ETV Bharat / city

ଷ୍ଟାର ଦମ୍ପତି କଳିରେ ବାନ୍ଧବୀଙ୍କ ଏଣ୍ଟ୍ରି, ନାପସନ୍ଦ କଲେ ଫ୍ୟାମିଲି କାଉନସିଲର

author img

By

Published : Feb 13, 2022, 10:57 AM IST

Updated : Feb 13, 2022, 1:10 PM IST

ଦିନକୁ ଦିନ ନୂଆ ମୋଡ ନେଉଛି ବର୍ଷା ଅନୁଭବ ବିବାଦ । ବର୍ତ୍ତମାନ ଏହି ଦମ୍ପତିଙ୍କ ମଝିରେ ଏଣ୍ଟ୍ରି ମାରିଛନ୍ତି ସମ୍ବାଦିକା ଜାଗ୍ରତି ଶୁକ୍ଳା । ନିକଟରେ ଜାଗ୍ରତି ଶୁକ୍ଳା ନାଁ ନେଇ ଟ୍ବିଟ କରି ବର୍ଷାଙ୍କୁ କଟାକ୍ଷ କରିଥିଲେ । ଅଧିକ ପଢନ୍ତୁ

ଫ୍ୟାମିଲି କାଉନସିଲର
ଫ୍ୟାମିଲି କାଉନସିଲର

କଟକ: ଦିନକୁ ଦିନ ନୂଆ ମୋଡ ନେଉଛି ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତି ସମ୍ପର୍କ ବିବାଦ । ବର୍ତ୍ତମାନ ଏହି ଦମ୍ପତିଙ୍କ ମଝିରେ ଏଣ୍ଟ୍ରି ମାରିଛନ୍ତି ସମ୍ବାଦିକା ଜାଗ୍ରତି ଶୁକ୍ଳା । ନିକଟରେ ଜାଗ୍ରତି ଶୁକ୍ଳା ନାଁ ନେଇ ଟ୍ବିଟ କରି ବର୍ଷାଙ୍କୁ କଟାକ୍ଷ କରିଥିଲେ । ଏ ନେଇ ଫ୍ୟାମିଲି କାଉନସିଲର ପ୍ରତିକ୍ରିୟା ରଖି କହିଛନ୍ତି ସ୍ବାମୀ ସ୍ତ୍ରୀ ସମ୍ପର୍କରେ ତୃତୀୟ ଲୋକର କିଛି ଆବଶ୍ୟକ ନାହିଁ ।

ଫ୍ୟାମିଲି କାଉନସିଲର

ପ୍ରତ୍ୟେକ ଦିନ ଅନେକ ପାରିବାରିକ ସମ୍ପର୍କର ସମାଧାନ କରାଯାଉଛି । ମୋଟାମୋଟି କହିବାକୁ ଗଲେ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ତୃତୀୟ ବ୍ୟକ୍ତିଙ୍କର କୌଣସି ଭୂମିକା ରହିବା କଥା ନୁହେଁ । ତୃତୀୟ ବ୍ୟକ୍ତି ପାଇଁ ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଅଧିକ ଫାଟ ଆସିଥାଏ ବୋଲି କହିଛନ୍ତି କାଉନସିଲର ରୋଜାଲିନ ସାହୁ । ସେ ଆହୁରି କହିଛନ୍ତି ତୃତୀୟ ବ୍ୟକ୍ତି ସେ ହେବେ ଯିଏ ସ୍ବାମୀ ସ୍ତ୍ରୀ ସମ୍ପର୍କରୁ ସମାଧାନ କରି ପାରିବେ । ବର୍ଷା ଅନୁଭବଙ୍କ ସମ୍ପର୍କରେ ତୃତୀୟ ବ୍ୟକ୍ତି ଭାବରେ ଜାଗ୍ରତି ଶୁକ୍ଳାଙ୍କର ଏପରି ଟ୍ବିଟ ଗ୍ରହଣୀୟ ନୁହେଁ ସେ ଏହି କାର୍ଯ୍ୟରୁ ନିବୃତ୍ତ ରୁହନ୍ତି ବୋଲି କହିଛନ୍ତି ଫ୍ୟାମିଲି କାଉନସିଲର ।

ଏହା ବି ପଢନ୍ତୁ...ଜାଗୃତି ଶୁକ୍ଳାଙ୍କ ନାଁରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ପ୍ରକାଶ ଥାଉ କିଛି ଦିନ ତଳେ ସାମ୍ବାଦିକା ଜାଗ୍ରତି ଶୁକ୍ଳାଙ୍କ ନାଁ ନେଇ ଟ୍ବିଟ କରି ବର୍ଷାଙ୍କୁ କଟାକ୍ଷ କରିଥିଲେ । ଏହା ପରେ ପୁରୀ ଘାଟ ଥାନାରେ ଜାଗୃତି ତାଙ୍କର ମାନହାନୀ କରିଥିବା ନେଇ ବର୍ଷା ଏତଲା ମଧ୍ୟ ଦେଇଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Feb 13, 2022, 1:10 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.