ETV Bharat / city

ମାରାତ୍ମକ ନୁହେଁ ଟମାଟୋ ଫ୍ଲୁ, କହିଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ

author img

By

Published : Aug 25, 2022, 7:37 AM IST

ଟମାଟୋ ଫ୍ଲୁ ନେଇ ଘାରୁଛି ଚିନ୍ତା । ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି । ଅଧିକ ପଢ଼ନ୍ତୁ

viral infection hand to mouth affected to child
ମାରାତ୍ମକ ନୁହେଁ ଟମାଟୋ ଫ୍ଲ୍ୟୁ, କହିଲେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ

ଭୁବନେଶ୍ବର: ଛୋଟ ପିଲାଙ୍କୁ ଘାରିଛି ନୂଆ ରୋଗ । ହାତ ଓ ମୁହଁରେ ଫଳିବା, ପିଲା ଚିଡିଚିଡା ହେବା, ଦେହରେ ତାତି ରହିବା ଓ ଶୁଖିଯିବା ଏବଂ ଖାଇବା ପିଇବାରେ ସମସ୍ୟା ହେବା ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାନ୍ତୁ ହୁସିଆର । ଏଭଳି ରୋଗ ସାମ୍ନାକୁ ଆସିଛି । ଧିରେ ଧିରେ ଏହା ବ୍ୟାପିବାକୁ ମଧ୍ୟ ଲାଗିଛି । କିଛିଦିନ ଧରି ଭୁବନେଶ୍ବରରେ ଦେଖାଦେବା ପରେ ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ଦେଖାଦେଇଛି । ବିଶେଷ କରି 2ରୁ 8 ବର୍ଷର ଛୁଆଙ୍କ ମଧ୍ୟରେ ଏହା ଦେଖାଯାଉଛି ।

ମାରାତ୍ମକ ନୁହେଁ ଟମାଟୋ ଫ୍ଲ୍ୟୁ

ଯାହାକୁ ନେଇ ଏବେ ଅଭିଭାବକ ଆତଙ୍କିତ ହେଉଛନ୍ତି । ତେବେ ଡାକ୍ତର ଏହାକୁ 'ହ୍ୟାଣ୍ଡ ଟୁ ମାଉଥ' ବୋଲି କହୁଛନ୍ତି । ଯାହାକି କେବଳ ହାତ ଓ ପାଟିରେ ଏଭଳି ଲକ୍ଷଣ ଦେଖାଯାଉଛି । ଫୋଟକା ପରି ଦୃଶ୍ୟମାନ ହେଉଛି । ଏପରିକି ପିଲା ଚିଡିଚିଡା ଅନୁଭବ କରୁଛି । ତେବେ କେହି କେହି ଟମାଟୋ ଫ୍ଲୁ (tomato flu) ବୋଲି କହୁଛନ୍ତି । ଏହା ଏକ ସଂକ୍ରମିକ ରୋଗ, ତେଣୁ ଏଭଳି ଲକ୍ଷଣ ଥିଲେ ପିଲାଙ୍କ ସର୍ବସାଧାରଣ ସ୍ଥାନକୁ ଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଭାଇରାଲ ଇନଫେକ୍ସନ cefpodoxime proxetil ମେଡିସିନ ଓ ଫୋଟକାରେ ଲଗାଇବାପାଇଁ calapure ଅଏଣ୍ଟମେଣ୍ଟ ମଧ୍ୟ ଦେଉଛନ୍ତି ।

ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି, " ଉକ୍ତ ରୋଗ ନେଇ ସ୍ବାସ୍ଥ୍ୟ ବିଭାଗରେ ଆଲୋଚନା ମଧ୍ୟ ହୋଇଥିଲା। ଏହା ଏତେ ମାରାତ୍ମକ ନୁହେଁ, ଆତଙ୍କିତ ହେବାର ଆବଶ୍ୟକତା ନାହିଁ । ଏହାର ସଂକ୍ରମିତ ସଂଖ୍ୟା ମଧ୍ୟ କମ । ତେଣୁ ଭୟଭୀତ ନ ହୋଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ନେବା ଆବଶ୍ୟକ ରହିଛି ।" ତେବେ ବଡ ପ୍ରଶ୍ନ ବସ୍ତି ଓ ଗାଁ ଗହଳିରେ ରହୁଥିବା ପିଲାଙ୍କ ପାଇଁ ଏହା କେତେ ଭୟଙ୍କର ହୋଇପାରେ । ସ୍କୁଲରେ ବା ଶିକ୍ଷା ବିଭାଗରେ କୌଣସି ଗାଇଡଲାଇନ ଜାରି କରାଯାଉନାହିଁ । ତେଣୁ ସୁରକ୍ଷା ଦୃଷ୍ଟିରୁ ଏ ଦିଗରେ ଆଲୋକପାତ କରିବା ଆବଶ୍ୟକ ବୋଲି ଅଭିଭାବକ କହିଛନ୍ତି ।

ସୂଚନା ଥାଉକି, ଭୁବନେଶ୍ୱରରେ ଏହି ରୋଗ ବିଗତ ତିନିମାସ ଧରି ଧିରେ ଧିରେ ବ୍ୟାପୁଛି । ଅନେକ ସ୍କୁଲରେ ମଧ୍ୟ ଏହା ଦେଖାଦେଉଥିବା ବେଳେ ଅଧିକାଂଶ ପିଲା ଡାକ୍ତରଙ୍କ ପରାମର୍ଶକ୍ରମେ ଛୁଟିରେ ରହୁଛନ୍ତି । ଏପରିକି ସ୍କୁଲକୁ ମଧ୍ୟ ନଛାଡ଼ିବାକୁ ଡାକ୍ତର ଅଭିଭାବକଙ୍କୁ ପରାମର୍ଶ ଦେଉଛନ୍ତି। ଏହା ଏକ ସଂକ୍ରମିତ ରୋଗ ହୋଇଥିବାରୁ ବ୍ୟାପିବାର ଭୟ ରହୁଛି । ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କଲାପରେ ରୋଗ ଭଲ ହେଉଥିବା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.