ETV Bharat / city

ଆଜି ରାଜଧାନୀରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

author img

By

Published : Apr 27, 2022, 7:34 AM IST

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦାବି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଆଜି ରାଜଧାନୀରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ
ଆଜି ରାଜଧାନୀରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ

ଭୁବନେଶ୍ବର: ଆଜି(ବୁଧବାର) ଭୁବନେଶ୍ବରରେ ରାଜ୍ୟସ୍ତରୀୟ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ ଅନୁଷ୍ଠିତ ହେବ । ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ଦାବିରେ ଓଡିଶା ବୀର ମହାସଂଘ ପକ୍ଷରୁ ଆଜି ଖୋର୍ଦ୍ଧାର ବରୁଣେଇ ପୀଠରୁ ଏକ ବିଶାଳ ପାଇକ ଆଖଡା ଜନଗର୍ଜନ ଶୋଭାଯାତ୍ରା ବାହାରିବ । ଏହା ବରୁଣେଇ ଠାରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରିବ । ଏହାପରେ ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ପହଞ୍ଚି ସେଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରା ଯିବ । ଶେଷରେ ପ୍ରଦର୍ଶନୀ ପଡ଼ିଆରେ ସମାବେଶ ହେବ ।

ଏହାସହ ଶିଖ୍ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ପରି ଓଡିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି କରିଛି ଓଡ଼ିଶା ବୀର ମହାସଂଘ । ଦୀର୍ଘ ଦିନ ଧରି ଏହି ଦାବି ହୋଇଆସୁଛି । ଦାବି ହାସଲ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲାଗି ପାଠକମାନଙ୍କ ସମେତ ବିଭିନ୍ନ ବର୍ଗର ହଜାର ହଜାର ଲୋକଙ୍କ ସମାବେଶ ହେବ । ପୂର୍ବରୁ କୋଭିଡ ମହାମାରୀ ପାଇଁ ଦିଲ୍ଳୀରେ ସମାବେଶ ପାଇଁ ଓଡ଼ିଶା ବୀର ମହାସଂଘକୁ ଅନୁମତି ମିଳିନଥିଲା । କିନ୍ତୁ ଆଗାମୀ ଦିନରେ ପାଇକ ମହାସଂଘ ନିଶ୍ଚିତ ଭାବେ ଦିଲ୍ଳୀ ଯାଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଦାବି ସମ୍ପର୍କିତ ସ୍ମାରକପତ୍ର ଦିଆଯିବ ବୋଲି କହିଛି ମହାସଂଘ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.