ETV Bharat / city

ଗୋସାରେଶ୍ବର ଛକରେ ଅଟକିଲା ରୁକୁଣା ରଥ, ପୁଣି ବୁଧବାର ହେବ ରଥଟଣା

author img

By

Published : Apr 20, 2021, 6:11 PM IST

Updated : Apr 20, 2021, 8:36 PM IST

ରୁକୁଣା ରଥ ଟାଣିଲେ ସେବାୟତ ଓ ପୋଲିସ । ଆସନ୍ତାକାଲି(ବୁଧବାର) ପୁଣି ହେବ ରଥ ଟଣା । ଅଧିକ ପଢନ୍ତୁ...

ଆରମ୍ଭ ହେଲା ରୁକୁଣା ରଥଟଣା
ଆରମ୍ଭ ହେଲା ରୁକୁଣା ରଥଟଣା

ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟ ଠାରୁ 45 ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ସେବାୟତ ଓ ପୋଲିସ ରଥକୁ ଟାଣିଛନ୍ତି । ରଥ ଉପରେ ପ୍ରାୟ 25 ପାଳିଆ ସେବାୟତ ଉପସ୍ଥିତ ଅଛନ୍ତି । ତେବେ ରଥ ଆଜି(ମଙ୍ଗଳବାର) ଗୋସାରେଶ୍ବର ଛକରେ ଅଟକିଛି । ପୁଣି ଆସନ୍ତାକାଲି(ବୁଧବାର) ରଥଟଣା ହେବ । ତେବେ ରଥ ଚାରିପଟେ 144 ଧାରା ଜାରି ହେବା ସହ ଲୋକଙ୍କୁ ରଥ ସ୍ପର୍ଶ ନ କରିବାକୁ ନିର୍ଦ୍ଦେଶ ରହିଛି ।

ଆରମ୍ଭ ହେଲା ରୁକୁଣା ରଥଟଣା

ପ୍ରଥମଥର ପାଇଁ ବିନା ଭକ୍ତରେ ଗଡ଼ିଛି ରୁକୁଣା ରଥ । କୋଭିଡ କଟକଣା ମଧ୍ୟରେ ରଥ ଟଣା ହୋଇଛି । କଟକଣା ମୁତାବକ ସମସ୍ତ ସେବାୟତ ଓ ପୋଲିସ ମୁହଁରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ମାନି ରଥ ଟାଣିଛନ୍ତି ।

ଗୋସାରେଶ୍ବର ଛକରେ ଅଟକିଲା ରୁକୁଣା ରଥ, ପୁଣି ବୁଧବାର ହେବ ରଥଟଣା

ଭୁବନେଶ୍ବରର ସଞ୍ଜୀବ କୁମାର ରାୟ ଓ ତାପସ ପରିଡା, ଇଟିଭି ଭାରତ

Last Updated :Apr 20, 2021, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.