ETV Bharat / state

କମାଲ କରୁଛି କୋରାପୁଟ କଫି, ବର୍ଷକୁ ମିଳୁଛି 12 କୋଟି

author img

By

Published : Jan 22, 2020, 12:03 AM IST

କଫି ଚାଷ ପାଇଁ ଓଡ଼ିଶାର କୋରାପୁଟରେ ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆରମ୍ଭ କରାଯାଇଥିଲା କଫି ଚାଷ । ଆଉ ତା ପରଠୁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲାରେ କଫି ପ୍ରକ୍ରିୟାକରଣ ୟୁନିଟ ଖୋଲାଗଲା ଏବଂ କୋରାପୁଟ ବ୍ରାଣ୍ଡରେ ବିକ୍ରି ହେଲା କଫି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଧାରଣ କରିଛି କଫି ଚାଷ
ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଧାରଣ କରିଛି କଫି ଚାଷ

କୋରାପୁଟ: ପାଖରେ ଥିଲା ସମ୍ବଳ, ହେଲେ ନଥିଲା ବୈଷୟିକ ଜ୍ଞାନକୌଶଳ । କୋରାପୁଟ ଜଙ୍ଗଲରେ ହେଉଥିଲା କଫି ଚାଷ, ଆଉ ଏହାକୁ ଆଦରୀ ନେଇଥିଲେ ଚାଷୀ । ହେଲେ ସେହି ସମୟରେ କଫିକୁ ପ୍ରଧାନ୍ୟ ଦିଆଯାଉନଥିଲା । ସମାୟାନୁକ୍ରମେ ବଢିଲା କଫିର ଚାହିଦା ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଲା । କୋରାପୁଟ କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ କଫି ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ପ୍ରୟାସରେ ଖୋଲାଗଲା କଫି ପ୍ରକ୍ରିୟାକରଣ ୟୁନିଟ । ତାପରେ କୋରାପୁଟ କଫି ବୋର୍ଡ ପାଇଲା ସ୍ବତନ୍ତ୍ର ପରିଚୟ । ଏବେ କୋରାପୁଟ ବ୍ରାଣ୍ଡରେ ବିକ୍ରି ହେଉଛି କଫି । କୋରାପୁଟ କଫିର ମହକରେ ମହକୁଛି ସାରା ବିଶ୍ବ । ଅପରିଚିତ କୋରାପୁଟ କଫି ପାଇଛି ବ୍ରାଣ୍ଡ ଭ୍ୟାଲିର ମାନ୍ୟତା ।

ଅର୍ଥନୀତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଧାରଣ କରିଛି କଫି ଚାଷ


ଓଡ଼ିଶାର କୋରାପୁଟ ଅଞ୍ଚଳରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ଥିବାରୁ ଏଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା । ଏହି ୪୮ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ତିନି ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଜମିରେ କଫି ଚାଷ କରାଯାଇ ପାରିଥିବାରୁ ଜିଲ୍ଲାରେ କଫି ଚାଷର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରତିଷ୍ଠା ହେଲା କଫି ବୋର୍ଡ । ତାପରେ ଧିରେ ଧିରେ ଏହି ଜମିରେ ଉତ୍ପାଦିତ ହେଲା କଫି ମଞ୍ଜି । ଅନ୍ୟୁନ ତିନି ହଜାର କ୍ଷୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଲେ । ଏହି କଫି ବଗିଚା ଗୁଡିକରେ 5 ହଜାରରୁ ଊର୍ଦ୍ଧ୍ବ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି ବୋଲି କଫି ବୋର୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ଉଭୟ ସରକାରୀ ଏବଂ ବେସରକାରୀ ସଂସ୍ଥାର ପ୍ରୟାସରେ କୋରାପୁଟ ଅଞ୍ଚଳରେ କଫି ଚାଷର ସମ୍ଭାବନା ଓ ଆଦିବାସୀ ବହୁଳ ଅଞ୍ଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ହୋଇପାରିଛି । କଫି ବୋର୍ଡର ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ଏହି ଗବେଷଣା କେନ୍ଦ୍ରରେ ଗାଁ ପାଖ ଜଙ୍ଗଲରେ କିପରି କଫି ଚାଷ କରିହେବ ତାହାର ପ୍ରଦର୍ଶନୀ ଚାଷୀଙ୍କୁ ଅନେକ ମାତ୍ରାରେ ପ୍ରେରଣା ଯୋଗାଇଦେଇଛି । ଏହାସହିତ ଅନେକ ଛୋଟବଡ କଫି ବଗିଚାରେ ସ୍ଥାନୀୟ ଲୋକେ କାମ ପାଇପାରିଛନ୍ତି। ଚାଷୀମାନେ ପ୍ରଥମେ ପାଚିଲା କଫି ମଞ୍ଜିକୁ ତୋଳି ସଫା କରିବା ପରେ ଚୋପା ଛଡେଇ ସୁଖେଇ ଦେଉଛନ୍ତି ।

ତାପରେ ମଞ୍ଜି ଭଲଭାବେ ସୁଖିଗଲା ପରେ ଭାଜୁଛନ୍ତି । ଏହା ଭାଜି ହେବା ପରେ ଗୁଣ୍ଡ ପ୍ରସ୍ତୁତ କରି କୋରାପୁଟ ବ୍ରାଣ୍ଡରେ ବିକ୍ରି କରାଯାଉଛି । ଏଥିଲାଗି ଜିଲ୍ଲାରେ ଅନ୍ୟୁନ 3 ହଜାର କ୍ଷୁଦ୍ର ଚାଷୀ ଲାଭାନ୍ଵିତ ହେଉଛନ୍ତି । କଫି ବଗିଚାରେ କାମ ପାଉଥିବା ଯୋଗୁଁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦାଦନ ପାଇଁ ବାହାରକୁ ଯିବାକୁ ପଡୁନାହିଁ । ଜିଲ୍ଲାରେ କଫି ଦାନାର ବିକ୍ରୟ ବାର୍ଷିକ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେଉଛି । ଏବେ କୋରାପୁଟ କଫି ଭାବରେ କଫି ଗୁଣ୍ଡ ମଧ୍ୟ ରାଜ୍ୟ ତଥା ଦେଶବିଦେଶରେ ଉତ୍ତମ ବଜାର ସୃଷ୍ଟି କରିଛି ।

କମାଲ କରୁଛି କୋରାପୁଟ କଫି । ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏ କ୍ଷେତ୍ରରେ ଅଗ୍ରଗତି କରିଛି । ଖାଲି କଫି ପ୍ୟାକେଟରେ ନୁହେଁ ବରଂ ରାଜ୍ୟର ସମସ୍ତ କ୍ୟାଫେରେ ମିଳୁଛି କୋରାପୁଟ କଫିର ମହକ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ଓଡ଼ିଶାର କୋରାପୁଟ ଅଂଚଳ ରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏହିଠାରେ ୧୯୭୧ ମସିହାରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ କଫି ଚାଷ ଆରମ୍ଭ କରାଯାଇଥିଲା ।Body:ଏହି ୪୮ ବର୍ଷ ମଧ୍ୟରେ କୋରାପୁଟ ଜିଲ୍ଲାର ତିନି ହଜାର ହେକ୍ଟର ରୁ ଉର୍ଦ୍ଧ୍ବ ଜମିରେ କଫି ଚାଷ କରାଯାଇ ପାରିଥିବା କୋରାପୁଟରେ କଫି ଚାଷର ଉନ୍ନତି ନିମନ୍ତେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ କଫି ବୋର୍ଡ଼ ର ବରିଷ୍ଠ ସମ୍ପ୍ରସାରଣ ଅଧିକାରୀ ଅଜିତ କୁମାର ରାଉତ ଜଣାଇଛନ୍ତି । କୋରାପୁଟ ଜିଲ୍ଲାରେ ଅନ୍ୟୁନ ତିନି ହଜାର ଖୁଦ୍ର ଚାଷୀ ତଥା ଶତାଧିକ କଫି ଉଦ୍ୟୋଗୀ ଏହି ଚାଷ କରି ଲାଭାନ୍ଵିତ ହେଉଥିବା ବେଳେ ଏହି କଫି ବଗିଚା ଗୁଡିକରେ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ ଦିନ ମଜୁରିଆ ବର୍ଷ ତମାମ କାମ ପାଇଥାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।
କୋରାପୁଟ ଅଂଚଳରେ ଥିବା କଫି ଚାଷ ର ସମ୍ଭାବନା ଓ ଆଦିବାସୀ ବହୁଳ ଅଂଚଳରେ ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ କଫି ଚାଷର ଯୋଗଦାନକୁ ଉପଲବ୍ଧି କରି ଏହାକୁ ରାଜ୍ୟର ଏକ ପ୍ରମୁଖ ଉପଲବ୍ଧି ର ମାନ୍ୟତା ଦେଇ ଜିଲ୍ଲାରେ କଫି ଚାଷ ର ଭଲମନ୍ଦ ବୁଝିବା ପାଇଁ ରାଜ୍ୟ ସରକାର ଆଗେଇ ଆସିବା ଏକ ଶୁଭଙ୍କର ସୂଚନା ବୋଲି ଏ ଅଞ୍ଚଳର ଜଣେ ଅଗ୍ରଣୀ କଫି ଉଦ୍ୟୋଗୀ ସୁଜୟ ପ୍ରଧାନ ମତ ରଖିଛନ୍ତି । ସାରା ଓଡ଼ିଶାରେ କେବଳ କୋରାପୁଟ ଜିଲ୍ଲାରେ କଫି ଚାଷ ହୋଇପାରୁଥିବା ଯୋଗୁଁ ସାମୁହିକ ପ୍ରୟାସର ଫଳସ୍ୱରୁପ କଫି ବୋର୍ଡ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପାଇଁ ରହିଥିବା ସହାୟତା କୁ ସାଧାରଣ ଚାଷୀଙ୍କ ପାଖରେ ପହୁଞ୍ଚାଇବା ସହିତ ଏହି ଅଂଚଳରେ ଜଙ୍ଗଲ ସୁରକ୍ଷା ଓ ବ୍ୟାପ୍ତି ବୃଦ୍ଧି କରିବା ଦିଗରେ ସଫଳ ପ୍ରୟାସ ହୋଇପାରିଛି। ସରକାରୀ ଓ ବେସରକାରୀ ସ୍ତରରେ ହେଉଥିବା ପ୍ରୟାସ ରେ କଫି ବୋର୍ଡ ଓ କୋରାପୁଟ କଫି ଡେଭେଲପମେଣ୍ଟ ଟ୍ରଷ୍ଟ ର ମିକିତ ପ୍ରୟାସ କଫି ଚାଷକୁ ଏକ ଉଚ୍ଚତର ସ୍ଥାନରେ ପହୁଞ୍ଚାଇପାରିବ ବୋଲି ଶ୍ରୀ ପ୍ରଧାନ ମତ ରଖିଛନ୍ତି । କଫି ବୋର୍ଡ ର ବୈଷୟିକ ଜ୍ଞାନ କୌଶଳ ସାଙ୍ଗକୁ ଏହି ଗବେଷଣା କେନ୍ଦ୍ରରେ ଗାଁ ପାଖ ଜଙ୍ଗଲରେ କିପରି କଫି ଚାଷ କରିହେବ ତାହାର ପ୍ରଦର୍ଶନୀ ଚାଷୀଙ୍କୁ ଅନେକ ମାତ୍ରାରେ ପ୍ରେରଣା ଯୋଗାଇଦେବା ସହିତ ଅନେକ ଛୋଟବଡ କଫି ବଗିଚାରେ ସ୍ଥାନୀୟ ଲୋକେ କାମ ପାଇପାରିବେ । କଫି ବଗିଚାରେ କାମ ପାଉଥିବା ଯୋଗୁଁ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଦାଦନ ଖଟିବାକୁ ପାଇଁ ବାହାରକୁ ଯିବାକୁ ପଡୁନଥିବା ଛୋତାଗୁଡ଼ା ଅଞ୍ଚଳର ଦିନ ମଜୁରିଆ ଜଣାଇଛନ୍ତି । କୋରାପୁଟ ଅଞ୍ଚଳରେ କଫି ଦାନାର ବିକ୍ରୟ ବାର୍ଷିକ ୧୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେଉଥିବା ବେଳେ ସରକାରୀ ପ୍ରୋତ୍ସାହନରେ କୋରାପୁଟ କଫି ଭାବରେ କଫି ଗୁଣ୍ଡ ମଧ୍ୟ ରାଜ୍ୟ ତଥା ଦେଶବିଦେଶରେ ଉତ୍ତମ ବଜାର ସୃଷ୍ଟି କରିଥିବା ଶ୍ରୀ ରାଉତ ଜଣାଇଛନ୍ତି ।Conclusion:........
Byte : ଅଜିତ କୁମାର ରାଉତ , କଫି ବୋର୍ଡ ଅଧିକାରୀ
Byte :ସୁଜୟ କୁମାର ପ୍ରଧାନ , ଅଗ୍ରଣୀ କଫି ଚାଷୀ
Byte :ଜାମ୍ବବତୀ , ଆଦିବାସୀ ଦିନ ମଜୁରିଆ
P 2 C : ଶାନ୍ତାକାର
.........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.