ETV Bharat / city

Officer Assault Case: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା

author img

By

Published : Feb 9, 2022, 1:18 PM IST

Updated : Feb 9, 2022, 3:51 PM IST

କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା । ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ(HC Grants Interim Protection To Bishweswar Tudu) । ଅଧିକ ପଢନ୍ତୁ

Officer Assault Case: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା
Officer Assault Case: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷା । ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ରାଜ୍ୟ ଉଚ୍ଚନ୍ୟାୟାଳୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି(HC Grants Interim Protection To Bishweswar Tudu) । ଏଥିସହ ମାର୍ଚ୍ଚ ୪ ରେ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ସହ ତଦନ୍ତରେ ସହଯୋଗ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ।

ତେବେ ମାର୍ଚ୍ଚ 8 ତାରିଖ ପର୍ଯ୍ୟନ୍ତ ମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପ୍ରମାଣ କିମ୍ବା ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ମନ୍ତ୍ରୀ ଟୁଡୁଙ୍କୁ ଚେତାବନୀ ଦେଇଛନ୍ତି କୋର୍ଟ । ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗର ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ଟୁଡୁ ଅଶ୍ରିଳ ଭାଷାରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିବା ଅଭିଯୋଗ ହୋଇଥିଲା । ଏହି ଦୁଇ କର୍ମଚାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିବାବେଳେ ବାରିପଦା ଟାଉନ ଥାନାରେ ଏନେଇ ଅଭିଯୋଗ ମଧ୍ୟ କରିଥିଲା ।

ଏହା ବି ପଢନ୍ତୁ...ଆଗୁଆ ଜାମିନ ଲୋଡି ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ

ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିବାବେଳେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅନ୍ୟପଟେ ମାଡ଼ ଖାଇଥିବା ଦୁଇ ସରକାରୀ କର୍ମଚାରୀଙ୍କର ମଧ୍ୟରୁ ଗତ ୪ ତାରିଖରେ ଉପନିର୍ଦ୍ଦେଶକ ଅଶ୍ବିନୀ କୁମାର ମଲ୍ଲିକଙ୍କର ୧୬୪ ଧାରାରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇ ଥିବାବେଳେ ଗତ 7 ତାରିଖରେ ହାତ ଭାଙ୍ଗିଥିବା ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ୧୬୪ ଧାରାରେ ବାରିପଦାର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ହୋଇଛି । ବର୍ତ୍ତମାନ ପରବର୍ତ୍ତୀ ଶୁଶାଣି ପର୍ଯ୍ୟନ୍ତ କୋର୍ଟରେ ମାମଲା ବିଚାରଧୀନ ରହିବା ସହ ମନ୍ତ୍ରୀ ଟୁଡୁଙ୍କୁ ଅନ୍ତରୀଣ ସୁରକ୍ଷ ଦେଇଛନ୍ତି ଅଦାଲତ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 9, 2022, 3:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.