ETV Bharat / entertainment

HBD Virat Kohli: 35 ବର୍ଷରେ ବିରାଟ କୋହଲି, ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ପତ୍ନୀ ଅନୁଷ୍କା

author img

By ETV Bharat Odisha Team

Published : Nov 5, 2023, 1:25 PM IST

ଆଜି କ୍ରିକେଟ ଜଗତର ବାଦଶାହ ବିରାଟ କୋହଲିଙ୍କ ୩୫ତମ ଜନ୍ମଦିନ । ଏହି ଅବସରରେ ପତ୍ନୀ ଅନୁଷ୍କା ଶର୍ମା ବିରାଟଙ୍କୁ ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

35 ବର୍ଷରେ ବିରାଟ କୋହଲି, ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅନୁଷ୍କା
35 ବର୍ଷରେ ବିରାଟ କୋହଲି, ଖାସ୍ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଅନୁଷ୍କା

ହାଇଦ୍ରାବାଦ: ଭାରତୀୟ କ୍ରିକେଟର ବିରାଟ କୋହଲି ଆଜି ତାଙ୍କର 35ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ପତ୍ନୀ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ବିରାଟଙ୍କ ଖୁବ ପ୍ରଶଂସା କରିଛନ୍ତି । ଏହି ଫଟୋ ସେୟାର ହେବାର ମାତ୍ର କିଛି ମିନିଟ୍‌ ମଧ୍ୟରେ ୪ ଲକ୍ଷରୁ ଅଧିକ ଲାଇକ୍‌ ମିଳି ସାରିଥିବା ବେଳେ ଅନେକ ବିରାଟଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, "କୋହଲି ତାଙ୍କ ଜୀବନର ପ୍ରତ୍ୟେକ ସ୍ଥିତିରେ ଅସାଧାରଣ ଭୂମିକା ବହନ କରିଛନ୍ତି । ଏବେ ବି ଜୀବନରେ ନୂଆ ନୂଆ ଉପଲବ୍ଧି ଯୋଡୁଛନ୍ତି । ମୁଁ ତୁମକୁ ସବୁ ଜନ୍ମରେ ଏପରି ଭଲପାଉଥିବି । ଯେକୌଣସି ପରିସ୍ଥିତି ହେଉ ନା କାହିଁକି । ମୁଁ ତୁମକୁ ଭଲ ପାଉଥିବି ।" ସେୟାର ହୋଇଥିବା ପ୍ରଥମ ଫଟୋଟି ଏକ ଆର୍ଟିକିଲର ଅଟେ । 2ୟ ଟିରେ ବିରାଟ ମସ୍ତି କରୁଥିବା ନଜର ଆସିଛନ୍ତି । ୩ୟଟିରେ ବିରାଟ ଏବଂ ଅନୁଷ୍କାଙ୍କ ସୁନ୍ଦର ଫଟୋ ଦେଖିବାକୁ ମିଳିଛି ।

ସୂଚନା ଥାଉ କି, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୨୦୧୩ରେ ଏକ ସାମ୍ପୁ ବିଜ୍ଞାପନ ପାଇଁ ସେଟ୍‌ରେ ସାକ୍ଷାତ କରିଥିଲେ । ପରେ ୨୦୧୪ରେ ନିଜ ସମ୍ପର୍କ ନେଇ ଖୁଲାସା କରିଥିଲେ । ଦୀର୍ଘ ଦିନ ଡେଟିଂ ପରେ ଡିସେମ୍ବର 11, 2017ରେ ବିରାଟ ଏବଂ ଅନୁଷ୍କା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ତିନି ବର୍ଷ ପରେ ଏହି ଯୋଡି ଜାନୁଆରୀ 2021ରେ ଝିଅ ଭାମିକାଙ୍କ ପିତାମାତା ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁଣି ଖୁସି ଖବର ଦେବେ କି ଅନୁଷ୍କା, ଗର୍ଭବତୀ ଥିବା ଚର୍ଚ୍ଚା

ଅନୁଷ୍କାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କାଙ୍କୁ ତାଙ୍କ ଭାଇ କର୍ନେଶ ଶର୍ମାଙ୍କ ନିର୍ମିତ ଫିଲ୍ମ ଚକଦା ଏକ୍ସପ୍ରେସ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମଟି ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବାୟୋପିକ ଅଟେ । ଫିଲ୍ମରେ ଅନୁଷ୍କା ଝୁଲଣ ଗୋସ୍ବାମୀଙ୍କ ଭୂମିକାରେ ନଜର ଆସିବେ । ତେବେ ଅନୁଷ୍କା କ୍ରିକେଟ୍‌ ଖେଳୁଥିବାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ଝିଅ ଭାମିକାଙ୍କୁ ସ୍ୱାଗତ କରିବା ପରେ ଅନୁଷ୍କାଙ୍କର ଏହା ପ୍ରଥମ ଫିଲ୍ମ ହେବ । ତେବେ ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଅନୁଷ୍କା ମଧ୍ୟ ବେଶ ଉତ୍ସାହିତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.