ETV Bharat / entertainment

ଅନନ୍ୟାଙ୍କ ସହ ବ୍ରେକଅପ୍‌ ପରେ ପୁଣି ପ୍ରେମରେ ପଡିଲେ ଇଶାନ, ଏହି ମଡେଲଙ୍କୁ କରୁଛନ୍ତି ଡେଟ୍‌

author img

By ETV Bharat Odisha Team

Published : Sep 4, 2023, 7:40 PM IST

ଫିଲ୍ମ ଅପେକ୍ଷା ଇଶାନ ଖଟ୍ଟର ବର୍ତ୍ତମାନ ନିଜ ଲଭ୍‌ ଲାଇଫ୍କୁ‌ ନେଇ ଚର୍ଚ୍ଚାରେ ରହିଛନ୍ତି । ଅନନ୍ୟା ପାଣ୍ଡେଙ୍କ ସହ ବ୍ରେକଅପ୍ ପରେ ଏହି ହସିନାଙ୍କୁ ଡେଟ୍‌ କରୁଛନ୍ତି ଇଶାନ । ସୂଚନା ଅନୁଯାୟୀ, ଅଭିନେତା ଜଣେ ମାଲେସିଆନ ମଡେଲଙ୍କୁ ଡେଟ୍ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ

ଅନନ୍ୟା ପାଣ୍ଡେଙ୍କ ସହ ବ୍ରେକଅପ ପରେ ପୁଣି ପ୍ରେମରେ ପଡିଲେ ଇଶାନ, ଏହି ମଡେଲଙ୍କୁ ଡେଟ କରୁଛନ୍ତି ଅଭିନେତା
ଅନନ୍ୟା ପାଣ୍ଡେଙ୍କ ସହ ବ୍ରେକଅପ ପରେ ପୁଣି ପ୍ରେମରେ ପଡିଲେ ଇଶାନ, ଏହି ମଡେଲଙ୍କୁ ଡେଟ କରୁଛନ୍ତି ଅଭିନେତା

ହାଇଦ୍ରାବାଦ: ସାହିଦ କପୁରଙ୍କ ଭାଇ ତଥା ଅଭିନେତା ଇଶାନ ଖଟ୍ଟର ବର୍ତ୍ତମାନ ନିଜ ଲଭ୍‌ ଲାଇଫକୁ ନେଇ ଲାଇମଲାଇଟରେ ରହିଛନ୍ତି। ଅଭିନେତାଙ୍କ ନାଁ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସହ ଯୋଡ଼ା ଯାଇଥିଲା । ଫିଲ୍ମ ଖାଲି ପିଲିରେ କାମ କରିବା ସମୟରେ ଉଭୟ ଡେଟିଂ କରୁଥିବା ଚର୍ଚ୍ଚାକୁ ଆସିଥିଲା । 3 ବର୍ଷ ପରେ 2022ରେ ଉଭୟଙ୍କ ବ୍ରେକଅପ୍ କରିଥିଲେ । ବର୍ତ୍ତମାନ ମିଡିଆ ରିପୋର୍ଟ ଅନୁଯାୟୀ, ଇଶାନ ଏବେ ପୁଣି ପ୍ରେମରେ ପଡିଛନ୍ତି । ସେ ଜଣେ ମାଲେସିଆନ ମଡେଲଙ୍କୁ ଡେଟ୍ କରୁଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ଇଶାନ ଖଟ୍ଟର ମାଲେସିଆନ ମଡେଲ ଚାନ୍ଦିନୀ ବେଞ୍ଜଙ୍କୁ ଡେଟ୍‌ କରୁଛନ୍ତି । ଚଳିତ ବର୍ଷ ଆରମ୍ଭରୁ ଉଭୟ ଡେଟିଂ କରୁଥିବା ଜଣାପଡିଛି । ଏବଂ ନିକଟରେ ଅଭିନେତା ଚାନ୍ଦିନୀଙ୍କୁ ନିଜ ସାଙ୍ଗମାନଙ୍କ ସହ ସାକ୍ଷାତ କରାଇଥିଲେ । ଏପରିକି ଜୁଲାଇ ମାସରେ ଇଶାନ ଚାନ୍ଦିନୀଙ୍କ ସହ ବାଇକ ଚଳାଉଥିବାର ନଜର ଆସିଥିଲେ । ଚାନ୍ଦିନୀ ବେଞ୍ଜଙ୍କ ବୟସ 21 ବର୍ଷ । ସେ କୁଆଲାଲ୍‌ପୁର(ମାଲେସିଆ)ରେ ଜନ୍ମଗ୍ରହଣ କରିଥିଲେ । ଆଜିକାଲି ସେ ଭାରତରେ ମଡେଲ୍‌ ଭାବରେ କାମ କରୁଛନ୍ତି । ଚାନ୍ଦିନୀ ସିଙ୍ଗାପୁର ଟିଭି ଡ୍ରାମା 'ମାଇ ମଦର ଷ୍ଟୋରୀ' ଏବଂ ମାଲେସିଆର ଟିଭି ଧାରାବାହିକ 'ଗାଏବ'ରେ ମଧ୍ୟ ଅଭିନୟ କରିଛନ୍ତି । ସେ କୋରୋନା ସମୟରେ ଭାରତ ଆସିଥିଲେ ଏବଂ ସେବେଠାରୁ ଏଠାରେ ଅଛନ୍ତି । କୁହାଯାଉଛି ଯେ ଚାନ୍ଦିନୀ ବଲିଉଡ୍‌ ଅଭିନେତ୍ରୀ ହେବାକୁ ଚାହୁଁଛନ୍ତି ।

ସୂଚନା ଥାଉ କି, ଖାଲି ପିଲିରୁ ଅନନ୍ୟା ଏବଂ ଇଶାନଙ୍କ ଲଭ୍‌ ଷ୍ଟୋରୀ ଆରମ୍ଭ ହୋଇଥିବା ବେଳେ 'ପିପ୍ପା' ସୁଟିଂ ସମୟରେ ଅନନ୍ୟା ପାଣ୍ଡେଙ୍କ ସହ ଇଶାନଙ୍କ ବ୍ରେକ୍‌ଅପ୍ ହୋଇଥିବା ଶୁଣିବାକୁ ମିଳିଥିଲା । ଉଭୟ ଅଲଗା ହେବା ପରେ ନିଜ ନିଜ ଜୀବନରେ ଆଗକୁ ବଢିଥିବା ଦେଖିବାକୁ ମିଳିଛି । ଇଶାନ ଚାନ୍ଦିନୀଙ୍କୁ ଡେଟ୍‌ କରୁଥିବା ବେଳେ ଅନନ୍ୟା ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ଡେଟ୍‌ କରୁଥିବା ଜଣାପଡିଛି । ଅନେକ ସମୟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ ।

ଏହା ମଧ୍ୟ ପଢନ୍ତୁ: ଗୋଆ ଏୟାରପୋର୍ଟରେ ସ୍ପଟ ହେଲେ ଲଭବାର୍ଡ ଆଦିତ୍ୟ-ଅନନ୍ୟା, ଭିଡିଓ ଭାଇରାଲ

ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, 1971 ଇଣ୍ଡୋ-ପାକ୍ ଯୁଦ୍ଧ ଉପରେ ଆଧାରିତ ରାଜା କୃଷ୍ଣ ମେନନଙ୍କ ଫିଲ୍ମ 'ପିପ୍ପା'ରେ ଇଶାନଙ୍କୁ ଦେଖିବାକୁ ମିଳିବ । ଏଥିସହ ଖୁବଶୀଘ୍ର ଇଶାନ 'ଦ ପରଫେକ୍ଟ କପଲ' ସହ ହଲିଉଡରେ ଡେବ୍ୟୁ କରିବେ । ସେପଟେ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଡ୍ରିମ୍‌ ଗାର୍ଲ-2ରେ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.