ETV Bharat / city

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

author img

By

Published : Dec 10, 2021, 12:59 PM IST

Updated : Dec 10, 2021, 2:54 PM IST

ଶ୍ରୀମନ୍ଦିରରେ ନାବଳକଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ । ଜଣେ ବରିଷ୍ଠ ସେବାୟତ ବିରୁଦ୍ଧରେ ଏଭଳି ସାଙ୍ଘାତିକ ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ସେବାୟତ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ
ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ପୁରୀ: ଶ୍ରୀମନ୍ଦିରରେ ଯୌନ ନିର୍ଯ୍ୟାତନା ଅଭିଯୋଗ । ଜଣେ ବରିଷ୍ଠ ସେବାୟତ ଏକ ନାବଳକକୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ସେବାୟତ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ନାବାଳକ ପୁଅକୁ ସମ୍ପୃକ୍ତ ବରିଷ୍ଠ ସେବାୟତ ଯୌନ ନିର୍ଯ୍ୟାତନା ଦେଇଆସୁଥିବା ନେଇ ସେ ସିଂହଦ୍ବାର ଥାନାରେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ନିଯୋଗ ଓ ଆରକ୍ଷୀ ଅଧିକ୍ଷକଙ୍କୁ ବି ଏ ସମ୍ପର୍କରେ ଲିଖିତ ଭାବେ ଜଣାଇଥିବା ଅଭିଯୋଗକାରୀ ସେବାୟତ କହିଛନ୍ତି ।

ଶ୍ରୀମନ୍ଦିରରେ ନାବାଳକକୁ ଯୌନ ନିର୍ଯାତନା ଅଭିଯୋଗ

ଅଭିଯୋଗ ଅନୁଯାୟୀ, ଅଭିଯୋଗକାରୀ ସେବାୟତ ଦୃଷ୍ଟିବାଧିତ ଅଟନ୍ତି । ଏଣୁ ତାଙ୍କ ନାବାଳକ ପୁଅ ତାଙ୍କୁ ସର୍ବଦା ଶ୍ରୀମନ୍ଦିରକୁ ନେବା ଆଣିବା କରେ । ନାବାଳକ ପୁଅ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଳି ଖଟୁଥିବା ବେଳେ ସେ ନିର୍ମାଲ୍ୟ ଖଳାରେ କାମ କରନ୍ତି । ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶୁଖିଲା ମହାପ୍ରସାଦ ପ୍ରସ୍ତୁତ କରନ୍ତି । ଦୁଇମାସ ତଳେ ନାବାଳକ ଜଣକ ଭୁବନେଶ୍ଵରୀ ମନ୍ଦିରରେ ଦର୍ଶନ କରୁଥିବା ବେଳେ ଲକ୍ଷ୍ମୀ ମନ୍ଦିର ସେବାୟତ ହରଚଣ୍ଡୀ ସାହିର ଲକ୍ଷ୍ମୀନାରାୟଣ ଖୁଣ୍ଟିଆ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ପ୍ରତିବାଦ କରିବାରୁ ଛାତି, ଗାଲକୁ ଚିପି ଧରି ଧମକ ଦେଇଥିଲେ । ଏପରିକି ତୁ ମୋ ସହ ହୋଟେଲ ଯିବୁ, ନ ହେଲେ ତୋତେ ମନ୍ଦିର ଭିତରେ ମାଡ଼ ମାରିବି ଏବଂ ଶ୍ରୀମନ୍ଦିରରେ ପଶିପାରିବୁନି ବୋଲି ନାବାଳକକୁ ଧମକାଇଥିଲେ ।

ଭୟଭୀତ ହୋଇ ପିଲାଟି ସେଠାରୁ ଯାଇ ଲକ୍ଷ୍ମୀଙ୍କ ମନ୍ଦିରରେ ଦର୍ଶନ କରୁଥିବା ସମୟରେ ପୁନର୍ବାର ସେବାୟତ ଲକ୍ଷ୍ମୀନାରାୟଣ ଅସଦାଚରଣ ପ୍ରଦର୍ଶନ କରିଥିଲେ । ପିନ୍ଧିଥିବା ମକୁଟାକୁ ଖୋଲି ଅସଦାଚରଣ କରିବା ସହ ତାଙ୍କ କଥା ମାନିବାକୁ ବାଧ୍ୟ କରିଥିଲେ । ସେହି ଦିନଠାରୁ ନାବାଳକ ଜଣକ ଶାରୀରିକ ଓ ମାନସିକ ଯନ୍ତ୍ରଣା ପାଇଆସୁଛି । ଏ ସମ୍ପର୍କରେ ନାବାଳକର ସେବାୟତ ବାପା ଅଭିଯୋଗ କରିବା ସହ ଦୃଷ୍ଟିହୀନ ହୋଇଥିବାରୁ ନ୍ୟାୟ ଦାବି କରିଛନ୍ତି ଏବଂ ତଦନ୍ତରେ ସମ୍ପର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି । ଶ୍ରୀମନ୍ଦିର ଭଳି ପବିତ୍ର ସ୍ଥାନରେ ଏଭଳି କାର୍ଯ୍ୟକୁ ସେ ଦୃଢ଼ ନିନ୍ଦା କରିବା ସହ ନିଜ ପରିବାରର ସୁରକ୍ଷା ଲୋଡିଛନ୍ତି ଅଭିଯୋଗକାରୀ ।

ଏନେଇ ସିଂହଦ୍ବାର ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ କହିଛନ୍ତି, ଏ ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ବିଳମ୍ବିତ ରାତିରେ ଅଭିଯୋଗ ହୋଇଥିବାରୁ ସକାଳୁ ତଦନ୍ତ ଆରମ୍ଭ କରାଯାଇ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated :Dec 10, 2021, 2:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.