ମୂର୍ତ୍ତି ବିବାଦ, ସୁପ୍ରିମକୋର୍ଟ ଆଇନଜୀବୀଙ୍କ ସହ ଆଲୋଚନା କରିବ ବାଲୁବଜାର ପୂଜା କମିଟି

author img

By

Published : Sep 18, 2021, 4:30 PM IST

ମୂର୍ତ୍ତି ବିବାଦ, ସୁପ୍ରିମକୋର୍ଟ ଆଇନଜୀବୀଙ୍କ ସହ ଆଲୋଚନା କରିବ ବାଲୁବଜାର ପୂଜା କମିଟି

ମୂର୍ତ୍ତି ଉଚ୍ଚତା ବିବାଦ । ସୁପ୍ରିମକୋର୍ଟ ଆଇନଜୀବୀଙ୍କ ସହ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବାଲୁବଜାର ପୂଜା କମିଟି । ଅଧିକ ପଢନ୍ତୁ...

କଟକ: ହାଇକୋର୍ଟ ବାଲୁବଜାର ପୂଜା କମିଟି ଆବେଦନ ଖାରଜ କରିବା ପରେ ଏବେ ସସପେନ୍ସ ଦିଗ ବେଶ ସକ୍ରିୟ ହୋଇଛି । ଉଭୟ ପୂଜା କମିଟି ଓ ଶାନ୍ତି କମିଟି ବର୍ତ୍ତମାନ ବାଲୁବଜାର ପୂଜା କମିଟି ଉପରେ ନିର୍ଭର କରିଛନ୍ତି । ବାଲୁବଜାର ପୂଜା କମିଟି ଆଜି(ଶନିବାର) ଅପରାହ୍ନରେ ସୁପ୍ରିମକୋର୍ଟ ଆଇନଜୀବୀଙ୍କ ସହିତ ଆଲୋଚନା କରି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି ।

ମୂର୍ତ୍ତି ବିବାଦ, ସୁପ୍ରିମକୋର୍ଟ ଆଇନଜୀବୀଙ୍କ ସହ ଆଲୋଚନା କରିବ ବାଲୁବଜାର ପୂଜା କମିଟି

ଏହା ବି ପଢନ୍ତୁ: କାଏମ ରହିଲା ସରକାରଙ୍କ ନିଷ୍ପତ୍ତି, ବଢିବନି ମୂର୍ତ୍ତି ଉଚ୍ଚତା: ହାଇକୋର୍ଟ

ସେପଟେ ବାଲୁବଜାର ପୂଜା କମିଟିର ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । ଉଭୟ ପୂଜା କମିଟି ଓ ଶାନ୍ତି କମିଟି ବର୍ତ୍ତମାନ ବାଲୁବଜାର ପୂଜା କମିଟି ଉପରେ ନିର୍ଭର କରିଛନ୍ତି । ଯଦି ବାଲୁବଜାର ପୂଜା କମିଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୁଏ ତେବେ ଶାନ୍ତି କମିଟି ଏହା ପରେ କିଛି ନିଷ୍ପତ୍ତି ନେବ । କିନ୍ତୁ ଆଜି 4ଟା ବେଳେ ବାଲୁବଜାର ପୂଜା କମିଟିର ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନାରିଆ ସୁପ୍ରିମକୋର୍ଟ ଓକିଲଙ୍କ ସହ ଆଲୋଚନା କରିବେ । ଯଦି ଏହି ଦିଗ ବି ଫେଲ ହୁଏ ତେବେ ସିଧାସଳଖ ସରକାରଙ୍କ SOP ଆଧାରରେ ମାଆ ଦୁର୍ଗାଙ୍କ ମୂର୍ତ୍ତିଠୁ ଆରମ୍ଭ କରି ପୂଜାର୍ଚ୍ଚନା ହେବ ବୋଲି ସୂଚନା ମିଳିଛି ।

ତେବେ ସୂଚନା ଥାଉ କି ପାର୍ବଣରେ କୋରୋନା ସଂକ୍ରମଣ ବୃଦ୍ଧିର ଆଶଙ୍କା ରହିଛି । ଯାହାର ସଦ୍ୟ ଦୃଷ୍ଟାନ୍ତ କେରଳର ଓନମ ପର୍ବ । ତେଣୁ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ହେଲେ ଲୋକେ ଆକର୍ଷଣୀୟ ମୂର୍ତ୍ତି ଦେଖିବାକୁ ମଣ୍ଡପରେ ଭିଡ ଜମାଇବେ । ଯାହା ସଂକ୍ରମଣ ବଢାଇବ। ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା 4 ଫୁଟ ମଧ୍ୟରେ ସୀମିତ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ନେଇ ବିବାଦ ଲାଗି ରହିଥିଲା । ବାଲୁବଜାର ପୂଜା କମିଟି ମୂର୍ତ୍ତି ଉଚ୍ଚତାକୁ ନେଇ ହାଇକୋର୍ଟରେ ଆବେଦନ କରିଥିଲା । ତେବେ ଗତକାଲି(ଶୁକ୍ରବାର) ହାଇକୋର୍ଟ ଏହି ଆବେଦନକୁ ଖାରଜ କରି ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.