ଆଜି ଶ୍ରୀମନ୍ଦିରରେ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି

author img

By

Published : Sep 17, 2021, 11:38 AM IST

ଶ୍ରୀମନ୍ଦିରରେ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି ଆଜି

ଶ୍ରୀମନ୍ଦିରରେ ଆଜି(ଶୁକ୍ରବାର) ପାଳନ ହେବ ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି । ଅଧିକ ପଢନ୍ତୁ...

ପୁରୀ: ଶ୍ରୀମନ୍ଦିରରେ ଆଜି(ଶୁକ୍ରବାର) ପାର୍ଶ୍ଵ ପରିବର୍ତ୍ତନ ଏକାଦଶୀ ନୀତି ଓ ବାମନ ଜନ୍ମ ନୀତି । ଏହି ଅବସରରେ ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କ ମହାସ୍ନାନ ହୋଇଥାଏ । ଠାକୁରଙ୍କ ନୂଆଲୁଗା ଲାଗି ହୋଇ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯାଏ ।

ଏହି ଅବସରରେ ସନ୍ଧ୍ୟା ଆଳତି ବଢ଼ି ଏକାଦଶୀ ବେଢ଼ାକୁ ମଦନମୋହନ ବିଜେ କରିଥାନ୍ତି । ମଦନମୋହନ ବଡ଼ଦେଉଳକୁ ଭେଡାଏ ବୁଲି ବଟମୂଳେ ବିଜେ କରିଥାନ୍ତି । ଜୟବିଜୟ ଦ୍ଵାର ଠାରେ ଏକାଦଶୀ ଭୋଗ ବନ୍ଦାପନା ହୋଇ ଠାକୁରେ ଦକ୍ଷିଣୀ ଘରକୁ ବିଜେ କରିବେ । ଆଗାମୀ କାର୍ତ୍ତିକ ମାସ ଶୁକ୍ଳ ଏକାଦଶୀରେ ହରି ଉତଥାପନ ଏକାଦଶୀ ପାଳନ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.