରିଥିଲେ କିଙ୍ଗ୍‌ କୋହଲି । ଏହାପରେ ସେ 'ଜବାନ'ର' ଚଲେୟା 'ଗୀତରେ ମଧ୍ୟ ଶାହାରୁଖଙ୍କ ସିଗ୍ଚେଚର ପୋଜ୍‌ ଦେଇ ନାଚୁଥିବା ଦେଖିବାକୁ ମିଳିଛି ।

ଗତକାଲି (ନଭେମ୍ବରରେ-5) ବିଶ୍ୱକପ 2023ରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା । କୋଲକାତାର ଇଡେନ୍ ଗାର୍ଡେନ୍ସରେ ଆୟୋଜିତ ମ୍ୟାଚରେ ଭାରତ 243 ରନ୍‌ରେ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ବିରାଟ କୋହଲି 121 ବଲ୍‌ରେ ଅପରାଜିତ 101 ରନ୍ ସଂଗ୍ରହ କରିଥିଲେ । ଏହି ଶତକ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା ।

Ainvayi Ainvayi ଗୀତ ପରେ ସେ ଶାହାରୁଖ ଖାନଙ୍କ 'ଜବାନ'ରୁ' ଚଲେୟା 'ଗୀତରେ ମଧ୍ୟ ଅଭିନେତାଙ୍କ ସିଗ୍ଚେଚର ଷ୍ଟେପ୍‌ କରୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଡିଓ ଭାଇରାଲ ପରେ ଜବାନର ନିର୍ଦ୍ଦେଶକ ଅଟଲି ବିରାଟଙ୍କ ଏହି ଡ୍ୟାନ୍ସ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଟ୍ୱିଟରରେ ବିରାଟଙ୍କ ଡ୍ୟାନ୍ସ ଭିଡିଓକୁ ରିଟ୍ବିଟ କରିଛନ୍ତି । ଏବଂ କ୍ୟାପସନରେ ଲାଲ୍‌ ହାର୍ଟ ଇମୋଜି ସହ ଲେଖିଛନ୍ତି, 'ଓ ମାଇ ଗଡ୍‌ ।'

ଏହା ମଧ୍ୟ ପଢନ୍ତୁ: 35 ବର୍ଷରେ ବିରାଟ କୋହଲି, ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ପତ୍ନୀ ଅନୁଷ୍କା

ନଭେମ୍ବର 5ରେ ବିରାଟ କୋହଲି ନିଜ 35ତମ ଜନ୍ମଦିନ ପାଳନ କରିଥିଲେ । ଏହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶତକ ହାସଲ କରି ଫ୍ୟାନ୍ସଙ୍କୁ ଗିଫ୍ଟ ଦେଇଥିଲେ । ଦିନିକିଆରେ 49ତମ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି ବିରାଟ କୋହଲି । ଏହି ଉପଲବ୍ଧି ପରେ ବିରାଟଙ୍କ ଫଟୋ ପୋଷ୍ଟ କରି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଲେଖିଥିଲେ ଯେ, 'ନିଜ ଜନ୍ମଦିନରେ ନିଜକୁ ଉପହାର ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.