ETV Bharat / city

ପୁରୀ ଏସ‌ପିଙ୍କ ନାମରେ ଫେକ ଫେସ୍‌ବୁକ ଆକାଉଣ୍ଟ

author img

By

Published : Jan 25, 2021, 5:46 PM IST

ପୁରୀ ଏସପିଙ୍କ ନାଁରେ ଫେସ‌ବୁକରେ ଖୋଲାଯାଇଛି ଫେକ‌ ଆକାଉଣ୍ଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଫେକ୍‌ ଫେସ୍‌ବୁକ ଆକାଉଣ୍ଟ
ଫେକ୍‌ ଫେସ୍‌ବୁକ ଆକାଉଣ୍ଟ

ପୁରୀ: ଏସ୍‌ପି କନୱର ବିଶାଲ ସିଂହଙ୍କ ନାମରେ ଫେସ୍‌ବୁକରେ ଫେକ‌ ଆକାଉଣ୍ଟ । ଏହା ଜଣାପଡିବା ପରେ ଚାରିଆଡେ ଚର୍ଚ୍ଚା । ଯାହାକୁ ନେଇ ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ପୁରୀ ଏସ୍‌ପିଙ୍କ ନାମରେ ଫେକ୍‌ ଫେସ୍‌ବୁକ ଆକାଉଣ୍ଟ
ପୁରୀ ଏସ୍‌ପିଙ୍କ ନାମରେ ଫେକ୍‌ ଫେସ୍‌ବୁକ ଆକାଉଣ୍ଟ

ତେବେ ଲୋକଙ୍କୁ ଠକିବା ପାଇଁ କୌଣସି ବ୍ୟକ୍ତି ଏପରି କରିଥାଇପାରେ ବୋଲି ଏସପି ସୂଚନା ଦେଇଛନ୍ତି । ଏହାସହ ଏହି ଫେକ ଆଇଡିରୁ କୌଣସି ମେସେଜ ଆସିଲେ ଲୋକେ ଗ୍ରହଣ ନ କରିବାକୁ ଏସପି କହିଛନ୍ତି ।

ଏହି ଆକାଉଣ୍ଟରେ ଏସପିଙ୍କ ସହିତ କେନ୍ଦ୍ରାଞ୍ଚଳ DIG ଆଶିଷ ସିଂଙ୍କ ଫଟୋ ରହିଛି। ଯାହା ଲୋକଙ୍କୁ ଠକିବାକୁ ସୁବିଧା ହେବ ବୋଲି କୁହାଯାଉଛି । ସୂଚନାଥାଉକି, ପୂର୍ବରୁ ଅନେକ ଆଇପିଏସ ଅଧିକାରୀଙ୍କ ନାମରେ ଫେକ ଫେସବୁକ ଆଇଡି ଥିବା ଖବର ଆସିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.