ETV Bharat / city

ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ

author img

By

Published : May 19, 2022, 7:36 AM IST

ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ । ମହାନଦୀ ଯାତ୍ରାରେ ଆଜି(ଗୁରବାର) ଏବଂ ୨୦ ତାରିଖରେ କଲମା ଗସ୍ତ କରିବ ପ୍ରତିନିଧୀ ମଣ୍ଡଳ । ଅଧିକ ପଢନ୍ତୁ

ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆଜି କଲମା ଯାତ୍ରା
ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆଜି କଲମା ଯାତ୍ରା

ଭୁବନେଶ୍ବର: ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ (Save Mahanadi Campaign) । ମହାନଦୀ ଯାତ୍ରାରେ ଆଜି(ଗୁରୁବାର) ଏବଂ ୨୦ ତାରିଖରେ କଲମା ବ୍ୟାରେଜ, ସମେତ ସୁଖସୋଡ଼ା, ହୀରାକୁଦ, ସୋନପୁର ଅବବାହିକା ପରିଦର୍ଶନ କରିବ ପ୍ରତିନିଧୀ ମଣ୍ଡଳୀ । ଏନେଇ ସୂଚନା ଦେଇଛନ୍ତି ଭାରତର ଜଳ ମାନବ ଭାବେ ପରିଚିତ ଡକ୍ଟର ରାଜେନ୍ଦ୍ର ସିଂ । ଓଡିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀକୁ ନେଇ ଲାଗିରହିଥିବା ତିକ୍ତତାର ଶୀଘ୍ର କିପରି ସମାଧାନର ବାଟ ବାହାରି ପାରିବ ସେ ନେଇ ଆଲୋଚନା ହେବ ବୋଲି କହିଛନ୍ତି ରାଜେନ୍ଦ୍ର ସିଂ ।

ପୁଣି ତେଜିଲା ମହାନଦୀ ବଞ୍ଚାଅ ଆନ୍ଦୋଳନ, ଆଜି କଲମା ଯାତ୍ରା

ଏହାସହ ସୁପ୍ରିମକୋର୍ଟଙ୍କ ଦ୍ଵାରା ଗଠନ କରାଯାଇଥିବା ମହାନଦୀ ଟ୍ରିବୁନାଲ ଠିକ ଢ଼ଙ୍ଗରେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି ଜଳ ମାନବ । ଛତିଶଗଡ଼ ମହାନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ କରିବା ଦ୍ବାରା ଓଡିଶାକୁ ସଠିକ ଢଙ୍ଗରେ ମହାନଦୀ ଜଳ ପ୍ରବେଶ କରି ପାରୁନାହିଁ । ଉଭୟ ରାଜ୍ୟ ଆପୋଷ ସମାଧାନ ମାଧ୍ୟମରେ ଏହାର ସମାଧାନ କରିବା ଆବଶ୍ୟକ।

ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରୟାସ ଜାରି ରଖିଛନ୍ତି ଭାରତର ଜଳ ମାନବ । ଉଭୟ ରାଜ୍ୟର ଲୋକେ କିପରି ଏକାଠି ହୋଇ ଏହି ଆନ୍ଦୋଳନକୁ ସଫଳ କରାଇବେ ତାହା ଏହାର ମୂଳ ଲକ୍ଷ ।

ଭୁବନେଶ୍ବରରୁ ମନେରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.