ETV Bharat / city

ଏସସିବିରୁ 5 ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ

author img

By

Published : May 24, 2022, 2:19 PM IST

କଟକ SCB ବଡ଼ ମେଡ଼ିକାଲରୁ ପୁଣି ଗିରଫ ହେଲେ 5 ଦଲାଲ । ଏକ ଠିକା ସଂସ୍ଥାର 5 ଜଣ କର୍ମଚାରୀଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଅଧିକ ପଢ଼ନ୍ତୁ

scb medical contractual attendants arrested by commissionerate police
ଏସସିବିରୁ 5 ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ

କଟକ: SCB ବଡ଼ ମେଡ଼ିକାଲରୁ ପୁଣି ଗିରଫ ହେଲେ ଦଲାଲ । ଏକ ଠିକା ସଂସ୍ଥାର 5 ଜଣ କର୍ମଚାରୀଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନେ ଏସସିବି ମେଡ଼ିକାଲର ରେଡ଼ିଓଲୋଜି ବିଭାଗରେ ଆଟେଣ୍ଡାଣ୍ଡ ଭାବେ କାର୍ଯ୍ୟ କରୁଥିଲେ । ବିଭାଗକୁ ଆସୁଥିବା ରୋଗୀଙ୍କୁ ଘରୋଇ ମେଡ଼ିକାଲକୁ ପଠାଉଥିଲେ । ଏନେଇ ପୋଲିସକୁ ଖବର ମିଳିବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଯୋଜନା କରିଥିଲା ।

ଏସସିବିରୁ 5 ଦଲାଲଙ୍କୁ ଗିରଫ କଲା କମିଶନରେଟ ପୋଲିସ

ରୋଗୀଙ୍କ ସମ୍ପର୍କୀୟ ବେଶରେ ଯାଇ ଏମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ଠିକା କର୍ମଚାରୀଙ୍କୁ ନିଯୁକ୍ତି ସମୟରେ ସେମାନଙ୍କ ସମ୍ପର୍କରେ ଯାଞ୍ଚ କରିବା ପାଇଁ SCB କର୍ତ୍ତୃପକ୍ଷଙ୍କୁ କଟକ ଡିସିପି ପରାମର୍ଶ ଦେଇଛନ୍ତି । ସେହିପରି ଏଭଳି ଦଲାଲଙ୍କ ପ୍ରତି ସତର୍କ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.