ETV Bharat / city

ଛାତ ଉପରେ ବକ୍ସ କ୍ରିକେଟ, ମଜା ଉଠାଉଛନ୍ତି କଟକିଆ

author img

By

Published : Oct 16, 2022, 12:21 PM IST

ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । କ୍ରିକେଟକୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଅଧିକ ପଢନ୍ତୁ

ଛାତ ଉପରେ ବକ୍ସ କ୍ରିକେଟ
ଛାତ ଉପରେ ବକ୍ସ କ୍ରିକେଟ

କଟକ: କ୍ରିକେଟକୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ମନୋରଞ୍ଜନ ସହିତ ଶାରୀରିକ ବ୍ୟାୟାମକୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ଏକ ଅଭିନବ ପଦକ୍ଷେପ ନେଇଛନ୍ତି ମୋମେଣ୍ଟମ ଜିମ୍ । ଆଉ ଏହାକୁ ବେଶ ଉପଭୋଗ କରିଛନ୍ତି କଟକ ବାସିନ୍ଦା । ଏହା କୌଣସି ଖେଳ ପଡ଼ିଆ ନୁହେଁ । ଘରର ଛାତ ଉପରେ ଆୟୋଜିତ ହୋଇଛି ମ୍ୟାଚ୍ । କଟକ ମାତାମଠରେ ଥିବା ଏକ ୪ ମହଲା ଛାତ ଉପରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟ । ଛାତ ଉପରେ ଚୌକା ଛକା ମାରୁଛନ୍ତି ଖେଳାଳି ।

ଛାତ ଉପରେ ବକ୍ସ କ୍ରିକେଟ

ତଳେ ପଡିଛି ସିନ୍ଥେଟିକ୍ ମ୍ୟାଟ୍ । ସୁରକ୍ଷା ପାଇଁ ଲାଗିଛି ନେଟ୍ । ଅମ୍ପାୟର ପ୍ରସ୍ତୁତ, ଖେଳାଳି ବି ପ୍ରସ୍ତୁତ । ବାଣ ରଙ୍ଗୀନ ଆଲୋକ ମ୍ୟୁଜିୟମ ମଝିରେ ଏଣ୍ଟ୍ରି ମାରୁଛନ୍ତି ଖେଳାଳି । ଦର୍ଶକ ବି ବେଶ ଉତ୍ସାହିତ। ଚାଲିଛି କ୍ରିକେଟ୍ ମ୍ୟାଚ୍ । ଏହା କୌଣସି ଖେଳ ପଡ଼ିଆ ନୁହେଁ । ଘରର ଛାତ ଉପରେ ଆୟୋଜିତ ହୋଇଛି ମ୍ୟାଚ୍ । କଟକ ମାତାମଠରେ ଥିବା ଏକ ୪ ମହଲା ଛାତ ଉପରେ ଖେଳାଯାଉଛି ଟୁର୍ଣ୍ଣାମେଣ୍ଟ । ଛାତର ପରିସୀମାକୁ ନେଇ କରାଯାଇଛି ଛକା ଆଉ ଚଉକା ପାଇଁ ନିୟମ । ଫିଜିକାଲ ଫିଟନେସକୁ ନେଇ ଏଭଳି ଏକ ନିଆରା ପ୍ରୟାସକୁ ବେଶ ଉପଭୋଗ କରିଛନ୍ତି ଖେଳାଳି ।

ଏହା ବି ପଢନ୍ତୁ...India First Aluminum Freight Rake: ଆଜି ଭୁବନେଶ୍ବର ଷ୍ଟେସନରୁ ହେବ ଉଦଘାଟନ

5ଟି ଟିମକୁ ନେଇ ଏମିତି ଏକ ନିଆରା ମ୍ୟାଚ୍ ଆୟୋଜନ ହୋଇଛି କଟକ ମାତାମଠ ସ୍ଥିତ ମୋମେଣ୍ଟମ ଜିମ୍ ସେଣ୍ଟର । ପୂର୍ବରୁ ପ୍ରଥମ ସିଜିନରେ ୩ଟି ଟିମ ନେଇ ଆରମ୍ଭ ହୋଇଥିଲା ଖେଳ । ୨ସିଜିନରେ 5ଟି ଟିମ ନେଇ ହେଉଛି ଖେଳ । ହାଲୋଜିନ୍ ଲାଇଟରେ ଖେଳାଯାଉଛି ଫଟାଫଟ କ୍ରିକେଟ । କଟକରେ ଏଭଳି ଏକ ନିଆରା ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ଦର୍ଶକ । ଏଭଳି ମ୍ୟାଚରେ ସାମିଲ ହେବାକୁ ଯୁବକ ମାନଙ୍କର ମଧ୍ୟ ଉତ୍ସାହ ବଢିଥିବା କହିଛନ୍ତି ଆୟୋଜକ । ଗଲି କ୍ରିକେଟ ପରେ ଏବେ ଟେରିସ୍ କ୍ରିକେଟର କ୍ରେଜ ବଢ଼ୁଥିବାରୁ ଆଗାମୀ ଦିନରେ ଏହାକୁ ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.