ETV Bharat / city

ଆସନ୍ତା ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

author img

By

Published : Sep 11, 2020, 5:55 PM IST

Updated : Sep 11, 2020, 8:31 PM IST

ଆସନ୍ତା ୧୪ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...

ଆସନ୍ତା ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଆସନ୍ତା ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ: ଆସନ୍ତା ୧୪ ତାରିଖରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଉଭୟ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ମଧ୍ୟ କରାଯିବ। ସମସ୍ତ ପରୀକ୍ଷାରେ କୋଭିଡ ୧୯ ନିୟମକୁ କଡାକଡି ପାଳନ କରାଯିବା ନେଇ ବୋର୍ଡ ନିଷ୍ପତ୍ତି ନେଇଛି ।

ଆସନ୍ତା ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ୨୨ହଜାର ୬୪୯ ପରୀକ୍ଷାର୍ଥୀ ଓ ମୁକ୍ତ ବିଦ୍ୟାଳୟ ପାଇଁ ୧୨ ହଜାର ୯୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀଙ୍କ ପାଇଁ ୧୫୩ଟି ପରୀକ୍ଷାକେନ୍ଦ୍ର କରାଯାଇଥିବା ବେଳେ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ପାଇଁ ୮୮ଟି କେନ୍ଦ୍ର କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ଶେଷ କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସପି, ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ବୋର୍ଡ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଅର୍ଥାତ ୨ ଘଣ୍ଟା କରାଯିବ। ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ସକାଳ ୯ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ନିକଟରେ ପହଞ୍ଚିବାକୁ କୁହାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଚଳିତବର୍ଷ କୋଭିଡ ପାଇଁ ପୂର୍ଣ୍ଣ ସଂଖ୍ୟା ୮୦ ମାର୍କର ସ୍ଥିର କରାଯାଇଛି। ଅର୍ଥାତ ପରୀକ୍ଷାର୍ଥୀ ମାନେ ୮୦ ମାର୍କର ପରୀକ୍ଷା ଦେବେ। ୫୦ ମାର୍କ ଓଏମଆର ଓ ୩୦ ମାର୍କ ସବଜେକ୍ଟିଭ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି। ଏହାଦ୍ୱାରା ମୂଲ୍ୟାୟନ ପ୍ରକ୍ରିୟା ସୁବିଧା ହେବ ବୋଲି ସଭାପତି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 11, 2020, 8:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.