ETV Bharat / city

କାଲିଠୁ HSRP ପାଇଁ ପଞ୍ଜୀକରଣ ଆରମ୍ଭ, ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ

author img

By

Published : May 31, 2022, 10:25 PM IST

ଗାଡଡ଼ି ଚାଳକ ସାବଧାନ । ଏଣିକି ମନଇଛା ଲଗାଇ ପାରିବେ ନାହିଁ ବିଭିନ୍ନ ଡିଜାଇନ୍‌ର ନମ୍ବର୍ ପ୍ଲେଟ । ଗାଡିରେ ଲାଗିବ HSRP । ଅଧିକ ପଢ଼ନ୍ତୁ

କାଲିଠୁ HSRP ପାଇଁ ପଞ୍ଜୀକରଣ ଆରମ୍ଭ, ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ
କାଲିଠୁ HSRP ପାଇଁ ପଞ୍ଜୀକରଣ ଆରମ୍ଭ, ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ

କଟକ: ଗାଡଡ଼ି ଚାଳକ ସାବଧାନ । ଏଣିକି ମନଇଛା ଲଗାଇ ପାରିବେ ନାହିଁ ବିଭିନ୍ନ ଡିଜାଇନ୍‌ର ନମ୍ବର୍ ପ୍ଲେଟ । ଆସନ୍ତାକାଲି(ବୁଧବାର)ଠାରୁ ପରିବହନ ବିଭାଗ ପକ୍ଷରୁ ଲାଗୁ ହେଉଛି ଏହି ନୂଆ ନିୟମ । ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ । ଗାଡିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ବା HSRP । ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିନା ଗାଡି ଚଢ଼ିଲେ ଦେବାକୁ ପଡ଼ିପାରେ ମୋଟା ଅଙ୍କର ଫାଇନ୍‌ । ପୁରୁଣା ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ବାଧ୍ୟତାମୂଳକ କରାଯାଇଛି ।

କାଲିଠୁ HSRP ପାଇଁ ପଞ୍ଜୀକରଣ ଆରମ୍ଭ, ନହେଲେ ଗଣିବେ ମୋଟା ଅଙ୍କର ତଣ୍ଡ

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ ନଲଗାଇଲେ ଦେବାକୁ ପଡ଼ିପାରେ 10 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା । 2019 ମସିହା ଅପ୍ରେଲ ପୂର୍ବରୁ ପଞ୍ଜିକରଣ ହୋଇଥିବା ସମସ୍ତ ଗାଡ଼ି ଗୁଡିକରେ ଲାଗିବ ଏହି ନମ୍ବର ପ୍ଲେଟ୍ । HSRP ନମ୍ବର ପ୍ଲେଟ୍‌ ପାଇଁ ପ୍ରଥମେ SIAM ପୋର୍ଟାଲକୁ ଯାଇ ନିଜ ଗାଡ଼ିର ସମସ୍ତ ତଥ୍ୟ ଦେବାକୁ ହେବ । ଏସବୁ ତଥ୍ୟ ଦେବାପରେ ସମ୍ପୃକ୍ତ ସାଇଟରେ କେଉଁଠି ଏବଂ କେଟେବେଳେ ଯାଇ ନମ୍ବର ପ୍ଲେଟ ଲଗାଇବାକୁ ହେବ ସେନେଇ ତଥ୍ୟ ମିଳିଯିବ । ତେବେ ସବୁ ତଥ୍ୟ ସଠିକ ହେବାପରେ କନ୍ଫର୍ମେସନ ସ୍ଲିପ୍‌ ମିଳିଯିବ । ଏହାକୁ ନେଇ ପରିବହନ ବିଭାଗର ଯୁଗ୍ମ କମିଶନର ସୂଚନା ଦେଇଛନ୍ତି ।



ଏହାସହ ଏହି ନମ୍ବର ପ୍ଲେଟ୍ ସାଧାରଣ ନମ୍ବର ପ୍ଲେଟ୍‌ଠାରୁ ଭିନ୍ନ । ଏଥିରେ ଏକ ଲେଜର୍ କୋଡ୍ ରହିଛି, ଯାହାକୁ ଲେଜର ଗନ୍‌ ଦ୍ବାରା ପଢ଼ି ହେବ । ତେବେ ଏହା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ବାଇକ ଚାଳକମାନେ 320ଟଙ୍କାରୁ 380ଟଙ୍କା, ଅଟୋ ଗାଡ଼ି ପାଇଁ 350ରୁ 450, ୪ ଚକିଆ ଜାନ ପାଇଁ 590ରୁ 700 ଟଙ୍କା ଏବଂ ଭାରିଜାନ ପାଇଁ 600ରୁ 800ଟଙ୍କା ଦେବାକୁ ପଡିବ । ଏଥିସହ ନିର୍ଦ୍ଧାରିତ ମୂଲ୍ୟର 18 ପ୍ରତିଶତ ଟ୍ୟାକ୍ସ ମଧ୍ୟ ଦେବାକୁ ପଡିବ । ଏଥିରେ ଗାଡ଼ିର ସବିଶେଷ ବିବରଣୀ ଉପଲବ୍ଧ ରହିବ । ତେଣୁ ଗାଡ଼ି ଚୋରି ହେଲେ ଠାବ କରିବାକୁ ସହଜ ହେବ । ସେହିପରି ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ଏହି ନମ୍ବର ପ୍ଲେଟ୍‌ରେ ଲାଗିଥିବା କୋଡ୍‌ ମାଧ୍ୟମରେ ଚିହ୍ନଟ କରାଯାଇ ଘରକୁ ଚାଲାଣ ପଠାଯାଇହେବ । ସେହିପରି ଏହି ନମ୍ବର ପ୍ଲେଟ୍‌ଧାରୀ କୌଣସି ଗାଡ଼ି ମାଲିକ ଟ୍ୟାକ୍ସ ଫାଙ୍କିପାରିବେ ନାହିଁ ବୋଲି କହିଛନ୍ତି ପରିବହନ ବିଭାଗ ଯୁଗ୍ମ କମିଶନର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.