ETV Bharat / city

ବର୍ଷା-ଅନୁଭବ ଝଗଡା ଭିଡିଓ ଭାଇରାଲ ଘଟଣା: ଏତଲା ଦେଲେ ବର୍ଷା

author img

By

Published : Dec 19, 2020, 8:31 AM IST

ବର୍ଷା-ଅନୁଭବ ଝଗଡା ଭିଡିଓ ଭାଇରାଲ ଘଟଣାରେ ଥାନାରେ ଏତଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ...

ଏତଲା ଦେଲେ ବର୍ଷା
ଏତଲା ଦେଲେ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ କଳିଝଗଡା ଭିଡିଓ ଭାଇରାଲ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ବର୍ଷା । ପୁରୀଘାଟ ଥାନାରେ ଏନେଇ ଏତଲା ଦେଇଛନ୍ତି ଅଭିନେତ୍ରୀ ।

ବର୍ଷାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଭିଡିଓ ଭାଇରାଲ କରାଯାଇଥିବା ଏତଲାରେ ଉଲ୍ଲେଖ ରହିଛି । 3 ଦିନ ତଳେ ସାମାଜିକ ଗଣମାଧ୍ୟମ(ସୋସିଆଲ ମିଡିଆ)ରେ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ସ୍ବାମୀ ଓ ସ୍ତ୍ରୀ ପରସ୍ପରଙ୍କୁ ଆକ୍ଷେପ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ଅନୁଭବ-ବର୍ଷା ରହୁଥିବା କଟକ ନନ୍ଦିସାହି ବାସଭବନରେ ରେକର୍ଡ କରାଯାଇଥିବା କୁହାଯାଉଥିଲା ।

ଏହି ଭିଡିଓଟି କେବେକାର ଏନେଇ ନିର୍ଦ୍ଦିଷ୍ଟ ଭାବେ ଜଣାପଡି ନଥିବାବେଳେ କିଛିଦିନ ତଳେ ଏହି ଭିଡ଼ିଓଟି ସୁଟ ହୋଇଥିବା କୁହାଯାଉଛି । ବର୍ଷା ମହିଳା କମିଶନଙ୍କୁ ଭେଟିବା ପରେ ଏହି ଭିଡିଓଟି ସୁଟ ହୋଇଥିବା ମଧ୍ୟ ଆଲୋଚନା ହେଉଛି ।

ସୂଚନାଥାଉକି, ବର୍ଷା, ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ମାମଲା କୋର୍ଟରେ ଦାଖଲ କରିଥିବାବେଳେ ଅନୁଭବ ତାଙ୍କୁ ଛାଡପତ୍ର ଦେବାକୁ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.