ETV Bharat / city

ରାଜ୍ୟକୁ ତୃତୀୟ ଲହର ଆସିବାର ମାଧ୍ୟମ ସୁନ୍ଦରଗଡ ! R Value ର ମାତ୍ରା 1 ଉପରେ

author img

By

Published : Jul 18, 2021, 6:01 PM IST

R value କୁ ନେଇ ମତ ରଖିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର । କହିଲେ ଏହାର ମାତ୍ରା ୧ ଟପିଲେ ସଂକ୍ରମଣ ବଢିବା ଆଶଙ୍କା ଯଥେଷ୍ଟ । ଟେଷ୍ଟିଂ ଓ ସର୍ଭିଲାନ୍ସ ବଢାଇବା ଜରୁରୀ ।

‘R value ୧ ଅତିକ୍ରମ କଲେ ସଂକ୍ରମଣ ଆଶଙ୍କା ଅଧିକ, ଟେଷ୍ଟିଂ ଓ ସର୍ଭିଲାନ୍ସ ଜରୁରୀ’
‘R value ୧ ଅତିକ୍ରମ କଲେ ସଂକ୍ରମଣ ଆଶଙ୍କା ଅଧିକ, ଟେଷ୍ଟିଂ ଓ ସର୍ଭିଲାନ୍ସ ଜରୁରୀ’

ଭୁବନେଶ୍ବର: R value କୁ ନେଇ ମତ ରଖିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । R value1 କୁ ଅତିକ୍ରମ କରିଥିଲେ ସେହି ଅଞ୍ଚଳରେ ଟେଷ୍ଟିଂ ଓ ସର୍ଭେଲାନ୍ସର ଆବଶ୍ୟକତା ଅଧିକ ରହିଥିବା ସୂଚନା ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ରାଜ୍ୟରେ କୋରୋନାର R value କୁ ନେଇ ଚିନ୍ତାଜନକ ତଥ୍ୟ ସାମନାକୁ ଆସିଛି। ରାଜ୍ୟରେ ଏକ ମାତ୍ର ଜିଲ୍ଲା ସୁନ୍ଦରଗଡରେ ଏହାର ସୁଚକାଙ୍କ 1 ଉପରକୁ ଟପିଯାଇଥିବା ସୂଚନା ଦେଇଛନ୍ତି ଚେନ୍ନାଇସ୍ଥିତ ଇଣ୍ଡିଆନ ମ୍ୟାଥମେଟିକାଲ ସାଇନ୍ସ ସଂସ୍ଥାନ । ଅନ୍ୟ ପଟେ ସେହି ଅଞ୍ଚଳରେ ଟେଷ୍ଟିଂ ସହ ସର୍ଭେଲାନ୍ସ ବ୍ୟାପକ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

‘R value ୧ ଅତିକ୍ରମ କଲେ ସଂକ୍ରମଣ ଆଶଙ୍କା ଅଧିକ, ଟେଷ୍ଟିଂ ଓ ସର୍ଭିଲାନ୍ସ ଜରୁରୀ’

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ,ଆର ଭ୍ୟାଲୁ ଯଦି 1 ଉପରକୁ ରହିଥାଏ ତାହେଲେ ସେଠାରେ ସଂକ୍ରମଣ ବଢିଥାଏ। ଏଭଳି ତଥ୍ୟ ତୃତୀୟ ଲହରକୁ ସଂକେତ ଦେଉଥିବା ଆଶଙ୍କା କରାଯାଉଛି । ଆର ଭ୍ୟାଲୁ ହେଉଛି ଜଣେ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବାର କ୍ଷମତା।

ସେହିପରି ଚେନ୍ନାଇ ସ୍ଥିତ ଇଣ୍ଡିଆନ ମ୍ୟାଥମେଟିକାଲ ସାଇନ୍ସର ବଜ୍ଞାନିକ ସୀତାଭ୍ର ସିହ୍ନାଙ୍କ ସୂଚନା ମୁତାବକ ରାଜ୍ୟର ଏକମାତ୍ର ଜିଲ୍ଲା ଭାବରେ ସୁନ୍ଦରଗଡରେ 1 ଉପରେ ରହୁଛି ଏହାର ସୂଚକାଙ୍କ । ଯାହା ରାଜ୍ୟକୁ ତୃତୀୟ ଲହର ଆସିବାର ସଂକେତ ଦେଉଛି । ଅନ୍ୟପଟେ ଖୋର୍ଦ୍ଧାରେ R value ର ମାତ୍ରା 1 ପାଖାପାଖି ରହିଛି । ଏହାର ସୂଚକାଙ୍କ ୧ ଅତିକ୍ରମ କଲେ ସଂକ୍ରମଣ ବଢିବାର ଆଶଙ୍କା ଯଥେଷ୍ଟ । ବର୍ତ୍ତମାନ କେରଳରେ ଏହାର ସୁଚକାଙ୍କ 1.1 ରହିଥିବା ଜଣାପଡିଛି ।

ସେହିପରି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆମ ରାଜ୍ୟରେ କିମ୍ବା ଦେଶରେ ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆରମ୍ଭ ହେଇନାହିଁ। ଯେଉଁ ଅଞ୍ଚଳରେ ଏହା ଦେଖାଯାଉଛି ସେଠାରେ ଟେଷ୍ଟିଂ ଓ ସର୍ଭେଲାନ୍ସ ଅଧିକ କରିବା ଆବଶ୍ୟକ। ତେବେ ବର୍ତ୍ତମାନ ସମୟରେ କୋଭିଡ ଆପ୍ରୋପ୍ରିଏଟ ଆଚରଣ ଅନୁପାଳନ କରିବା ନିହାତି ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାସ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.