ETV Bharat / city

ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ

author img

By

Published : Sep 13, 2021, 8:18 PM IST

ମଞ୍ଚେଶ୍ବର ଥାନା କୋରଡ଼କଣ୍ଟା କୃପା ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ହୋଇଛି ପର୍ଦ୍ଦାଫାଶ । ଅନ୍ତେବାସୀଙ୍କୁ ପିଟି ପିଟି ହତ୍ୟା କରିବା ପରେ କହିଥିଲେ ଛାତରୁ ପଡ଼ି ଘଟିଥିଲା ମୃତ୍ୟୁ । ଅଧିକ ପଢନ୍ତୁ...

ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ
ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ

ଭୁବନେଶ୍ବର: ଅନ୍ତେବାସୀ ହତ୍ୟାକାଣ୍ଡ ମାମଲାରେ ନିଶା ନିବାରଣ କେନ୍ଦ୍ର ମାଲିକ ଗିରଫ । ମଞ୍ଚେଶ୍ବର ଥାନା କୋରଡ଼କଣ୍ଟା କୃପା ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ର ମାଲିକ କିର୍ତ୍ତୀ ତ୍ରିପାଠୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ ସାମ୍ନାକୁ ଆସିଛି ଅନ୍ତେବାସୀଙ୍କ ଉପରେ ଚାଲିଥିବା ତାଲିବାନୀ ଅତ୍ୟାଚାରର ଗୁମର। ଅନ୍ତେବାସୀଙ୍କୁ ପିଟି ପଟି ହତ୍ୟା କରିବା ପରେ ଛାତରୁ ପଡି ତାଙ୍କର ମୃତ୍ୟୁ ଘଟିଥିବା କହିଥିଲେ ମାଲିକ । କିନ୍ତୁ ତଦନ୍ତ ପରେ ପ୍ରକୃତ ଘଟଣା ସାମନାକୁ ଆସିଛି ।

ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ
ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ

ନିଶା ନିବାରଣ କେନ୍ଦ୍ରରୁ ଜଣେ ଅନ୍ତେବାସୀ ଖସିଯିବା ପରେ ତାଙ୍କୁ ଖୋଜି ଅଣାଯାଇଥିଲା । ଏହାପରେ କେନ୍ଦ୍ରର ମାଲିକ ତାଙ୍କୁ ମାଡ଼ ମାରିଥିଲେ। ଦୁଇ ସହଯୋଗୀଙ୍କ ଜରିଆରେ ଅନ୍ତେବାସୀଙ୍କୁ ପିଟି ପିଟି ଶେଷରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ହତ୍ୟାକାଣ୍ଡରୁ ବର୍ତ୍ତିବାକୁ ପୋଲିସ ଆଗରେ ଏକ ନାଟକ ରଚିଥିଲା ଅଭିଯୁକ୍ତ । ଅନ୍ତେବାସୀଙ୍କ ଛାତରୁ ପଡି ମୃତ୍ୟୁ ଘଟିଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଗତ ଅଗଷ୍ଟ ୫ତାରିଖରେ ଘଟିଥିବା ଏହି ଘଟଣା ପୋଲିସ ଅନ୍ଧାରରେ ରହି ହତ୍ୟାକାଣ୍ଡକୁ ଅପମୃତ୍ୟୁ ମାମାଲାରେ ତଦନ୍ତ ଚଳାଇଥିଲା । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା ।

ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ

ତେବେ ଛାତରୁ ଖସି ନୁହେଁ ବରଂ ଅତ୍ୟଧିକ ଶାରୀରିକ ଆଘାତ ଯୋଗୁଁ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା । ଏହାପରେ ପୋଲିସ ତଦନ୍ତ ଚଳାଇବା ପରେ ପ୍ରକୃତ ଘଟଣା ସମ୍ପର୍କରେ ଜାଣିଥିଲା । କୋରଡ଼କଣ୍ଟା ନିଶା ନିଵାରଣ କେନ୍ଦ୍ର ମୃତକ ତ୍ରିନାଥ ସେଠୀଙ୍କ ମୃତ୍ୟୁ ମମାଲାରେ ସେହି କେନ୍ଦ୍ରର ମାଲିକ କିର୍ତ୍ତୀ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ଘଟଣାର ଅନ୍ୟ ୨ ସହଯୋଗୀ ତଥା ହତ୍ୟାକାରୀ ଏଯାବତ ଫେରାର ଅଛନ୍ତି । ଏନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ତେବେ ମୃତକ ତ୍ରିନାଥ ଏକ ନମ୍ବର କସ୍ତୁରବା ଆଶ୍ରମ ନିକଟରେ ରହୁଥିବା ବାବାଜି ସେଠୀଙ୍କ ଗୋଟିଏ ମାତ୍ର ପୁଅ ଥିଲେ । ବାବାଜି ମାସକୁ ୫ହଜାର ଲେଖାଏଁ ଦେଇ ନିଶା ନିବାରଣ କେନ୍ଦ୍ରରେ ପୁଅ ତ୍ରିନାଥଙ୍କ ୪ବର୍ଷ ଧରି ଚିକିତ୍ସା କରାଉଥିଲେ।

ନିଶା ନିବାରଣ କେନ୍ଦ୍ର ମାନଙ୍କରେ ଏଭଳି ଘଟଣା ଅନେକ ସମୟରେ ସାମନାକୁ ଆସୁଛି । ପରିବାର ଲୋକେ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରନ୍ତି। ହେଲେ ସେସବୁ ଘଟଣାକୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଥାଏ । ତେଵେ ଏ ଘଟଣା ସାମ୍ନାକୁ ଆସିଵା ପରେ ଏଭଳି ପୂର୍ବରୁ ଘଟିଥିଵା ନିଶା ନିଵାରଣ କେନ୍ଦ୍ରର କେସରେ ପୁଣି ଯାଞ୍ଚ କରିବ କି ପୋଲିସ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ? ନିଶା ମୁକ୍ତ ପାଇଁ ନିଶା ନିଵାରଣ କେନ୍ଦ୍ର ଭରସାରେ ଛାଡିଥିବା ପରିବାର ଲୋକେ ଏପରି ସମସ୍ୟାର ସାମ୍ନା କରନ୍ତି। ଏଭଳି ପରିଵାରକୁ ନ୍ୟାୟ ଦେଵା ପୋଲିସ ପାଇଁ ଏଵେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । କାରଣ ଏଭଳି ଘଟଣା ପୂର୍ବରୁ ଏୟାରଫିଲ୍ଡ ଥାନା ଅଞ୍ଚଳରେ ମଧ୍ୟ ଘଟିଥିଲା ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.