ETV Bharat / city

ଐତିହ୍ୟ ବାରବାଟୀ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ସୁବାସ ସିିଂ ଓ ସସ୍ମିତ ପାତ୍ର

author img

By

Published : Jul 24, 2021, 2:38 PM IST

କଟକ ବାରବାଟୀ ଦୂର୍ଗର ନବୀକରଣ ଓ ଉନ୍ନତିକରଣ କାମ ବିଗତ ୨୦୦୮ - ୦୯ ମସିହାରେ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୨୦୦୭ - ୦୯ ମସିହାରେ ଏ ନେଇ କେନ୍ଦ୍ର ସରକାର ୧୭ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ ।

Subas Singh
Subas Singh

ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ସାକ୍ଷାତ କଲେ ବିଜେଡିର ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂ । ରାଜ୍ୟର କିର୍ତ୍ତିୀରାଜି ବାରବାଟୀ ଦୁର୍ଗର ପୁନଃଉଦ୍ଧାର ଓ ନବୀକରଣ ପାଇଁ ଦାବି କରିଛନ୍ତି ଉଭୟ ସାଂସଦ । ବ୍ୟୟ ବରାଦ ସତ୍ବେ କାର୍ଯ୍ୟ ହୋଇପାରୁନଥିବାରୁ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଦୁଇ ସାଂସଦ ।

କଟକ ବାରବାଟୀ ଦୂର୍ଗର ନବୀକରଣ ଓ ଉନ୍ନତିକରଣ କାମ ବିଗତ ୨୦୦୮ - ୦୯ ମସିହାରେ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୨୦୦୭ - ୦୯ ମସିହାରେ ଏ ନେଇ କେନ୍ଦ୍ର ସରକାର ୧୭ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ କରିଥିଲେ । ବାରବାଟୀ ଦୁର୍ଗର ଚାରି ପଟ ହ୍ରଦକୁ ଖନନ କରି ଏହାର ପୁନଃନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ କରିବା ଓ ଏହାର ଭିତ୍ତିଭୂମିର ଉନ୍ନତିକରଣ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହାକୁ ଏକ ସ୍ମାରକୀ ଭାବରେ ସମଗ୍ର ଦେଶବାସୀଙ୍କୁ ଆକର୍ଷିତ କରିବା ପାଇଁ ଭାରତୀୟ ପ୍ରତ୍ନତ୍ବ ବିଭାଗ ଜରିଆରେ ପୂର୍ଣ୍ଣାଙ୍ଗ କରିବା ପାଇଁ ନିଷ୍ପତି ସେତେବେଳେ ହୋଇଥିଲା ।

ତେବେ କଟକ ମହାନଗର ନିଗମକୁ କିଛି କାର୍ଯ୍ୟ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା । ମହାନଗର ନିଗମ ପାଇଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିବାପରେ ଏହାର ଅନ୍ୟ କାର୍ଯ୍ୟ ଗୁଡିକୁ ଅଗ୍ରଗତି ପାଇଁ ନିବେଦନ କରି ଚିଠି ଲେଖିଲେ ମଧ୍ୟ ଏହାର ଅଗ୍ରଗତି ହୋଇପାରୁ ନାହିଁ । ଏହାର ଭିତ୍ତିଭୂମି ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ଅବହେଳା କରି ଚାଲିଛି ବୋଲି ଚିଠିରେ ଦର୍ଶାଇଛନ୍ତି ସାଂସଦ । ପ୍ରତ୍ନତ୍ତତ୍ବ ବିଭାଗ ପାଖରେ ୧୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିଲେ ମଧ୍ୟ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉ ନାହିଁ କି ଏହାକୁ ପୁର୍ଣ୍ଣାଙ୍ଗ କରାଯାଉ ନାହିଁ । ଏହା ଏକ ଐତିହ ପ୍ରକଳ୍ପ । ପ୍ରତ୍ନତ୍ତ୍ବତ ବିଭାଗ ଦ୍ଵାରା ନିଷିଦ୍ଧାଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏହାର ଉନ୍ନତିକରଣ ପାଇଁ କୌଣସି ପଦକ୍ଷେପ ନେଇପାରୁନାହିଁ ବୋଲି ଉଲ୍ଲେଖ କରିଛନ୍ତି । ବାରବାଟୀ ଦୁର୍ଗ ଭିତରେ ଓଡିଶାର ଏକମାତ୍ର ଇନଡୋର ଷ୍ଟାଡିୟମ, ସୋର୍ଟସ ହଷ୍ଟେଲ ଓ ସତ୍ୟବ୍ରତ ଷ୍ଟାଡିୟମ ରହିଛି ।

ଯାହାଫଳରେ କଟକ ଓଡିଶାର ସୋର୍ଟସ କ୍ୟାପିଟାଲ ଭାବରେ ପରିଚିତ । ପଡୋଶୀ ରାଜ୍ୟରୁ ଖେଳାଳି ଆସି ଖେଳ ଅଭ୍ୟାସ କରି ଜାତୀୟ, ଆନ୍ତର୍ଜାତିୟ ସ୍ତରରେ ଭାଗନେଇ ପଦକ ହାସଲ କରି ଓଡିଶାକୁ ଗୌରବାନ୍ବିତ କରିଥାନ୍ତି । ସେହିପରି ଗଡଖାଇ ଭିତରେ ଏକ ବିସ୍ତୃତ ଖେଳପଡିଆ ରହିଛି । ଦୈନିକ ଶହଶହ ପ୍ରାତଃଭ୍ରମଣକାରୀ ମାନେ ମଧ୍ୟ ସେଠି ଭ୍ରମଣ କରିଥାନ୍ତି । ତାହା ସହିତ ବିଭିନ୍ନ ବର୍ଗର ପିଲା ମାନେ ମଧ୍ୟ ଖେଳକୁଦର ଅଭ୍ୟାସ କରିଥାନ୍ତି । ଏହି ପଡିଆକୁ ଆସୁଥିବା ଲୋକ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କିମ୍ବା ପରିଶ୍ରାଗାରଟିଏ ମଧ୍ୟ ନାହିଁ । ଏହା ପ୍ରତ୍ନତତ୍ତ୍ଵ ବିଭାଗ ଦ୍ଵାରା ନିଶିଦ୍ଧାଞ୍ଚଳ ହୋଇଥିବାରୁ ସିଏମସି କିମ୍ବା ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିପାରୁନାହିଁ ବୋଲି ଚିଠିରେ ଦର୍ଶାଇଛନ୍ତି । ଏହି ପଡିଆର ରକ୍ଷଣା ବେକ୍ଷଣ ପ୍ରତ୍ନତ୍ତତ୍ବ ବିଭାଗ ରାଜ୍ୟ ସରକାରଙ୍କର କ୍ରୀଡା ବିଭାଗ ନଚେତ ଅଲମ୍ପିକ ଆସୋସିଏସନକୁ ହସ୍ତାନ୍ତର କରିବା ପାଇଁ ସାଂସଦ ସୁବାସ ସିଂହ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.