ETV Bharat / city

ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି, ଡିଜିପିଙ୍କୁ ଭେଟିଲେ ପରିବାର

author img

By

Published : Sep 6, 2022, 10:36 PM IST

ପୀଡିତଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ କଥା ଶୁଣିବାକୁ ନାରାଜ ମଙ୍ଗଳାବାଗ ପୋଲିସ । ଫଳରେ ନ୍ୟାୟ ପାଇଁ ଡିଜିପିଙ୍କ ଦ୍ବାରସ୍ଥ ହେଲେ ପୀଡ଼ିତ ପରିବାର । ଅଧିକ ପଢନ୍ତୁ

ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି
ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି

କଟକ: ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି । ପୀଡିତଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କ କଥା ଶୁଣିବାକୁ ନାରାଜ ଯାଜପୁର ମଙ୍ଗଳାବାଗ ପୋଲିସ । ଫଳରେ ନ୍ୟାୟ ପାଇଁ ଡିଜିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତ ପରିବାର । ଯାଜପୁରର ଏକ ପରିବାର ଏବେ ନ୍ୟାୟ ଅପେକ୍ଷାରେ ।

ନ୍ୟାୟ ବଦଳରେ ମିଳିଲା ପୋଲିସର ନାଲିଆଖି

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଞ୍ଚଳର ରଜନୀ ଜେନାଙ୍କ ପରିବାର। ଜମିଜମା ବିବାଦକୁ ନେଇ ହୋଇଥିବା ଗଣ୍ଡଗୋଳରେ ରଜନୀ ଜେନା, ତାଙ୍କ ସ୍ଵାମୀ ରବୀନ୍ଦ୍ର ଜେନା ଓ ଝିଅଙ୍କୁ ଆକ୍ରମଣର ଶିକାର ହେବାକୁ ପଡିଛି । ଏ ନେଇ ମଙ୍ଗଳପୁର ଥାନାରେ ଏତଲା ଦେଇଥିଲେ ପରିବାର। ହେଲେ ପୋଲିସ ମାମଲା ରୁଜୁ କରିବା ବଦଳରେ ଓଲଟା ପୀଡ଼ିତଙ୍କୁ ଧମକେଇବା ସହ ମାମଲା ପଞ୍ଜିକରଣ କରିନଥିବା ଅଭିଯୋଗ କରିଛନ୍ତି ପରିବାର । ଭୟରେ ପୀଡ଼ିତ ପରିବାର କଟକ ଆସି ନ୍ୟାୟ ପାଇଁ ଏବେ ଡିଜିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବିଜେଡିର ସେଲିବ୍ରେସନ, ଏଜି ଛକରେ ଫସିଲା ଆମ୍ବୁଲାନ୍ସ

ସୂଚନାଅନୁସାରେ, ରବୀନ୍ଦ୍ର ଜେନା ଗୋରୁଙ୍କ ପାଇଁ ଘାସ କାଟିବାକୁ ଯାଇଥିଲେ ସେଠାରେ ତାଙ୍କ ପୁତୁରା ଶଶୀକାନ୍ତ ଜେନା ତାଙ୍କୁ ଗାଳିଗୁଲଜ କରିଥିବା କହିଛନ୍ତି ରବୀନ୍ଦ୍ର। ଜମିଜମା ବିବାଦକୁ ନେଇ ପରିବାର ଭିତରେ କଳହ ଲାଗିଥିଲା । ପ୍ରଥମେ ରବୀନ୍ଦ୍ରଙ୍କ ଝିଅକୁ ଆକ୍ରମଣ କରିଥିଲେ ଶଶୀକାନ୍ତ। 13ରୁ 14 ଜଣ ରବୀନ୍ଦ୍ରଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ । ଏ ନେଇ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଥିଲେ ହେଲେ ଥାନା ଆଇଆଇସି ରିନାରାଣୀ ସାହୁ ତାଙ୍କ କଥା ଶୁଣି ନଥିବା ଅଭିଯୋଗ କରିଛନ୍ତି ପୀଡିତଙ୍କ ପରିବାର ।

ଦୁଇଦିନ ହେବ ପରିବାର ଅଖିଆ ଅପିଆ ରହିଛନ୍ତି । ଭୟରେ ଗାଁକୁ ଯାଇନାହାନ୍ତି । ମଙ୍ଗଳାବାଗ ପୋଲିସଠୁ ନ୍ୟାୟ ନମିଳିବାରୁ ଡିଜିପିଙ୍କ ଦ୍ବାରସ୍ଥ ହୋଇଛନ୍ତି ପୀଡିତ ପରିବାର । ଲୋକଙ୍କ ସେବା ପୋଲିସ କର୍ତ୍ତବ୍ୟ। ହେଲେ ମଙ୍ଗଳାବାଗ ପୋଲିସର ଏ ଯେଉଁ ବ୍ୟବହାର ନିନ୍ଦନୀୟ । ତେବେ ଏହି ଦିଗରେ ପଦକ୍ଷେପ ଗ୍ରହଣ କରି ଶୀଘ୍ର ନ୍ୟାୟ ଦେବା ପାଇଁ ଡିଜିଙ୍କୁ ନିବେଦନ କରିଛନ୍ତି ପରିବାର। ତେବେ ପୋଲିସ ଏ ଦିଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.