ETV Bharat / city

ବିଦେଶରେ ଟାଟା ବିକିବ 'କୋରାପୁଟ କଫି'

author img

By

Published : Aug 8, 2021, 4:30 PM IST

Updated : Aug 8, 2021, 4:39 PM IST

'କୋରାପୁଟ କଫି' ଦେଶବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ଏହାର ଦାୟିତ୍ୱ ନେବ ଟାଟା । ଅଧିକ ପଢନ୍ତୁ...

ବିଦେଶରେ ଟାଟା ବିକିବ 'କୋରାପୁଟ କଫି'
ବିଦେଶରେ ଟାଟା ବିକିବ 'କୋରାପୁଟ କଫି'

ଭୁବନେଶ୍ବର: ବିଦେଶରେ ମହକିବ କୋରାପୁଟ କଫି । ଏହାର ଦାଇତ୍ୱ ନେବ ଟାଟା । 'କୋରାପୁଟ କଫି' ଦେଶ ବିଦେଶର କୋଣ ଅନୁକୋଣରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି । ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସ ଆରମ୍ଭ କରିଛି । 'କୋରାପୁଟ କଫି'ର ବିକ୍ରିବଟା ପାଇଁ 'ଟାଟା କଫି' ସହମତି ପ୍ରକାଶ କରିଛି । ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ 'ଟାଟା କଫି' ପ୍ରଥମ ଥର ପାଇଁ ଓଡ଼ିଶାରୁ କରିବ କଫି ବିକ୍ରି ।

କୋରାପୁଟ କଫି
କୋରାପୁଟ କଫି

କୋରାପୁଟରେ କଫି ଚାଷକୁ ବ୍ୟାପକ ଏବଂ ସମୃଦ୍ଧ କରିବାରେ କଫି ଚାଷୀଙ୍କ ଅବଦାନକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କସମପଦର ଗାଁର ସୁଲୋଚନା ଖରଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟିଡିସିସିଓଏଲକୁ ୨୦୦ କେଜିରୁ ଊର୍ଦ୍ଧ୍ଵ କଫି ଫଳ ବିକ୍ରି କରିଛନ୍ତି ସୁଲୋଚନା ଖର । ସଫଳ କଫି ଚାଷୀ ଭାବେ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । 'କୋରାପୁଟ କଫି'ର ଚାହିଦା ପୂରଣରେ ତାଙ୍କ ଭଳି ଚାଷୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ ।

କୋରାପୁଟ କଫି
କୋରାପୁଟ କଫି

ଏହାକୁ ମଧ୍ୟ ପଢନ୍ତୁ... କମାଲ କରୁଛି କୋରାପୁଟ କଫି, ବର୍ଷକୁ ମିଳୁଛି 12 କୋଟି

କଫି ଚାଷୀଙ୍କ ଆର୍ଥିକ-ସାମାଜିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସରେ 'ଟାଟା କଫି'ର ସହଯୋଗ ସେମାନଙ୍କ କଲ୍ୟାଣରେ ସହାୟକ ହେବ । କୋଭିଡ ସଙ୍କଟ ସମୟରେ ଆଦିବାସୀଙ୍କ ଜୀବନଜୀବିକା ସୁରକ୍ଷିତ କରିବାରେ ଏହା ବଡ଼ ଗୁରୁତ୍ୱ ବହନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୋରାପୁଟ କଫି ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।

କୋରାପୁଟ କଫି
କୋରାପୁଟ କଫି



ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୦୨୦-୨୧ରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, କାଶିପୁର, ଦସମନ୍ତପୁର, ନନ୍ଦପୁର, ଲମଟାପୁଟ, କୋରାପୁଟ ଓ ପଟ୍ଟାଙ୍ଗି ବ୍ଲକର ୧୯୩ ଜଣ ଆଦିବାସୀ କଫି ଚାଷୀଙ୍କଠାରୁ ଟିଡିସିସିଓଏଲ ୨୮,୭୯୦ କେଜି କଫି ଚେରୀ ସଂଗ୍ରହ କରିଛି । ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଥିବାରୁ ଗତବର୍ଷ ଅପେକ୍ଷା ଅଧିକ କଫି ଉତ୍ପାଦନ ହେବ ବୋଲି ଆଶା ରହିଛି ।

କୋରାପୁଟ କଫି
କୋରାପୁଟ କଫି

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 8, 2021, 4:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.