ETV Bharat / city

ମହାପ୍ରଭୁଙ୍କୁ ଦର୍ଶନ କଲେ ମୋହନ ଭାଗବତ

author img

By

Published : Aug 26, 2021, 9:39 PM IST

ମହାପ୍ରଭୁଙ୍କୁ ଦର୍ଶନ କଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି । ଅଧିକ ପଢ଼ନ୍ତୁ...

ମହାପ୍ରଭୁଙ୍କୁ ଦର୍ଶନ କଲେ ମୋହନ ଭାଗବତ
ମହାପ୍ରଭୁଙ୍କୁ ଦର୍ଶନ କଲେ ମୋହନ ଭାଗବତ

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ଆରଏସଏସ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଏହାପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିଲେ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ମୋହନ ଭାଗବତ ପହଁଚିବା ପରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ୱାଗତ କରିଥିଲେ । ଏହାପରେ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ।

ମହାପ୍ରଭୁଙ୍କୁ ଦର୍ଶନ କଲେ ମୋହନ ଭାଗବତ

ମୋହନ ଭାଗବତ ଶ୍ରୀମନ୍ଦିରରେ ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ ଆନନ୍ଦିତ ଥିବା କଥା କହିଛନ୍ତି ମୋହନ ଭାଗବତ । ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିଛନ୍ତି ଆରଏସଏସ ମୁଖ୍ୟ । ସେହିପରି ମହାପ୍ରଭୁଙ୍କ ଡାକରା ଆସିଲେ ପୁଣି କୋଭିଡ ମାହାମରୀ ପ୍ରକୋପ କମିବା ପରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାପ୍ରଭୁଙ୍କୁ ଦର୍ଶନ କରିବା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଆରଏସଏସ ମୁଖ୍ୟ ।

ଶ୍ରୀମନ୍ଦିରରେ କୋଭିଡ କଟକଣାରେ ଦର୍ଶନ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ମୋହନ ଭାଗବତ । ମହାମାରୀ କୋରୋନା ଯୋଗୁଁ କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କୁ ଦର୍ଶନ ଆରମ୍ଭ ହୋଇଛି । ଅଗଷ୍ଟ ୨୩ ତାରିଖରୁ ପୁରୀ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.