ETV Bharat / city

ବର୍ଷା-ଅନୁଭବ ଛାଡପତ୍ର ମାମଲା: ଆଜି ପଟିଆଲା ହାଉସ କୋର୍ଟରେ ଶୁଣାଣି

author img

By

Published : Oct 7, 2020, 9:50 AM IST

ବର୍ଷା-ଅନୁଭବ ବିବାଦ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ ଉପରେ ଆଜି ହେବ ଶୁଣାଣି । ଅଧିକ ପଢନ୍ତୁ...

ବର୍ଷା-ଅନୁଭବ ଛାଡପତ୍ର ମାମଲା: ଆଜି ପଟିଆଲା ହାଉସ କୋର୍ଟରେ ଶୁଣାଣି
ବର୍ଷା-ଅନୁଭବ ଛାଡପତ୍ର ମାମଲା: ଆଜି ପଟିଆଲା ହାଉସ କୋର୍ଟରେ ଶୁଣାଣି

କଟକ: ଥମିବାର ନା ଧରୁନି ବର୍ଷା-ଅନୁଭବ ମାମଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡପତ୍ର ଦେବା ପାଇଁ ସାଂସଦ ଅନୁଭବ ମହାନ୍ତି ଦାଖଲ କରିଥିବା ପିଟିସନ ଉପରେ ଆଜି ରହିଛି ଶୁଣାଣି । ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଆଜି ଶୁଣାଣି ହେବ ।

ସୁପରଷ୍ଟାର ଦମ୍ପତିଙ୍କ ସମ୍ପର୍କରେ ଫାଟ ସାମ୍ନାକୁ ଆସିବା ପରେ ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ଅନୁଭବ, ବର୍ଷାଙ୍କୁ ଘରୋଇ ନିର୍ଯାତନା ଦେଉଥିବାର ମାମଲା କଟକ ଏସଡିଜେଏମ କୋର୍ଟରେ ରୁଜୁ କରିଥିବାବେଳେ ସାଂସଦ ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ 47 ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ।

ବର୍ଷାଙ୍କ ପାରିବାରିକ ହିଂସା ମାମଲାର ଶୁଣାଣି ଅକ୍ଟୋବର 12 ତାରିଖରେ ଥିବାବେଳେ ଅନୁଭବଙ୍କ ଛାଡପତ୍ର ମାମଲାର ଶୁଣାଣି ଆଜି ରହିଛି । ତେବେ ସେପ୍ଟେମ୍ବର 19 ତାରିଖରେ ଛାଡପତ୍ର ମାମଲାକୁ ଦିଲ୍ଲୀରୁ କଟକକୁ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ବର୍ଷା ।

ସୂଚନାଥାଉକି, ବାହାଘର ଦୀର୍ଘ ଦିନ ପରେ ମଧ୍ୟ ବୈବାହିକ ସମ୍ପର୍କ ରଖିବାକୁ ବର୍ଷା ରାଜି ହେଉନଥିବା ଛାଡପତ୍ର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.