ETV Bharat / city

India First Aluminum Freight Rake: ଆଜି ଭୁବନେଶ୍ବର ଷ୍ଟେସନରୁ ହେବ ଉଦଘାଟନ

author img

By

Published : Oct 16, 2022, 7:12 AM IST

ଆଜି (ରବିବାର) ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେକ (India First aluminum Freight rake ) ର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Aswini Vaishnav) । ଅଧିକ ପଢନ୍ତୁ

ଆସନ୍ତାକାଲି ଭୁବନେଶ୍ବର ଷ୍ଟେସନରୁ ହେବ ଉଦଘାଟନ
ଆସନ୍ତାକାଲି ଭୁବନେଶ୍ବର ଷ୍ଟେସନରୁ ହେବ ଉଦଘାଟନ

ଭୁବନେଶ୍ବର: ଆଜି (ରବିବାର) ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେକ (India First aluminum Freight rake )ର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (Railway Minister Aswini Vaishnav) । ଭାରତର ପ୍ରଥମ ଆଲୁମିନିୟମ ପଣ୍ୟବାହୀ ଟ୍ରେନ ରେକ (ୱାଗନ)କୁ ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ଏହାବି ପଢନ୍ତୁ- Drone Video: ପୋଲିସ ଓ ଗ୍ୟାଙ୍ଗଷ୍ଟାର ମଧ୍ୟରେ ଏନକାଉଣ୍ଟର, ଦେଖନ୍ତୁ ଭିଡିଓ

ଏହାକୁ ଆଜି ଭୁବନେଶ୍ୱର ରେଳ ଷ୍ଟେସନ (Bhubaneswar Rail Stations)ର 6 ନମ୍ବର ପ୍ଲାଟଫର୍ମ ଠାରେ ଉଦଘାଟନ କରିବେ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପୂର୍ବତଟ ରେଳପଥ ମୁଖ୍ୟାଳୟ ରେଳ ସଦନ ଠାରେ ରେଳବାଇ ମହାପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବେ । ଏହା ସହ ଭୁବନେଶ୍ବର ରେଳ ଷ୍ଟେସନରେ କାର୍ଯ୍ୟ ଓ ବିଶ୍ବସ୍ତରୀୟ ଷ୍ଟେସନର କାର୍ଯ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

ପରବର୍ତ୍ତୀ ସମୟରେ ରାଜ୍ୟରେ ଚାଲୁ ରହିଥିବା ବିଭିନ୍ନ ରେଳ ପ୍ରକଳ୍ପ ନୂଆ ରେଳ ଚଳାଚଳକୁ ନେଇ କରିବେ ଆଲୋଚନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.