Panchayat Election: ଆଚରଣ ବିଧି କଡାକଡି ପାଇଁ ଜିଲ୍ଲାପାଳଙ୍କୁ ଚିଠି

author img

By

Published : Jan 12, 2022, 7:17 PM IST

Updated : Jan 12, 2022, 7:46 PM IST

PanchayatElection

ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ତେବେ ଏହା ଉଲଙ୍ଘନ ହେଉଥିବା ନିର୍ବାଚନ କମିଶନରଙ୍କ ନଜରକୁ ଆସିଛି । ଆଚରଣ ବିଧି କଡାକଡି ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର । ଅଧିକ ପଢନ୍ତୁ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ତେବେ ଏହା ଉଲଙ୍ଘନ ହେଉଥିବା ନିର୍ବାଚନ କମିଶନରଙ୍କ ନଜରକୁ ଆସିଛି । ଆଚରଣ ବିଧି କଡାକଡି ଲାଗୁ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର (State Election Commission directs collectors to remove hoardings & stickers) । ଏନେଇ ଆଜି ଇସିଙ୍କ ସଚିବ ରବୀନ୍ଦ୍ର କୁମାର ସାହୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Photo
PanchayatElection: କଡାକଡି କର Code of conduct ଜିଲ୍ଲାପାଳଙ୍କୁ EC ଙ୍କ ଚିଠି

ସମସ୍ତ ସରକାରୀ ଅଫିସ ଓ ସର୍ବସାଧାରଣ ସ୍ଥାନରୁ ହଟିବ ନେତା ଓ ମନ୍ତ୍ରୀଙ୍କ ଫଟୋ ଯୁକ୍ତ ପୋଷ୍ଟର (State Election Commission directs collectors to remove hoardings & stickers) । ଉଚ୍ଛେଦ ହେବ ବିଭିନ୍ନ ଯୋଜନାର ବ୍ୟାନର । ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ରାଜ୍ୟ ନିର୍ବାଚନ କମିଶନର ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କମିଶନଙ୍କ ସଚିବ । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବିଭିନ୍ନ ନେତା, ମନ୍ତ୍ରୀଙ୍କ ପୋଷ୍ଟର ଓ ଯୋଜନାର ବ୍ୟାନର ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି । ତୁରନ୍ତ ଏହି ସବୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ।

ଏହା ସହ ସରକାରୀ କର୍ମଚାରୀଙ୍କ ଗାଡିରେ ବିଭିନ୍ନ ଯୋଜନାର ପୋଷ୍ଟର ବ୍ୟବହାର କରାଯାଉଛି । ଯାହା ଆଦର୍ଶ ଆଚରଣ ବିଧିକୁ ଉଲଂଘନ କରୁଛି ବୋଲି କମିଶନ ଅନୁଭବ କରୁଛନ୍ତି । ଏହିପରି ସମସ୍ତ ହୋର୍ଡିଂ ଏବଂ ଷ୍ଟିକର ହଟେଇବା ଲାଗି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଫେବୃଆରୀ 28 ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ସମଗ୍ର ରାଜ୍ୟରେ ବଳବତ୍ତର ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated :Jan 12, 2022, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.