ETV Bharat / city

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

author img

By

Published : Aug 10, 2020, 6:44 PM IST

ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ 22 ତାରିଖରେ ଏହି ପରୀକ୍ଷା ଶେଷ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ଏହି ପରୀକ୍ଷା ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ବର୍ଗରେ କରାଯିବ । ପ୍ରତିଟି ପରୀକ୍ଷା ଗୋଟିଏ ସିଟିଙ୍ଗ ଓ ଗୋଟିଏ ପ୍ରଶ୍ନପତ୍ର ବିଶିଷ୍ଟ ରହିବ । ପରୀକ୍ଷା ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ । ୧୪ ତାରିଖରେ ପ୍ରଥମ ଭାଷା, ୧୫ ତାରିଖରେ ଦ୍ୱିତୀୟ ଭାଷା, ୧୬ ତାରିଖରେ ତୃତୀୟ ଭାଷା ହିନ୍ଦୀ, ୧୮ ତାରିଖରେ ସଂସ୍କୃତ, ୧୯ ତାରିଖରେ ଗଣିତ, ୨୦ ତାରିଖରେ ଭିଜୁଆଲ ଆର୍ଟ ( ପ୍ରାକ୍ଟିକାଲ), ୨୧ ତାରିଖରେ ସାଧାରଣ ବିଜ୍ଞାନ ଓ ୨୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ । ସେହିପରି ମୁକ୍ତ ବିଦ୍ୟାଳୟ ପରୀକ୍ଷା ସେପ୍ଟେମ୍ବର ୧୪ରୁ ଆରମ୍ଭ ହୋଇ ୨୪ ପର୍ଯ୍ୟନ୍ତ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.