ସାଲବିରାରେ ଡବଲ ମର୍ଡର, ହତ୍ୟାକାରୀକୁ ହତ୍ୟା

author img

By

Published : Jul 22, 2022, 7:22 AM IST

ସାଲବିରାରେ ଡବଲ ମର୍ଡର,ହତ୍ୟାକାରୀକୁ ହତ୍ୟା

ସୁନ୍ଦରଗଡ ସାଲବିରାରେ ଡବଲ ମର୍ଡର । ଜଣେ ଜଣଙ୍କୁ ନିର୍ମମ ହତ୍ୟା ପରେ ତାକୁ ମଧ୍ୟ କିଏ ହତ୍ୟା କରି ଚମ୍ପଟ ମାରିଛି । ଅଧିକ ପଢନ୍ତୁ

ସୁନ୍ଦରଗଡ: ବାଡ଼ଗାଁ ଥାନା ସାଲବିରାରେ ଡବଲ ମର୍ଡର । ହତ୍ୟାକାରୀକୁ ହତ୍ୟା, ଜଣେ ଜଣଙ୍କୁ ନିର୍ମମ ହତ୍ୟା ପରେ ତାକୁ ମଧ୍ୟ କିଏ ହତ୍ୟା କରି ଚମ୍ପଟ ମାରିଛି । ଗୁରୁବାର ଅପରାହ୍ନ ସମୟରେ ଘଟିଛି ଏବି ବିଭତ୍ସ ହତ୍ୟାକାଣ୍ଡ । ଦୁଇ ମୃତକ ହେଉଛନ୍ତି ପ୍ରଫୁଲ୍ଲ ମାଝି ଓ ଘନଶ୍ୟାମ ମାଝି।

ସାଲବିରାରେ ଡବଲ ମର୍ଡର,ହତ୍ୟାକାରୀକୁ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ସାଲବିରା ଗ୍ରାମର ପ୍ରଫୁଲ୍ଲ ମାଝିଙ୍କୁ କୌଣସି କାରଣକୁ ନେଇ ସେହି ଗାଁର ଘନଶ୍ୟାମ ମାଝି ଟାଙ୍ଗିଆରେ ଅତି ନୃଶଂସ ଭାବେ ହତ୍ୟା କରି ଫେରାର ହେବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ତାଙ୍କୁ ମଧ୍ୟ କିଏ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଘନଶ୍ୟାମକୁ କିଏ ଓ କାହିଁକି ହତ୍ୟା କଲା ସେନେଇ ପୋଲିସ ତଦନ୍ତ କରୁଥିବା ବେଳେ ଘନଶ୍ୟାମଙ୍କ ପୁଅ ନିଜେ ହତ୍ୟା କରିଥିବା ପୋଲିସ ନିକଟରେ କହିଛି । ଏନେଇ ପୋଲିସ ତରଫରୁ କୌଣସି ସୂଚନା ହସ୍ତଗତ ହୋଇନାହିଁ । ବଡ଼ଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ ଦ୍ଵାରା ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ ଜାରି ରହିଛି । ଘନଶ୍ୟାମର ପୂର୍ବରୁ ବହୁତ ଅପରାଧିକ କାର୍ଯ୍ୟକଳାପ ଥିଲା ବୋଲି କେତେକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.