'ହାଏ ସିଷ୍ଟମ': ଫ୍ରି ୱାଇ ଫାଇରୁ ମୋବାଇଲ ଚାର୍ଜିଂ, ଆହୁରି ଅନେକ ସୁବିଧା

author img

By

Published : Jun 23, 2019, 2:07 PM IST

ଭୁବନେଶ୍ବର ରେଳଷ୍ଟେସନ୍‌ରେ ମୋବାଇଲ ଚାର୍ଜ, ଫ୍ରି ୱାଇ ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗୁଲ ମ୍ୟାପ, ମୋ ବସ୍‌ର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧା ଯୋଗାଇଦେଇଛନ୍ତି କିଛି ଉଦ୍ୟମୀ ଓ କୁଶଳୀ ଇଂଜିନିୟରିଂ ଛାତ୍ର । ଛାତ୍ରମାନେ ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ ବିକଶିତ କରିଛନ୍ତି, ଯାହାର ନାମ ହାଏ ସିଷ୍ଟମ' ରଖାଯାଇଛି । (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) ।

ଭୁବନେଶ୍ବର: ସ୍ମାର୍ଟସିଟିରେ ସ୍ମାର୍ଟ କିଓସ୍କ ଦେବ ସ୍ମାର୍ଟ ସୁବିଧା । ଲୋକମାନେ ଗୋଟିଏ ମେସିନରେ ବିଭିନ୍ନ ସେବାର ସୁବିଧା ଉପଭୋଗ କରିପାରିବେ । ଯେତିକି ସରଳ ସେତିକି ଆରାମଦାୟକ ଓ ସମ୍ପୂର୍ଣ୍ଣ ନିଃଶୁଳ୍କ । ଏଥିରେ ମୋବାଇଲ ଚାର୍ଜ, ଫ୍ରି ୱାଇ ଫାଇ, ଫୋନ କଲ, ମନୋରଞ୍ଜନ ଭିତ୍ତିକ ଗେମ, ଗୁଗୁଲ ମ୍ୟାପ, ମୋ ବସ୍‌ର ସୁବିଧା, କ୍ରିକେଟ ସ୍କୋର ବୋର୍ଡ ଭଳି ସମସ୍ତ ସୂଚନା ଓ ସୁବିଧାର ଲାଭ ଉଠାଇପାରିବେ । ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ଏଭଳି ସୁବିଧା ଯୋଗାଇଦେଇଛନ୍ତି କିଛି ଉଦ୍ୟମୀ ଓ କୁଶଳୀ ଇଂଜିନିୟରିଂ ଛାତ୍ର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନଶ୍ବର

ଏହା ଛାତ୍ରମାନେ ନେସ୍କାଇଟ୍‌ ଷ୍ଟାର୍ଟ-ଅପ୍ ବିକଶିତ କରିଛନ୍ତି, ଯାହାର ନାମ ହାଏ ସିଷ୍ଟମ' (ହ୍ୟୁମାନ ଇଣ୍ଟରଆକ୍ଟିଭ ଇଣ୍ଟରଫେୟାର ସିଷ୍ଟମ) ରଖାଯାଇଛି ।

ଏହି ମେସିନ୍‌ରେ ସମସ୍ତ ଆପ୍‌ ଅତି ସହଜରେ ବ୍ୟବହାରଯୋଗ୍ୟ । ମୋବାଇଲ୍‌ ଅପରେଟ୍‌ ପରି ଏହାକୁ ଯେ କେହି ବି ସଞ୍ଚାଳିତ କରିପାରିବେ । ବିଦ୍ୟୁତ ନଥିବା ସମୟରେ ଚାର୍ଜ ପାଇଁ ହଇରାଣ ହେବେ ନାହିଁ, ମୋବାଇଲ ନଥିଲେ କଲ୍‌ କରିବାକୁ ଅସୁବିଧାରେ ବି ପଡିବେ ନାହିଁ । ସମସ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ସ୍ମାର୍ଟ ସିଟିବାସୀଙ୍କୁ ଏକ ମାଗଣା ଉପହାର ଦେଉଛନ୍ତି ପାଞ୍ଚ ଜଣ ଇଂଜିନିୟରିଂ ଛାତ୍ର । ମୋବାଇଲ କଲିଂଠାରୁ ଆରମ୍ଭ କରି ଗେମ୍‌ ଖେଳିବା ସବୁ କିଛି ମାଗଣାରେ ଉପଭୋଗ କରିପାରିବେ ।


କିଛି ବ୍ୟବହାରକାରୀଙ୍କ ମତରେ 'ଫନି' ବାତ୍ୟା ସମୟରେ ଏହାଦ୍ବାରା ସେମାନେ ମାଗଣାରେ ମୋବାଇଲ ଚାର୍ଜ କରି ଉପକୃତ ହୋଇଛନ୍ତି ।

ଏବେ ରାଜଧାନୀରେ ଗୋଟିଏ ସ୍ଥାନରେ ଏହି ସିଷ୍ଟମ୍‌ କାର୍ଯ୍ୟକ୍ଷମ ରହିଛି । ଆଗକୁ ସାରା ଓଡ଼ିଶା ରେଳଷ୍ଟେସନ, ବସଷ୍ଟାଣ୍ଡ, ହସ୍ପିଟାଲ ଭଳି ପବ୍ଲିକ ଜାଗାରେ ଏହି ସିଷ୍ଟମ ଲଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଏହି ପାଞ୍ଚ ଛାତ୍ର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ଇଂଜିନିୟରିଂ ଛାତ୍ର ଙ୍କ କମାଲ,ମାଗଣା ରେ ଦେଲେ ଫ୍ରି ୱ।ଇ ଫାଇ ସହ ଫେନ କଲ ,


Body:ଭିଓ 1

ମେବାଇଲ ଚର୍ଚ୍ଚା, ଫ୍ରି ନେଟ, ଫେନ କଲ, ମନେରଞ୍ଜନ ଭିତ୍ତିକ ଗେମ ,ଗୁଗୁଲ ମ୍ୟାପ ଭଳି ଡିଜିଟାଲ ର ଏକ କାଳୀନ କିଭଳି ସମୂହ ଜିନିଷ ର ଫାଇଦା ଉଠାଯାଇ ପାରିବ, କି ? ଭାବିଲେ ନିଶ୍ଚୟ ଅବିଶ୍ୱାସ ଲାଗୁଥିବା ,କିନ୍ତୁ କିଛି ଅତ୍ୟାଧୁନିକ ଜ୍ଞାନ କୌଶଳ ର ବ୍ୟବହାର କରି ସ୍ମାର୍ଟ ସିଟି ବାସୀ ଙ୍କୁ ଏ ସବୁ ସୁବିଧା ମାଗଣା ରେ ଦେଉଛି ଭୁବନେଶ୍ୱର ର ପାଞ୍ଚ ଜଣ ଇଂଜିନିୟରିଂ ଛାତ୍ର।

ଭିଓ 2
ଏ ସ୍ମାର୍ଟ ସିଟି ରେ ସ୍ମାର୍ଟ କିଓସ୍କ, ଆଉ ଏଠୁ ମିଳୁଛି ଏକ ସାଙ୍ଗରେ ସବୁ ଡିଜିଟାଲ ସୁଭିଧା। ସମୁଦ୍ରିକ ଝଡ଼ ସମୟ ରେ ରାଜଧାନୀ ବାସୀ ନିଜ ଫେନ ଚାର୍ଜ କରିବା ପାଇଁ ଘଂଟା ପିଛା ପଇସା ଗଣୁ ଥିଲେ ସେ ସମୟରେ ଏହି ଉଚ୍ଚ ପବନ କ୍ଷମତା ଏହି ସିଷ୍ଟମ ସେହି ସମୟ ରେ ବି ଲୋକେ ସଂପୂର୍ଣ୍ଣ ମାଗଣା ସେବା ଦେଉଥିଲା। ତେବେ ଭୁବନେଶ୍ୱର ର ଗୋଟିଏ ସ୍ଥାନରେ ଏହା ଏବେ ସ୍ଥାନ ପାଇଛି କିନ୍ତୁ ଏହି ଛାତ୍ର ମାନେ ଲକ୍ଷ୍ୟ ରଖି ଛନ୍ତି କିଭଳି ସାରା ଓଡ଼ିଶା ରେଳ ଷ୍ଟ୍ରେସନ, ବସ ଷ୍ଟାଣ୍ଡ,ହସ୍ପିଟାଲର ଭଳି ପବ୍ଲିକ ଜାଗା ରେ ଲାଗିଲେ ସାଧାରଣ ଲୋକ ଉପକୃତ ହେବେ।

ବାଇଟ ଗଣେଷ ଚନ୍ଦ୍ର ,ଇଂଜିନିୟରିଂ ଛାତ୍ର
ବାଇଟ ପବ୍ଲିକ
ବାଇଟ ପବ୍ଲିକ
ବାଇଟ ଦିବ୍ୟ ସିଦ୍ଧାନ୍ତ ,ଇଂଜିନିୟରିଂ ଛାତ୍ର

ଫାଇନାଲ ଭିଓ
ତେବେ ଦେଖିବାର ରହିଲା ଏହି ହାଇ ଟେକ୍ନୋଲୋଜି ସିଷ୍ଟମ କୁ ଲୋକେ କେତେ ପସନ୍ଦ କରୁଛନ୍ତି ଓ ଆଗାମୀ ଦିନ ରେ ଏହା କେତେ ଆହୁରି କାର୍ଯ୍ୟକାରୀ ହୋଇପାରୁଛି।


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.