ମାଡି ଆସୁଛି ବାତ୍ୟା 'ଗୁଲାବ', ରାଜ୍ୟରେ ୧୪ଟି NDRF ଟିମ ନିୟୋଜିତ

author img

By

Published : Sep 25, 2021, 7:46 PM IST

ମାଡି ଆସୁଛି ବାତ୍ୟା 'ଗୁଲାବ', ରାଜ୍ୟରେ ୧୪ଟି NDRF ଟିମ ନିୟୋଜିତ

ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ଗୁଲାବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି NDRF ଟିମ ନିୟୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ...

କଟକ: ମାଡି ଆସୁଛି ବାତ୍ୟା 'ଗୁଲାବ'। ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ NDRF ଟିମ । ଏହାର ମୁକାବିଲା ପାଇଁ ୧୪ଟି ଟିମକୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।

ମାଡି ଆସୁଛି ବାତ୍ୟା 'ଗୁଲାବ', ରାଜ୍ୟରେ ୧୪ଟି NDRF ଟିମ ନିୟୋଜିତ

ଗଞ୍ଜାମ ଜିଲ୍ଲା ପାଇଁ ୩ଟି ଟିମ, ଗଜପତି ପାଇଁ ୨ଟି ଟିମ, ରାୟଗଡା ପାଇଁ ୨ଟି ଟିମ, କୋରାପୁଟ ପାଇଁ ୨ଟି ଟିମ, ମାଲକାନଗିରି ପାଇଁ ଗୋଟିଏ ଟିମ ଓ ୪ଟି ଟିମକୁ ଭୁବନେଶ୍ବର ହେଡକ୍ବାର୍ଟରରେ ରିଜର୍ଭ ରଖାଯାଇଥିବା ନେଇ NDRF ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ପ୍ରକାର ସରଞ୍ଜାମ ସହ ଏମାନେ ବିଭିନ୍ନ ସ୍ଥାନ ଗ୍ରସ୍ତ କରିଛନ୍ତି ।

ଆସନ୍ତାକାଲିଠାରୁ ବାତ୍ୟାର ପ୍ରଭାବ ଆରମ୍ଭ ହେବା ସହିତ ସର୍ବାଧିକ ବର୍ଷା ୭ ଜିଲ୍ଲାରେ ହେବାର ସମ୍ଭାବନା ରହିଛି । ଭୂସ୍କଳନ, ଫ୍ଲାସ୍ ଫ୍ଳଡ୍ ସହିତ କଚ୍ଚା ରାସ୍ତା ଓ ଘର ଧୋଇଯିବାର ସମ୍ଭାବନା ରହିଛି। ଝଡ ପରଦିନ ଅର୍ଥାତ ୨୭ ତାରିଖରେ କିଛି ଜିଲ୍ଲା ଅଂରେଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖରେ ସର୍ବାଧିକ ପ୍ରଭାବ ରହିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.