ନୂଆଖାଇରେ ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ

author img

By

Published : Sep 12, 2021, 7:18 AM IST

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା

ସମ୍ବଲପୁରରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଛି। ଅଧିକ ପଢନ୍ତୁ...

ସମ୍ବଲପୁର: ଅଇଁଠାପାଲି ଦାନିପାଲି ଅଞ୍ଚଳରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ବହିଦାରବନ୍ଦ ଅଞ୍ଚଳର ସୋମ୍ୟରଞ୍ଜନ ବାର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଛି।

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ହତ୍ୟା

ସୂଚୁନା ଅନୁସାରେ,ସମ୍ବଲପୁର ବହିଦାରବନ୍ଦ ଅଞ୍ଚଳ ସୌମ୍ୟଙ୍କ ସହ କିଛି ଲୋକଙ୍କ ପୂର୍ବଶତ୍ରୃତା ରହିଥିଲା । ପରେ ଯାହା ଉଗ୍ରରୂପ ନେଇଥିଲା । ଶନିବାର ସନ୍ଧ୍ୟାରେ ଯୁବକଙ୍କୁ ଲୁହା ରଡ଼ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେରେ ସଦର ଏସଡିପିଓଙ୍କ ସମେତ ଅଇଁଠାପାଲିର ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.