ETV Bharat / city

ରାଜଧାନୀରେ ଛାତିଥରା ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ

author img

By

Published : May 8, 2021, 10:26 AM IST

Updated : May 8, 2021, 11:34 AM IST

ରାଜଧାନୀରେ ଛାତିଥରା ଦୁର୍ଘଟଣା । ନିଜ ଗାଡି ଜିନିଷ ଯୋଗୁଁ ଡ୍ରାଇଭର ମୃତ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

road accident in bhubaneswar , 1 died, one injured
ରାଜଧାନୀରେ ଛାତିଥରା ଦୁର୍ଘଟଣା, ନିଜ ଗାଡି ଜିନିଷ ଯୋଗୁଁ ଡ୍ରାଇଭର ମୃତ

ଭୁବନେଶ୍ବର: ଡ୍ରାଇଭର ମାରିଲା ବ୍ରେକ । ଚେନ ଛିଣ୍ଡି ଚାପିଦେଲା ଟନ ଟନ ଜିନିଷ । ଅର୍ଥାତ ଟନ ଟନ ଓଜନର ମେସିନ ଲଦି ନେଇ ଯାଉଥିବା ଟ୍ରକ ଏଭଳି ଭାବେ ହୋଇଛି ଦୁର୍ଘଟଣାଗ୍ରସ୍ତ । ବଡ ମେସିନ ଲଦି ପାତ୍ରପଡା ପଟୁ ଏନଏଚରେ ଆସୁଥିବା ଟ୍ରକଟି କସମ ପଲିସି ପାଖରେ ମାରିଥିଲା ବ୍ରେକ।

ରାଜଧାନୀରେ ଛାତିଥରା ଦୁର୍ଘଟଣା, ଚାପି ହୋଇ ଡ୍ରାଇଭର ମୃତ

ଫଳରେ ଗାଡିରେ ଲଦା ହୋଇଥିବା ଓଜନିଆ ଜିନିଷ ଭାରସାମ୍ଯ ହରାଇ ଚେନ ଛିଡାଇ ଡ୍ରାଇଭର ଉପରେ ଚାପି ହୋଇଯାଇଥିଲା । ଫଳରେ ଆଗରେ ବସିଥିବା ଡ୍ରାଇଭର ଜଣକ ସେହି ଗାଡିରେ ଚାପି ହୋଇଯାଇଥିଲା । ହେଲପର ଜଣକ ଆହାତ ହୋଇ ଚିକିତ୍ସାଧିନ ରହିଛନ୍ତି । ଶନିବାର ଭୋରୁ ଏମିତି ଘଟିଛି ଖଣ୍ଡଗିରି ଥାନା କସମପଲିସି ଛକ ନିକଟରେ ।

ଭୁବନେଶ୍ବରରୁ ତାପସ ପରିଡା, ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated :May 8, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.