ETV Bharat / city

ପବିତ୍ର ମହାଳୟା; ଜଗତଜନନୀଙ୍କୁ ଲାଗି ହେଲା ଖଡ଼ି ରଙ୍ଗ

author img

By

Published : Oct 6, 2021, 9:00 PM IST

ପବିତ୍ର ମହାଳୟାରେ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିରେ ଲାଗି କରାଯାଇଛି ଖଡ଼ି ରଙ୍ଗ । ବିଧି ଅନୁସାରେ ଖଡ଼ି ଲାଗି ଅମାବାସ୍ୟାରେ ଖଡ଼ି ରଙ୍ଗ ମା’ ଦୁର୍ଗାଙ୍କୁ ଅର୍ପଣ କରାଯାଇଥଏ। ଅଧିକ ପଢନ୍ତୁ...

Auspicious mahalaya amavasya
ପବିତ୍ର ମହାଳୟା; ମା ଜଗତଜନନୀଙ୍କୁ ଲାଗି ହେଲା ଖଡ଼ି ରଙ୍ଗ

କଟକ: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଜୋରସୋରରେ ଚାଲଛି ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ । ମା’ଙ୍କ ଧରାବତାରଣ ଅପେକ୍ଷାରେ ଚାରିଆଡେ ଚଳଚଞ୍ଚଳ । ଆଜି (ବୁଧବାର) ହେଉଛି ପବିତ୍ର ମହାଳୟା । ମହାଳୟା ତିଥିରେ ଆଜି କଟକର ସମସ୍ତ ପୂଜା ମଣ୍ଡପରେ ମା ଙ୍କ ମୂର୍ତ୍ତିରେ ଲାଗି କରାଯାଇଛି ଖଡ଼ି ରଙ୍ଗ । ବିଧି ଅନୁସାରେ ଅମାବାସ୍ୟାରେ ଖଡ଼ି ରଙ୍ଗ ମା ଦୁର୍ଗାଙ୍କୁ ଅର୍ପଣ କରାଯାଇଥାଏ। ଏହା ଆଜିର ପରମ୍ପରା ନୁହେଁ 500 ବର୍ଷ ପୁରୁଣା ।

ପବିତ୍ର ମହାଳୟା; ମା ଜଗତଜନନୀଙ୍କୁ ଲାଗି ହେଲା ଖଡ଼ି ରଙ୍ଗ

ମହାଳୟା ତିଥିରେ ମା’ଙ୍କ ରଙ୍ଗ ତୁଳି ଲାଗିବା ଆରମ୍ଭ ହୋଇଯାଇଛି । ପ୍ରଥମେ ଏକ ମାଟିଆ, ଦୁଇ ମାଟିଆ ପରେ ଆଜି ମା ଦୁର୍ଗାଙ୍କ ମୂର୍ମୟୀ ମୂର୍ତ୍ତିରେ ଲାଗିଛି ଖଡ଼ି ରଙ୍ଗ । କାରଣ ମହାଳୟା ତିଥିରେ ପରମ୍ପରା ଅନୁସାରେ ପୂଜା ମଣ୍ଡପରେ ସ୍ଥାପିତ ମାଙ୍କ ମୂର୍ତ୍ତି ରେ ଖଡ଼ି ଲାଗି କରାଯାଇଥାଏ । ଏହି ବିଧି ଅନୁସାରେ କଟକ ର ସମସ୍ତ ପୂଜା ମଣ୍ଡପରେ ଆଜି ମାଆଙ୍କୁ ଖଡ଼ି ରଙ୍ଗ ଦିଆଯାଇଛି ।

ତେବେ ଜନ୍ମାଷ୍ଟମୀ ପରଠୁ ମାଟି ଉଠା ପରେ ଆଜି ପବିତ୍ର ମହାଲୟା ତିଥି ରେ ଖଡ଼ି ରଙ୍ଗ ରେ ଶୋଭା ପାଆନ୍ତି ମାଆ ଜଗତ ଜନନୀ । କିନ୍ତୁ ଚଳିତବର୍ଷ କୋଭିଡ କଟକଣା ଯୋଗୁ ମାଆ 4 ଫୁଟ ମଧ୍ୟରେ ସୀମିତ ରହିଛନ୍ତି । ପୂଜା କମିଟି ମାନଙ୍କ ମଧ୍ୟରେ ସାମନ୍ୟ ଦୁଃଖ ରହିଥିଲା ବେଳେ ସରକାରଙ୍କ ଏସଓପିକୁ ମାନିବା ମଧ୍ୟ ବାଧ୍ୟ ।



ଅନ୍ୟପଟେ ମା’ଙ୍କ ଚଳିତବର୍ଷ 4 ଫୁଟ ମୂର୍ତ୍ତି ନିର୍ମାଣ ହୋଇଛି । ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ କୋଭିଡ କଟକଣା ମଧ୍ୟରେ ସବୁ ମଣ୍ଡପରେ ହେବ ପୂଜା । ଆତସବାଜିକୁ ସମ୍ପୂର୍ଣ୍ଣ ବାରଣ ଥିଲା ବେଳେ କିନ୍ତୁ ମାଆ ଙ୍କ ପୂଜା ରୀତିନୀତି ଯେପରି ଥିଲା ସେପରି ରହିବ । ଷଷ୍ଠୀ ଠୁ ମା ଜଗତଜନନୀ ଙ୍କ ସମସ୍ତ ପୂଜା ଆରମ୍ଭ ହେବ । ତେବେ ଆଜିଠୁ ମାଆଙ୍କ ରୂପ ଆସିବା ଆରମ୍ଭ ହୋଇଛି । ଆଉ କିଛି ଦିନ ମଧ୍ୟରେ ମାଆ ଙ୍କ ସେହି ଅପୂର୍ବ ରୂପ ଦେଖିବ ସାରା ଜଗତ ।



ପୂଜା ଆୟୋଜନ ଓ ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ଲାଗିରହିଥିବା ବେଳେ ଭସାଣୀ କେତେ ଦିନ ହେବ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । 150 ରୁ ଉର୍ଦ୍ଧ୍ବ ପୂଜା କମିଟି ଥିବାରୁ ବିସର୍ଜନ ପ୍ରକ୍ରିୟା କିପରି କରାଯିବ ସେହି ସମୟରେ ସ୍ଥିତିକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେଇଯିବ ବୋଲି ସୂଚନା ଦେଇଛି କମିଶନରେଟ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.